ଭୁବନେଶ୍ବର: ବିଜୟ ହଜାରେ ଟ୍ରଫି ଘରୋଇ ବିସିସିଆଇ ପ୍ରତିଯୋଗିତାରେ ଓଡ଼ିଶା ଚତୁର୍ଥ ପରାଜୟ ସହ ଅଭିଯାନ ଶେଷ କରିଛି। ନକ୍ଆଉଟ୍ ଯୋଗ୍ୟତା ଅର୍ଜନରେ ବିଫଳ ଓଡ଼ିଶା ୭ଟି ମ୍ୟାଚ୍ରୁ ୩ ବିଜୟ ସହ ଏଲିଟ୍ ଗ୍ରୁପ୍-ଡି’ରେ ଷଷ୍ଠରେ ରହି ଅଭିଯାନ ଶେଷ କରିଛି। ଗୁରୁବାର ଶେଷ ଲିଗ୍ ମ୍ୟାଚ୍ରେ ଓଡ଼ିଶାକୁ ରେଳବାଇ ୫ ୱିକେଟ୍ରେ ହରାଇ ଦେଇଥିଲା। ଓଡ଼ିଶା ଟସ୍ ହାରି ବ୍ୟାଟିଂ କରିଥିଲା। ସ୍ବସ୍ତିକ ସାମଲ (୯), ଓମ୍ ଟି ମୁଣ୍ଡେ (୧୯), ଗୋବିନ୍ଦ ପୋଦ୍ଦାର (୧୯), ଶାନ୍ତନୁ ମିଶ୍ର (୨୩) ଶସ୍ତାରେ ଆଉଟ୍ ହୋଇଯିବାରୁ ଓଡ଼ିଶା ୭୨/୪ରେ ସଂଘର୍ଷ କରିଥିଲା। ଅଧିନାୟକ ବିପ୍ଳବ ସାମନ୍ତରାୟ (୪୩) ଏବଂ ଯୁବ ତାରକା ସମ୍ବିତ ବରାଳ (୬୫ ବଲ୍ରୁ ୫୦ ରନ୍, ୩ ଚୌକା, ୧ ଛକା) ପଞ୍ଚମ ୱିକେଟ୍ ପାଇଁ ୧୬.୫ ଓଭରରେ ୮୦ ରନ୍ ଯୋଡ଼ି ସ୍ଥିତି ସମ୍ଭାଳିବା ପରେ ସୌମ୍ୟ ଲେଙ୍କା (୩୬ ବଲ୍ରୁ ୫୬ ରନ, ୫ ଚୌକା, ୪ ଛକା) ଓଡ଼ିଶାକୁ ୨୫୧ ରନ୍ରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ନେଇଥିଲେ। ପ୍ରଥମ ପଦାର୍ପଣକାରୀ ୱିକେଟ୍ରକ୍ଷକ ଦିନେଶ ମାଝୀ (୨୮ ବଲ୍ରୁ ୧୫ ରନ୍, ୨ ଷ୍ଟମ୍ପିଂ) ବିଶେଷ ପ୍ରଭାବ ଛାଡ଼ିପାରି ନଥିଲେ। ରାଜ ଚୌଧୁରୀ ଓ ବରୁଣ ଲାଲ ୩ ଲେଖାଏଁ ୱିକେଟ୍ ଦଖଲ କରିବାରୁ ଓଡ଼ିଶା ପାଳି ୪୯.୧ ଓଭରରେ ଶେଷ ହୋଇଯାଇଥିଲା। ଜବାବରେ ରେଳବାଇ ୪୫.୨ ଓଭରରେ ୫ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ୨୮ ବର୍ଷୀୟ ଲକ୍ଷ୍ନୌ ବ୍ୟାଟର୍ ସାହାବ ଯୁବରାଜ ସିଂହ (୧୩୪ ବଲ୍ରୁ ୧୧୮* ରନ୍) ନିଜ ଦ୍ବିତୀୟ ଲିଷ୍ଟ୍-ଏ ଶତକ ସହିତ ଓଡ଼ିଶାକୁ ହରାଇ ଦେଇଥିଲେ। ଗୋବିନ୍ଦ ପୋଦ୍ଦାର ୨ ୱିକେଟ୍ ଏବଂ ଦେବବ୍ରତ ପ୍ରଧାନ, ସମ୍ବିତ ବରାଳ, ଓମ୍ ଟି ମୁଣ୍ଡେ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
Air Pollution: ଚିନ୍ତାଜନକ ସ୍ଥିତିରେ ନବରଙ୍ଗପୁର ବାୟୁ ପ୍ରଦୁଷଣ
ସର୍ଫରାଜଙ୍କ ୧୫ ବଲ୍ ଅର୍ଦ୍ଧଶତକ
ପଞ୍ଜାବ ବିପକ୍ଷରେ ମୁମ୍ବାଇ ପକ୍ଷରୁ ଖେଳୁଥିବା ସର୍ଫରାଜ ଖାନ୍ ଗୁରୁବାର ମାତ୍ର ୧୫ ବଲ୍ରୁ ଅର୍ଦ୍ଧଶତକ ହାସଲ କରି ଲିଷ୍ଟ୍-ଏରେ ଦ୍ରୁତତମ ଭାରତୀୟ ବ୍ୟାଟର୍ ହୋଇଛନ୍ତି। ପୂର୍ବରୁ ଏହି ରେକର୍ଡ ଅଭିଜିତ କାଲେ ଓ ଅତୀତ ସେଠଙ୍କ ନାମରେ ଥିଲା। ଉଭୟ ୧୬ ବଲ୍ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ସର୍ଫରାଜଙ୍କ ୨୦ ବଲ୍ ୬୨ ରନ୍ ସତ୍ତ୍ବେ ମୁମ୍ବାଇ କିନ୍ତୁ ଏହି ମ୍ୟାଚ୍ ମାତ୍ର ୧ ରନ୍ରେ ହାରିଯାଇଛି। ପଞ୍ଜାବର ୨୧୬ ଜବାବରେ ମୁମ୍ବାଇ ୨୧୫ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ସର୍ଫରାଜ ପଞ୍ଜାବ ଅଧିନାୟକ ଅଭିଷେକ ଶର୍ମାଙ୍କ ଗୋଟିଏ ଓଭରରେ ୩ ଛକା ଓ ୩ ଚୌକା ସହ ୩୦ ରନ୍ ଆଦାୟ କରିବା ମଧ୍ୟ ଅନ୍ୟତମ ଚର୍ଚ୍ଚିତ ଖବର ରହିଛି।
Cricket : ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିଲେ ତିଳକ ବର୍ମା
ଗାଏକ୍ବାଡ୍ଙ୍କ ରେକର୍ଡ
ବିଜୟ ହଜାରେ ଟ୍ରଫିରେ ଋତୁରାଜ ଗାଏକ୍ବାଡ୍ ଗୁରୁବାର ଏକ ବିଶ୍ବ ରେକର୍ଡ କହିଛନ୍ତି। ଏହି ପ୍ରତିଯୋଗିତାରେ ସେ ଦ୍ରୁତତମ ଭାବେ ୧୫ ଶତକ (୫୭* ପାଳି) ଅର୍ଜନ କରିଛନ୍ତି। ଏ କ୍ଷେତ୍ରରେ ସେ ଅଙ୍କିତ ବାୱେନ୍ (୧୫ ଶତକ, ୯୪ ପାଳି)ଙ୍କୁ ପଛରେ ପକାଇଛନ୍ତି। ୧୦୦ ମ୍ୟାଚ୍ ଭିତରେ ୨୦ ଲିଷ୍ଟ୍-ଏ ଶତକ ହାସଲ କରି ସେ ମଧ୍ୟ ବିଶ୍ବ ରେକର୍ଡ କରିଛନ୍ତି। ସର୍ବନିମ୍ନ ୫୦ ପାଳି ବିଚାରରେ ସର୍ବୋଚ୍ଚ ହାରାହାରିରେ ମଧ୍ୟ ଗାଏକ୍ବାଡ୍ (୫୮.୮୩) ଅଷ୍ଟ୍ରେଲିଆର ମାଇକେଲ୍ ବେଭାନ (୫୭.୮୬)କୁ ପଛରେ ପକାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/09/fhfsfsffsh-2026-01-09-02-15-35.jpg)