କଟକ: ବାରବାଟୀ ଟ୍ବେଣ୍ଟି-୨୦ ପାଇଁ ଶନିବାର ଉଭୟ ଦଳର ସମସ୍ତ ଖେଳାଳି ଭୁବନେଶ୍ବରରେ ପହଞ୍ଚିବେ। ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକାର ୫ଜଣ ଖେଳାଳି ଡୋନାଭାନ ଫେରେଇରା, ରିଜା ହେଣ୍ଡ୍ରିକ୍ସ, ଡେଭିଡ୍ ମିଲର, ଜର୍ଜ ଫେଡ୍ରିକ୍ ଲିଣ୍ଡେ, କ୍ବେନାମ ସେଗୋଫାଟ୍ସୋ ଗତକାଲି ଭୁବନେଶ୍ବରରେ ପହଞ୍ଚିଥିଲା ବେଳେ ଆଜି ଭାରତୀୟ କ୍ରିକେଟର ହାର୍ଦିକ ପାଣ୍ଡ୍ୟା ପହଞ୍ଚିଛନ୍ତି। ଅନ୍ୟ ଖେଳାଳିମାନେ ରବିବାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରେ ପହଞ୍ଚିବେ। ଖେଳାଳିମାନଙ୍କୁ ବିମାନବନ୍ଦରରୁ ହୋଟେଲ୍ ଓ ହୋଟେଲ୍ରୁ ବାରବାଟୀ ଷ୍ଟାଡିୟମ୍ ପର୍ଯ୍ୟନ୍ତ କଡ଼ା ସୁରକ୍ଷା ମଧ୍ୟରେ ନିଆଯିବ। ଏଥିପାଇଁ ପୁଲିସ ପକ୍ଷରୁ ଆଜି ମକ୍ଡ୍ରିଲ୍ କରାଯାଇଥିଲା। କଡ଼ା ପୁଲିସ କର୍ଡନ ମଧ୍ୟରେ ଖେଳାଳିଙ୍କ ବସ୍ ଷ୍ଟାଡିୟମ୍ରେ ପହଞ୍ଚିଥିଲା। କିଛି ସମୟ ପରେ ପୁଣି ଏଠାରୁ ଭୁବନେଶ୍ବର ଫେରିଯାଇଥିଲା।
Dead Body: ନିଖୋଜ ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର
ପାଣ୍ଡ୍ୟା ପହଞ୍ଚିଲେ, ଆଜି ଆସିବେ ଅନ୍ୟମାନେ
ରିହର୍ସାଲ ଶେଷ, ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଡିଜି
Indian Railways: ହାଓଡ଼ା-ସିଆଲଦା ସମେତ ପ୍ରମୁଖ ସ୍ଥାନକୁ ସ୍ୱତନ୍ତ୍ର ଟ୍ରେନ୍ ସେବା ଯୋଗାଇବ ଉତ୍ତର ପୂର୍ବ ରେଳପଥ
ସନ୍ଧ୍ୟା ବେଳେ ପୁଲିସ୍ ଡିଜି ୱାଇ ବି ଖୁରାନିଆ ଷ୍ଟାଡିୟମ୍ରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ପୁଲିସ କମିସନର ଏସ୍ ଦେବଦତ୍ତ ସିଂହ, ଅତିରିକ୍ତ ସିପି ନରସିଂହ ଭୋଳ, ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓଙ୍କ ସହ ଅନ୍ୟାନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଓସିଏ ପକ୍ଷରୁ କରାଯାଉଥିବା ବ୍ୟବସ୍ଥାକୁ ଡିଜି ପ୍ରଶଂସା କରିଥିଲେ। ଦର୍ଶକମାନେ ଯେପରି ଏଠାରୁ ଭଲ ଅଭିଜ୍ଞତା ନେଇ ଫେରିବେ ତାହା ଉପରେ ଧ୍ୟାନ ଦିଆଯିବ। ଖେଳାଳି, ଭିଭିଆଇପି ଓ ଦର୍ଶକମାନଙ୍କର ସୁରକ୍ଷା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଉଛି। ଯେଉଁଥିରେ ବିଭିନ୍ନ ଫୋର୍ସ ସହିତ ଅଫିସରମାନେ ନିୟୋଜିତ ହେବେ। ଯେଉଁ ଦର୍ଶକମାନେ ଗ୍ୟାଲେରି ଟିକଟ ନେଇ ଆସିବେ ସେମାନେ ଧାର୍ଯ୍ୟ ସମୟର ୩ରୁ ୪ଘଣ୍ଟା ଆଗରୁ ଷ୍ଟାଡିୟମ୍କୁ ଆସିବା ପାଇଁ ଡିଜି ପରାମର୍ଶ ଦେଇଛନ୍ତି। ଯାହାଦ୍ବାରା ସୁରୁଖୁରୁରେ ସେମାନେ ଷ୍ଟାଡିୟମ୍ ଭିତରକୁ ପ୍ରବେଶ କରିପାରିବେ ଓ ଅନ୍ୟ ଦର୍ଶକମାନଙ୍କ ପାଇଁ ମଧ୍ୟ କୌଣସି ସମସ୍ୟା ହେବ ନାହିଁ ବୋଲି ଡିଜି ଶ୍ରୀ ଖୁରାନିଆ କହିଛନ୍ତି।
Follow Us