ଆଡିଲେଡ୍ : ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ଦିନିକିଆ (ODI) ସିରିଜରେ ଭାରତର ମହାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି (Virat Kohli) ଲଗାତାର ଦୁଇଟି ମ୍ୟାଚରେ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ଥର ପାଇଁ ସେ ଲଗାତାର ୨ଥର ଶୂନରେ ଆଉଟ ହୋଇଛନ୍ତି । କିନ୍ତୁ ଏହାକୁ ନେଇ ଆଜି ଯେତେ ଚର୍ଚ୍ଚା ନ ହୋଇଛି ତାଠାରୁ ଅଧିକ ଚର୍ଚ୍ଚା ହେଉଛି ବିରାଟଙ୍କ ଏକ କାର୍ଯ୍ୟକୁ ନେଇ । ଶୂନରେ ଆଉଟ ହେବା ପରେ ସେ ନିଜର ଗ୍ଲୋଭସ ଖୋଲି ଉପରକୁ ଟେକି ଧରିଥିଲେ ଓ ଦର୍ଶକଙ୍କ ଅଭିବାଦନ ଗ୍ରହଣ କରୁଥିଲେ । ଲାଗୁଥିଲା ସେ ଲୋକମାନଙ୍କୁ କିଛି ସଂକେତ ଦେବାକୁ ଚେଷ୍ଟା କରୁଛନ୍ତି । ମୁହଁରେ ତାଙ୍କର ନିରାଶାର ଝଲକ ଥିଲା ।
ଆହୁରି ପଢନ୍ତୁ : Virat kohli again score zero: ଆଡିଲେଡ୍ରେ ବି ବିରାଟଙ୍କୁ ମିଳିଲା ଶୂନ, ମଉଳିଲା ପ୍ରଶଂସକଙ୍କ ଆଶା
କ୍ରିକେଟ ମହଲରେ ଚର୍ଚ୍ଚା
ବିରାଟଙ୍କ ଏହି ସଂକେତକୁ ନେଇ କ୍ରିକେଟ ମହଲରେ ଆରମ୍ଭ ହୋଇଛି ଚର୍ଚ୍ଚା । ବିରାଟ ଏପରି କାହିଁକି କଲେ ? ସେ ପୂର୍ବରୁ କେବେବି ଏପରି କରିନାହାନ୍ତି । ଏପରି କରି ସେ ଅବସର ସଂପର୍କରେ ସଂକେତ ଦେଉଛନ୍ତି କି ? ଏସବୁ ଚର୍ଚ୍ଚା ଏବେ ସୋସିଆଲ ମିଡିଆଠାରୁ ଆରମ୍ଭ କରି ମୁଖ୍ୟଧାରା ଗଣମାଧ୍ୟମରେ ଚାଲିଛି । କେତେକ ଚର୍ଚ୍ଚା ଅନୁସାରେ ସେ ୨୫ ତାରିଖରେ ସିଡନିରେ ହେବାକୁ ଥିବା ୩ୟ ଦିନିକିଆ ପରେ ସେ କିଛି ବଡ଼ ଘୋଷଣା କରିପାରନ୍ତି ।
ଆହୁରି ପଢନ୍ତୁ : INDvAUS: ୨ୟ ଦିନିକିଆରେ ଭାରତକୁ ୨ ୱିକେଟରେ ହରାଇଲା ଅଷ୍ଟ୍ରେଲିଆ