ମୁମ୍ବାଇ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ତିନିଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଆସନ୍ତା ୧୧ ତାରିଖରେ ବଡ଼ୋଦରାରେ ଖେଳାଯିବ। ଏହି ମ୍ୟାଚରେ ଭାରତୀୟ ଦଳର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ପାଇଁ ଏକ ଐତିହାସିକ ସୁଯୋଗ ରହିବ। ଏହି ମ୍ୟାଚରେ ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାକୁ ସୁଯୋଗ ପାଇପାରିବେ। ଜାନୁଆରି ୧୧ ଆଉ ଏକ କାରଣ ଲାଗି ବିରାଟଙ୍କ ପାଇଁ ଖାସ୍। ଏହି ଦିନ ତାଙ୍କ ଝିଅ ଭାମିକାର ଜନ୍ମଦିନ। ଏଣୁ ଏହି ଦିନଟିକୁ ସେ ସ୍ମରଣୀୟ କରିବାକୁ ଉଦ୍ୟମ କରିବେ।
ଭାରତୀୟ କ୍ରିକେଟରେ ନ୍ୟୁଜିଲାଣ୍ଡ ବିପକ୍ଷରୁ ସବୁଠାରୁ ଅଧିକ ରନ କରିଛନ୍ତି ସଚିନ। ୧୯୯୦ରୁ ୨୦୦୯ ପର୍ଯ୍ୟନ୍ତ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ୪୨ଟି ମ୍ୟାଚ ଖେଳି ୧୭୫୦ ରନ କରିଛନ୍ତି। ଏହା ମଧ୍ୟରେ ୫ଟି ଶତକ ଓ ୮ଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ। ଏ କ୍ଷେତ୍ରରେ ୨ୟ ସ୍ଥାନରେ ଅଛନ୍ତି ବିରାଟ। ସେ ୩୩ଟି ମ୍ୟାଚରୁ ୧୬୫୭ ରନ କରିଛନ୍ତି। ଏଣୁ ଆଉ ୯୪ ରନ କଲେ ସେ ସଚିନଙ୍କ ରେକର୍ଡ ଭାଙ୍ଗିବେ। ବିରାଟ ଏବେ ଯେପରି ଫର୍ମରେ ଅଛନ୍ତି ତାଙ୍କ ପାଇଁ ଏହି ରେକର୍ଡ ଭାଙ୍ଗିବା କଷ୍ଟକର ହେବନାହିଁ। ନିକଟରେ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ୨ଟି ଶତକ ମାରିଥିଲେ। ସେହିପରି ଘରୋଇ ବିଜୟ ହଜାରେ ଟ୍ରଫିରେ ଭଲ ପ୍ରଦର୍ଶନ କରିଥିଲେ।
କୋହଲିଙ୍କ ଝାଳବୁହା ଅଭ୍ୟାସ
ଦିନକ ପରେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳା ଆରମ୍ଭ ହେବ। ଏହା ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ତାରକା ବ୍ୟାଟର୍ ବିରାଟ କୋହଲି ଗୁରୁବାର ନେଟ୍ସରେ ଝାଳବୁହା ଅଭ୍ୟାସ କରିଛନ୍ତି। ତାଙ୍କ ସହ ଅଧିନାୟକ ଶୁବମନ ଗିଲ୍, କେଏଲ୍ ରାହୁଲ ଓ ୱାସିଂଟନ୍ ସୁନ୍ଦର ଅଭ୍ୟାସ କରିଛନ୍ତି। ଗୌତମ ଗମ୍ଭୀରଙ୍କ ନେତୃତ୍ବରେ ଚାଲିଥିବା ଏହି ଅଭ୍ୟାସ ଶିବିରରେ ପୂର୍ବତନ ଅଧିନାୟକ ରୋହିତ ଶର୍ମା ଉପସ୍ଥିତ ନଥିଲେ। ରବୀନ୍ଦ୍ର ଜାଡ଼େଜା ଓ ଋଷଭ ପନ୍ତ ବିଜୟ ହଜାରେ ଟ୍ରଫି ଖେଳୁଥିବାରୁ ସେମାନେ ମଧ୍ୟ ନେଟ୍ସରେ ଯୋଗ ଦେଇପାରି ନଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଶୃଙ୍ଖଳା ପରେ କୋହଲି ବିଜୟ ହଜାରେ ଟ୍ରଫିରେ ଦିଲ୍ଲୀ ବିପକ୍ଷରୁ ଦୁଇଟି ମ୍ୟାଚ୍ ଖେଳି ନିଜକୁ ଆହୁରି ଶାଣିତ କରିଥିଲେ। ଏହି ଦୁଇ ମ୍ୟାଚ୍ରୁ ଆନ୍ଧ୍ରପ୍ରଦେଶ ବିପକ୍ଷରେ ଶତକ (୧୩୧ ରନ୍) ଏବଂ ଗୁଜରାଟ ବିପକ୍ଷରେ ଅର୍ଦ୍ଧଶତକ (୭୭ ରନ୍) ଅର୍ଜନ କରିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ୩୭ ବର୍ଷୀୟ କୋହଲି ୨ ଶତକ ଓ ଗୋଟିଏ ଅର୍ଦ୍ଧଶତକ ସହ ମୋଟ ୩୦୨ ରନ୍ କରିଥିଲେ। କିନ୍ତୁ ଏହା ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ପ୍ରଥମ ଦୁଇ ମ୍ୟାଚ୍ରେ ଡକ୍ରେ ଆଉଟ୍ ହେବା ପରେ ତୃତୀୟ ମ୍ୟାଚ୍ରେ ୭୪ ରନ୍ର ଅପରାଜିତ ପାଳି ଖେଳି ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଥିଲେ। ଏହାପରଠୁ ତାଙ୍କର ଚମତ୍କାର ବ୍ୟାଟିଂ ଜାରି ରହିଛି। ତାଙ୍କର ଏହି ଫର୍ମ ନ୍ୟୁଜିଲାଣ୍ଡ ବିପକ୍ଷରେ ଜାରି ରହୁ ବୋଲି ପ୍ରଶଂସକ ଆଶା ବାନ୍ଧିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଏହି ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଭଦୋଦରାରେ ଜାନୁଆରି ୧୧ରେ ଖେଳାଯିବ। ଏହାପରେ ୧୪ରେ ରାଜକୋଟ ଓ ୧୮ରେ ଇନ୍ଦୋରରେ ଶେଷ ଦିନିିକିଆ ଖେଳାଯିବ। ଦିନିକିଆ ପରେ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ୨୧ରୁ ଆରମ୍ଭ ହେବ।
ଆହୁରି ପଢ଼ନ୍ତୁ: India Difficulty WTC ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍: କଷ୍ଟକର ହୋଇପାରେ ଭାରତର ଫାଇନାଲ ରାସ୍ତା
ଭାରତ ବନାମ ଇଂଲଣ୍ଡ ଦିନିକିଆରେ ୫ ସର୍ବଶ୍ରେଷ୍ଠ ଖେଳାଳି
- ସଚିନ ତେନ୍ଦୁଲକର (ଭାରତ), ୪୨ଟି ମ୍ୟାଚ୍, ୧୭୫୦ ରନ୍
- ବିରାଟ କୋହଲି (ଭାରତ), ୩୩ଟି ମ୍ୟାଚ୍, ୧୬୫୭ ରନ୍
- ରସ୍ ଟ୍ରେଲର (ନ୍ୟୁଜିଲାଣ୍ଡ), ୩୫ଟି ମ୍ୟାଚ୍, ୧୩୮୫ ରନ୍
- କେନ୍ ୱିଲିୟମସନ୍ (ନ୍ୟୁଜିଲାଣ୍ଡ), ୩୧ଟି ମ୍ୟାଚ୍, ୧୨୩୯ ରନ୍
- ନାଥାନ ଆସଲେ (ନ୍ୟୁଜିଲାଣ୍ଡ), ୨୯ଟି ମ୍ୟାଚ୍, ୧୨୦୭ ରନ୍
ଆହୁରି ପଢ଼ନ୍ତୁ: Man Steals Policeman Bike: ଥାନା ଭିତରେ ପଶି ଚୋର କଲା ଚୋରି, ସିସିଟିଭି ଫୁଟେଜରୁ ଜଣାପଡିଲା ସତ
ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ
- ପ୍ରଥମ ଦିନିକିଆ: ଭଦୋଦରା (ଜାନୁଆରି ୧୧)
- ଦ୍ବିତୀୟ ଦିନିକିଆ: ରାଜକୋଟ (ଜାନୁଆରି ୧୪)
- ତୃତୀୟ ଦିନିକିଆ: ଇନ୍ଦୋର (ଜାନୁଆରି ୧୮)
୫୦ ବର୍ଷର ଇତିହାସ
ସୂଚନାଯୋଗ୍ୟ, ଭାରତ ଓ ନ୍ୟୁଜିଲାଣ୍ଡ ଦିନିକିଆ କ୍ରିକେଟ୍ରେ ୧୯୭୫ ମସିହାରେ ପ୍ରଥମ ଥର ପାଇଁ ମୁହାଁମୁହିଁ ହୋଇଥିଲେ। ସେହିଦିନ ଠାରୁ ଉଭୟ ଦଳ ଏପର୍ଯ୍ୟନ୍ତ ୧୨୦ ଥର ମୁହାଁମୁହିଁ ହୋଇଛନ୍ତି। ଏଥିରୁ ଭାରତ ୬୨ଟି ଥର ବିଜୟ ହାସଲ କରିଥିବା ବେଳେ ନ୍ୟୁଜିଲାଣ୍ଡ ୫୦ ଥର ଜିତିଛି। ୭ଟି ମ୍ୟାଚର ଫଳାଫଳ ବାହାରି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/01/09/untitled-15-2026-01-09-17-26-10.jpg)