ବିମାନବନ୍ଦରରେ ପହଞ୍ଚିବା ପରେ ମହିଳା ସାମ୍ବାଦିକାଙ୍କ ଉପରେ ରାଗିଗଲେ ବିରାଟ

ବିରାଟ ବିମାନବନ୍ଦରରେ ମନା କରିବା ସତ୍ତ୍ବେ ଫଟୋ ଓ ଭିଡିଓ କରି ଚାଲିଥିବା ଜଣେ ବିଦେଶୀ ମହିଳା ସାମ୍ବାଦିକାଙ୍କ ଉପରେ ଷ୍ଟାର କ୍ରିକେଟର ରାଗି ଯାଇ କହିଥିଲେ,‘ ମୁଁ ମୋ ପିଲାମାନଙ୍କ ସହିତ ଗୋପନୀୟତା ଚାହୁଁଛି।

FD

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ମେଲବର୍ନରେ ଖେଳାଯିବାର ଥିବା ହେତୁ ଭାରତୀୟ ଟିମ ଗୁରୁବାର ମେଲବର୍ନ ବିମାନବନ୍ଦରରେ ପହଞ୍ଚିଥିଲେ। ଏହି ସମୟ‌ରେ ବିମାନବନ୍ଦରେ  ଜଣେ ମହିଳା ସାମ୍ବାଦିକାଙ୍କ ସହିତ  ବିରାଟ କୋହଲିଙ୍କ କଥାକଟାକଟି ‌ହୋଇ ଯାଇଥିଲା। ବିରାଟ ଓ ମହିଳା ସାମ୍ବାଦିକଙ୍କ ମଧ୍ୟରେ କଥାକଟାକଟି ହେବାର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ଅଧିକପଢ଼ନ୍ତୁ:ରାହୁଲ ସାଂସଦଙ୍କୁ ଶାରୀରିକ ଭାବେ ଆକ୍ରମଣ କରିବା ପାଇଁ ଶିଖିଛନ୍ତି କି କୁଙ୍ଗ୍‌ ଫୁ

ପ୍ରକାଶିତ ରିପୋର୍ଟ ମୁତାବକ, ମେଲବର୍ନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ଖେଳାଯିବାକୁ ଥିବା ହେତୁ ଗୁରୁବାର ବିମାନ ବନ୍ଦରରେ କ୍ରିକେଟ ଟିମ ଯାଇ ପହଞ୍ଚି ଯାଇଥିଲେ। ଏହି ସମୟରେ ବିରାଟ କୋହଲି ମଧ୍ୟ ତାଙ୍କ ପରିବାର ସହିତ ମେଲବର୍ନ ବିମାନ ବନ୍ଦରରେ ପହଞ୍ଚିଥିଲେ।

ପୂର୍ବରୁ ବିରାଟ ତାଙ୍କ ପରିବାର ସଦସ୍ୟଙ୍କ ଗୋପନୀୟତାକୁ ବଜାୟ ରଖିବା ପାଇଁ ଗଣମାଧ୍ୟକୁ ଅନେକ ଥର ଅନୁରୋଧ କରିଛନ୍ତି। ଏହା ସତ୍ତ୍ବେ ବି ମେଲବର୍ନ ବିମାନ ବନ୍ଦରରେ ଉପସ୍ଥିତ ଥିବା ଗଣମାଧ୍ୟମ ବିରାଟଙ୍କ ପରିବାର ସଦସ୍ୟଙ୍କ ଫଟୋ ଉଠାଇବା ସହିତ ଭିଡିଓ କରିଥିଲେ। 

ବିରାଟ ବିମାନବନ୍ଦରରେ ମନା କରିବା ସତ୍ତ୍ବେ ଫଟୋ ଓ ଭିଡିଓ କରି ଚାଲିଥିବା ଜଣେ ବିଦେଶୀ ମହିଳା ସାମ୍ବାଦିକାଙ୍କ ଉପରେ ଷ୍ଟାର କ୍ରିକେଟର ରାଗି ଯାଇ କହିଥିଲେ,‘ ମୁଁ ମୋ ପିଲାମାନଙ୍କ ସହିତ ଗୋପନୀୟତା ଚାହୁଁଛି।

ଅଧିକପଢ଼ନ୍ତୁ:ମୁଁ ବି କାଷ୍ଟିଂ କାଉଚର ଶିକାର ହୋଇଛି

ଏନେଇ ମୁଁ ପୂର୍ବରୁ ଆପଣମାନଙ୍କୁ ସୂଚନା ଦେଇଛି। ମୋର ସମ୍ମତି ବିନା ଆପଣମାନେ ମୋର ପରିବାରର କୌଣସି ସଦସ୍ୟଙ୍କ ଭିଡିଓ ସୁଟିଂ କରିପାରିବେ ନାହିଁ। ଫଟୋ ଉଠାଇ ପାରିବେ ନାହିଁ। କାରଣ ମୁଁ ପରିବାରକୁ ଗଣମାଧ୍ୟମଠାରୁ ଦୂରରେ ରଖିବାକୁ ପସନ୍ଦ କରେ। ଏହାକୁ ଆପଣମାନେ ମୋର ଅନୁରୋଧ ଭାବି ପାରନ୍ତି ନଚେତ ଚେତାବାନୀ ବି କହି ପାରନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe