Advertisment

Canada: କାନାଡାକୁ ୫ ୱିକେଟ୍‌ରେ ହରାଇଲା ୟୁଏଇ

Advertisment

ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ପ୍ରଥମ ବିଜୟ ହାସଲ କରିଛି ୟୁଏଇ। ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ୍‌ରେ ଶୁକ୍ରବାର ଖେଳାଯାଇଥିବା ଗ୍ରୁପ୍‌ ‘ଡି’ର ଏକ ମ୍ୟାଚ୍‌ରେ କାନାଡାକୁ ୫ ୱିକେଟ୍‌ରେ ପରାସ୍ତ କରିଛି ଏହି ଏସୀୟ ଦଳ।

ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ପ୍ରଥମ ବିଜୟ ହାସଲ କରିଛି ୟୁଏଇ। ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ୍‌ରେ ଶୁକ୍ରବାର ଖେଳାଯାଇଥିବା ଗ୍ରୁପ୍‌ ‘ଡି’ର ଏକ ମ୍ୟାଚ୍‌ରେ କାନାଡାକୁ ୫ ୱିକେଟ୍‌ରେ ପରାସ୍ତ କରିଛି ଏହି ଏସୀୟ ଦଳ।

c4dba326-a53e-46da-9c70-b5586ac95c47

ନୂଆଦିଲ୍ଲୀ,: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ପ୍ରଥମ ବିଜୟ ହାସଲ କରିଛି ୟୁଏଇ। ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ୍‌ରେ ଶୁକ୍ରବାର ଖେଳାଯାଇଥିବା ଗ୍ରୁପ୍‌ ‘ଡି’ର ଏକ ମ୍ୟାଚ୍‌ରେ କାନାଡାକୁ ୫ ୱିକେଟ୍‌ରେ ପରାସ୍ତ କରିଛି ଏହି ଏସୀୟ ଦଳ। ଟସ୍‌ ଜିତିବା ପରେ କାନାଡା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୫୦ ରନ୍‌ କରିଥିଲା। ଦଳ ପକ୍ଷରୁ ହର୍ଷ ଥାକର୍‌ ୫୦ ଓ ନବନୀତ୍‌ ଧଲିଓ୍ବାଲ୍‌ ୩୪ ରନ୍‌ର ଯୋଗଦାନ ଦେଇଥିବାବେଳେ ଶ୍ରେୟାସ ମୋଭା ୨୧ ରନ୍‌ କରିଥିଲେ। ୟୁଏଇ ପକ୍ଷରୁ ଜୁନୈଦ୍‌ ସିଦ୍ଦିକି ୩୫ ରନ ବିନିମୟରେ ୫ ଟି ୱିକେଟ୍‌ ନେଇଥିଲେ।

ଅଧିକପଢ଼ନ୍ତୁ:ଷ୍ଟକ୍‌ ବଜାର କାରବାର ମାନ୍ଦା; BSE-NSE ବ୍ୟବସାୟ ପ୍ରଭାବିତ

୫୧ ରନ୍‌ର ଲକ୍ଷ୍ୟକୁ ୟୁଏଇ ଆର୍ଯ୍ୟାଂଶ ଶର୍ମା ଓ ସୋହେବ ଖାଁଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ୧୯.୪ ଓଭରରେ ୫ ୱିକେଟ୍‌ ହରାଇ ହାସଲ କରିନେଇଥିଲା। ଆର୍ଯ୍ୟାଂଶ ଶର୍ମା ୭୨ ରନ୍ କରିଥିବାବେଳେ ସୋହେବ ଖାଁ ୫୧ ରନ୍‌ କରିଥିଲେ। କାନାଡା ପକ୍ଷରୁ ସାଦ୍‌ ବିନ୍‌ ଜାଫର ୧୪ ରନ ବ୍ୟୟ କରି ୩ଟି ୱିକେଟ୍‌ ନେଇଥିଲେ। ଜୁନୈଦ୍‌ ସିଦ୍ଦିକିଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା।

ଅଧିକପଢ଼ନ୍ତୁ:ରାଜପଥ-ରେଳଧାରଣାରେ ହାତୀପଲ; ଲୋକଙ୍କ ପାଇଁ ସତର୍କ ଘଣ୍ଟି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe