ବାଥରୁମ ବନ୍ଦ କରି କାନ୍ଦିଥିଲେ ବିରାଟ କୋହଲି: ସେଦିନ କ’ଣ ଘଟିଥିଲା, ୟୁଜଭେନ୍ଦ୍ର ଚହଲ କଲେ ଖୁଲାସା

ଭାରତୀୟ ଦଳର ଅଭିଜ୍ଞ ସ୍ପିନର ୟୁଜଭେନ୍ଦ୍ର ଚହଲ ବିରାଟ କୋହଲିଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ସେ ୨୦୧୯ ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପରାଜୟ ବିଷୟରେ ପ୍ରକାଶ କରିଛନ୍ତି....

Virat Kohli cried after locking himself in the bathroom: Yuzvendra Chahal reveals what happened that day

Virat Kohli cried after locking himself in the bathroom: Yuzvendra Chahal reveals what happened that day Photograph: (sambad.in)

କୋଲକାତା: ଭାରତୀୟ ଦଳର ଅଭିଜ୍ଞ ସ୍ପିନର ୟୁଜଭେନ୍ଦ୍ର ଚହଲ ଗତ କିଛି ଦିନ ଧରି ଖବର ଶିରୋନାମାରେ ଅଛନ୍ତି। ସେ ତାଙ୍କ ଜୀବନର ଉତ୍ଥାନ-ପତନ ବିଷୟରେ ଏକ ପୋଡକାଷ୍ଟରେ ଅନେକ ଖୁଲାସା କରିଛନ୍ତି। ଏହି ସମୟରେ ସେ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ, ଏକ ମ୍ୟାଚ୍ ଥିଲା ଯେଉଁଥିରେ ବିରାଟ କୋହଲି ନିଜକୁ ବାଥରୁମରେ ବନ୍ଦ କରି ବହୁତ କାନ୍ଦିଥିଲେ।

ଏହି ମ୍ୟାଚ୍ ୨୦୧୯ ଏକଦିବସୀୟ ବିଶ୍ୱକପର ସେମିଫାଇନାଲ ଥିଲା। ଯେଉଁଥିରେ ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିଥିଲା ଏବଂପରାଜୟର ସାମ୍ନା କରିବାକୁ ପଡିଥିଲା। ଚହଲ କହିଛନ୍ତି ଯେ, ଯେତେବେଳେ ମୁଁ କୋହଲିଙ୍କ ପାଖକୁ ଯାଇଥିଲି,ତାଙ୍କ ଆଖିରେ ଲୁହ ଥିବାର ଦେଖିଥିଲି।

ରାଜ ଶମାମିଙ୍କ ପୋଡକାଷ୍ଟରେ ୟୁଜଭେନ୍ଦ୍ର ଚହଲ କହିଛନ୍ତି, ମୁଁ  ୨୦୧୯ ବିଶ୍ୱକପରେ ଦେଖିଥିଲି କୋହଲି ବାଥରୁମର ବନ୍ଦ କରି ଭିତରେ କାନ୍ଦୁଥିଲେ।  ୨୦୧୯ ଦିନିକିଆ ବିଶ୍ୱକପର ସେମିଫାଇନାଲରେ ବିରାଟ କୋହଲି ମାତ୍ର ଏକ ରନ୍ କରି ଆଉଟ ହୋଇଥିଲେ।

ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୮ ୱିକେଟ୍ ହରାଇ ୨୩୯ ରନ୍ କରିଥିଲା। ଜବାବରେ ଟିମ୍ ଇଣ୍ଡିଆ ଭଲ ବ୍ୟାଟିଂ କରିପାରି ନ ଥିଲା ଏବଂ ୨୨୧ ରନ୍‌ରେ ଦଳର ପତନ ଘଟିଥିଲା। ଦଳ ପକ୍ଷରୁ ରବିନ୍ଦ୍ର ଜାଡେଜା ୭୭ ରନ୍ କରିଥିଲେ। ମହେନ୍ଦ୍ର ସିଂହ ଧୋନି ୫୦ ରନ୍‌ କରିଥିଲେ। କିନ୍ତୁ, ଟପ୍ ଅର୍ଡରର ଖରାପ ବ୍ୟାଟିଂ ଯୋଗୁ ଭାରତୀୟ ଦଳ ଏହି ମ୍ୟାଚ୍‌ ଜିତିପାରି ନଥିଲା। ସେତେବେଳେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଥିଲେ।

ଅଧିକ ପଢ଼ନ୍ତୁ: ରୁଷିଆ-ଆମେରିକା ବିବାଦ ବଢ଼ିଲା: ଉଭୟ ପକ୍ଷରୁ ଅସ୍ତ୍ରଶସ୍ତ୍ର ମୁତୟନ

ତାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ୨୦୧୯ ଏକଦିବସୀୟ ବିଶ୍ୱକପର ସେମିଫାଇନାଲ ପୂର୍ବରୁ କେବଳ ଗୋଟିଏ ମ୍ୟାଚ୍ ହାରିଥିଲା। ଏହା ପରେ, ଦଳକୁ ସେମିଫାଇନାଲରେ ମଧ୍ୟ ପରାଜୟର ସାମ୍ନା କରିବାକୁ ପଡିଥିଲା। ନ୍ୟୁଜିଲ୍ୟାଣ୍ଡ ଦଳ ଭାରତ ବିପକ୍ଷରେ ସେମିଫାଇନାଲ ମ୍ୟାଚ୍ ଜିତିଥିଲା କିନ୍ତୁ ଫାଇନାଲରେ ଇଂଲଣ୍ଡ ଠାରୁ ହାରି ଯାଇଥିଲା।

ପୋଡକାଷ୍ଟରେ ଆଲୋଚନା ସମୟରେ, ୟୁଜଭେନ୍ଦ୍ର ଚହଲ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଉପରେ ମଧ୍ୟ ନିଜର ମତ ପ୍ରକାଶ କରିଥିଲେ। ଚହଲ କହିଥିଲେ, ମୁଁ ପଡ଼ିଆରେ ରୋହିତ ଭାଇଙ୍କ ଆଚରଣକୁ ପସନ୍ଦ କରେ। ସେ ଜଣେ ମହାନ ଅଧିନାୟକ। ବିରାଟ ଭାଇଙ୍କ ବିଷୟରେ କହିବାକୁ ଗଲେ, ତାଙ୍କ ପାଖରେ ପ୍ରତିଦିନ ସମାନ ଶକ୍ତି ଥାଏ। ତାଙ୍କର ଶକ୍ତି କେବଳ ବଢ଼ିଥାଏ, କେବେ ହ୍ରାସ ହୁଏ ନାହିଁ। ତାଙ୍କୁ ପ୍ରତିଦିନ ସମାନ ଶକ୍ତିରେ ଖେଳୁଥିବାର ଦେଖାଯାଇଥାଏ ବୋଲି ଚହଲ କହିଛନ୍ତି।

ଅଧିକ ପଢ଼ନ୍ତୁ: ପୂର୍ବ ସରକାର ଛତିଶଗଡ଼ ପାଣି ନେଇଗଲା କହିଲେ, ହେଲେ ସମାଧାନ କଲେନି: ମନମୋହନ ସାମଲ

 Virat Kohli | Yuzvendra Chahal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe