Vinesh Phogat Reverses Retirement: ୧୮ମାସ ପରେ କୁସ୍ତିଯୋଦ୍ଧା ବିନେଶ ଫୋଗାଟଙ୍କ ୟୁ-ଟର୍ଣ୍ଣ, ଜାହିର କଲେ ପଦକ ଜିତିବାର ଇଚ୍ଛା

Advertisment

ଭାରତର ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗାଟ ପୁଣି ଥରେ ଖେଳିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ୨୦୨୪ରେ ସେ କୁସ୍ତିକୁ ଫେରିବା ସମ୍ଭବ ନୁହେଁ ବୋଲି କହିଥିଲେ। ଏବେ ୧୮ମାସ ପରେ ସେ ନିଜର ନିଷ୍ପତ୍ତି ବଦଳାଇଛନ୍ତି।

ଭାରତର ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗାଟ ପୁଣି ଥରେ ଖେଳିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ୨୦୨୪ରେ ସେ କୁସ୍ତିକୁ ଫେରିବା ସମ୍ଭବ ନୁହେଁ ବୋଲି କହିଥିଲେ। ଏବେ ୧୮ମାସ ପରେ ସେ ନିଜର ନିଷ୍ପତ୍ତି ବଦଳାଇଛନ୍ତି।

Vinesh Phogat

Vinesh Phogat Reverses Retirement Photograph: (sambad.in)

ନୂଆଦିଲ୍ଲୀ: ଭାରତର ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗାଟ ପୁଣି ଥରେ ଖେଳିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ୨୦୨୪ରେ ସେ କୁସ୍ତିକୁ ଫେରିବା ସମ୍ଭବ ନୁହେଁ ବୋଲି କହିଥିଲେ। ଏବେ ୧୮ମାସ ପରେ ସେ ନିଜର ନିଷ୍ପତ୍ତି ବଦଳାଇଛନ୍ତି। ପୁଣି ଥରେ ଖେଳିବି ଓ ଭାରତ ପାଇଁ ପଦକ ଆଣିବି ବୋଲି ସେ ଇଚ୍ଛା‌ ଜାହିର୍ କରିଛନ୍ତି। ଲସ୍ ଆଞ୍ଜେଲସ୍‌ରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍ ଗେମ୍ସ-୨୦୨୮ ଉପରେ ଏବେ ତାଙ୍କର ନଜର ରହିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେ ପୋଷ୍ଟ କରି ତାଙ୍କର ଫେରିବା ନେଇ ସମସ୍ତଙ୍କୁ ଜଣାଇଛନ୍ତି। ଅଗଷ୍ଟ ୨୦୨୪ରେ ପ୍ୟାରିସ୍ ଅଲିମ୍ପିକ୍ସର ଫାଇନାଲରେ ଅଯୋଗ୍ୟ ଘୋଷିତ ହେବା ପରେ ସେ କୁସ୍ତିରୁ ଅବସର ନେଇଥିଲେ। ୫୦ କିଲୋ ବର୍ଗରେ ସେ ଖେଳିବାର ଥିଲା। ହେଲେ ତାଙ୍କର ୧୦୦ ଗ୍ରାମ ଓଜନ ଅଧିକ ହେବାରୁ ସେ ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଥିଲେ। କିନ୍ତୁ ଦୀର୍ଘ ୧୮ ମାସର ଅବସର ପରେ ପୁଣି ସେ ମଇଦାନକୁ ଫେରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

କ’ଣ ପୋଷ୍ଟ କରିଛନ୍ତି ବିନେଶ ?

୩୧ ବର୍ଷୀୟା ମହିଳା କୁସ୍ତିଯୋଦ୍ଧା ଲେଖିଛନ୍ତି ଯେ, "ଲୋକେ ପ୍ରାୟତଃ ମୋତେ ପଚାରନ୍ତି ଯେ, ପ୍ୟାରିସ୍ ମୋର ଶେଷ ଯାତ୍ରା ଥିଲା କି? ଦୀର୍ଘ ସମୟ ପର୍ଯ୍ୟନ୍ତ ମୋ ପାଖରେ ଏହାର ଉତ୍ତର ନଥିଲା। ମୋତେ ନିଜକୁ ଜିତିବାର ଚାପରୁ, ଲୋକଙ୍କ ଆଶାରୁ, ଏପରିକି ମୋର ନିଜସ୍ୱ ମହତ୍ତ୍ୱାକାଂକ୍ଷାରୁ ଦୂରେଇ ଯିବାକୁ ପଡିଲା । ଅନେକ ବର୍ଷ ପରେ ପ୍ରଥମ ଥର ପାଇଁ ମୁଁ ଶାନ୍ତିରେ ନିଶ୍ବାସ ନେଲି। ମୁଁ ମୋର କାର୍ଯ୍ୟଭାର, ଜୀବନର ଉତ୍ଥାନ-ପତନ, ତ୍ୟାଗ ଏବଂ ମୋର ସେହି ଦିଗଗୁଡ଼ିକୁ ଯାହା ବିଶ୍ୱ କେବେ ଦେଖିନାହିଁ, ତାକୁ ବୁଝିବା ପାଇଁ କିଛି ସମୟ ନେଇଥିଲି।। ମୁଁ ଏବେ ବି ଖେଳକୁ ଭଲ ପାଏ। ମୁଁ ଏବେ ବି ପ୍ରତିଯୋଗିତା କରିବାକୁ ଚାହୁଁଛି। କିଛି ଦିନ ଖେଳଠାରୁ ନିଜକୁ ଦୂରେଇ ରଖିବା ପରେ ମୁଁ ନିଜର ଦକ୍ଷତାକୁ ଆହୁରି ଭଲ ଭାବରେ ବୁଝିପାରିଛି। ମୋ ଭିତରେ ଢ଼େଳିବାର ଏବଂ ଜିତିବାର ନିଆଁ ଏବେ ବି ରହିଛି। ଏଥର ମୁଁ ଏକା ନୁହେଁ, ମୋ ସହ ମୋ ପୁଅ ବି ଲସ୍ ଆଞ୍ଜେଲସ୍ ଯିବ।"

ବିନେଶ ଫୋଗାଟଙ୍କ ସଫଳତା 

ବିନେଶ ଫୋଗାଟ ହରିୟାଣାର ଚରଖି ଦାଦରୀରେ ୨୫ ଅଗଷ୍ଟ ୧୯୯୪ରେ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ସେ ୩୧ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଦେଶ ପାଇଁ ଗର୍ବ ଆଣିଥିବା ବିନେଶ ବିଶ୍ୱ ଚାମ୍ପିଅନସିପରେ ଦୁଇଟି କାଂସ୍ୟ ପଦକ, ଏସୀୟ କ୍ରୀଡ଼ାରେ ଗୋଟିଏ ସ୍ୱର୍ଣ୍ଣ ପଦକ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ତିନୋଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ସହ ସେ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରିଛନ୍ତି। ସେ ଜୁଲାନା ବିଧାନସଭା ନିର୍ବାଚନମଣ୍ଡଳୀର ସାଂସଦ ଭାବରେ ନିଜର ଦାୟିତ୍ବ ସଂପାଦନ କରୁଛନ୍ତି।  

ଆହୁରି ପଢ଼ନ୍ତୁ: Ayush Jain's UPSC Journey: ଇଞ୍ଜିନିୟରିଂ ଡିଗ୍ରୀ ସହ ମିଳିଥିଲା ଚାକିରି, ଜାଣନ୍ତୁ କାହିଁକି ୟୁପିଏସସି ପାଇଁ ମନ ବଳାଇଥିଲେ ଆୟୁଷ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe