କଟକ: ବାରବାଟୀରେ ୯ ତାରିଖରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ କ୍ରିକେଟ୍‌ ମ୍ୟାଚର ଟିକଟ କିଣିବାକୁ ଆଜି ରାତିରୁ ଷ୍ଟାଡିୟମ ନିକଟରେ ଜମିଛି ଅସମ୍ଭାଳ ଭିଡ଼। ଶୁକ୍ରବାର ସକାଳ ୬ଟାରେ ବ୍ୟାରିକେଡ୍‌ ଭିତରେ ଧାଡ଼ିରେ ରହିବାକୁ ଦିଆଯିବ ବୋଲି ପୁଲିସ ପକ୍ଷରୁ ପୂର୍ବରୁ କୁହାଯାଇଥିଲେ ବି ଅସମ୍ଭାଳ ଭିଡ଼କୁ ନଜରରେ ରଖି ଆଜି ରାତି ପ୍ରାୟ ୧୧ଟା ୩୦ ସମୟରେ ପୁଲିସ ଲୋକଙ୍କୁ ପର୍ଯ୍ୟାୟକ୍ରମେ ବ୍ୟାରିକେଡ୍‌ ଭିତରକୁ ଛାଡ଼ିଛି। ୫୦ ଜଣ ଲେଖାଏଁ ‌ଲୋକଙ୍କୁ ଗ୍ରୁପ୍‌ କରି ବ୍ୟାରିକେଡ୍‌ ଭିତରକୁ ଛଡ଼ାଯାଉଛି।  ଅନ୍ୟପଟେ ଏଥର ଟିକଟ କଳାବଜାର ରୋକିବାକୁ କମିସନରେଟ୍ 
ପୁଲିସ ବାରବାଟୀ ଚାରିପଟେ ଡ୍ରୋନ୍ କ୍ୟାମେରା ଉଡ଼ାଇବାକୁ ନିଷ୍ପତ୍ତି ନେଇଛି। ଗଳି କନ୍ଦିରେ ଯେଉଁଠି ଟିକଟ କଳାବଜାର କରାଯିବ ଏହା ଉପରେ ନଜର ରଖିବା ସହିତ କୌଣସି ଅପ୍ରୀତିକର ପରିସ୍ଥିତି ହେଲେ ଏହା ଉପରେ ନଜର ରଖାଯିବ। ଏଥର କ୍ରିକେଟ୍‌ ମ୍ୟାଚ୍‌ ପାଇଁ ୩୦୦ ସିସି କ୍ୟାମେରା ଲାଗିଥିବା ବେଳେ ପଡ଼ିଆ ବାହାରେ ଟିକଟ କାଉଣ୍ଟର୍‌, ବ୍ୟାରିକେଡ୍ ନିକଟରେ ୬୪ କ୍ୟାମେରା ଲଗାଯାଇଛି। ସମସ୍ତ କ୍ୟାମେରାକୁ ଓସିଏ କଣ୍ଟ୍ରୋଲ୍‌ ରୁମ୍‌ରୁ ନିୟନ୍ତ୍ରଣ କରାଯିବ। ଚକ୍ଷୁ ହସ୍‌ପିଟାଲ ସାମନା ପଡ଼ିଆ ଓ ପାଣିଟାଙ୍କି ସାମନାରେ ଦୁଇଟି ପ୍ରୋଜେକ୍ଟରରେ ବାହାର କ୍ୟାମେରାର ଦୃଶ୍ୟ ସିଧାସଳଖ ପ୍ରସାରିତ ହେଉଛି। କାଉଣ୍ଟର୍‌ରେ ସମ୍ପୂର୍ଣ୍ଣ ସ୍ବଚ୍ଛତାର ସହିତ ଟିକଟ ବିକ୍ରି ପାଇଁ ଏଭଳି କରାଯାଇଥିବା କୁହାଯାଉଛି। 

Advertisment

barabatisfhhfhfssfh

ହଜାର ହଜାର କ୍ରିକେଯ୍‌ ପ୍ରେମୀ ଷ୍ଟାଡିୟମ ନିକଟରେ ରାତିରେ ଏକାଠି ହୋଇ ଶିଳ୍ପ ନିର୍ଦ୍ଦେଶାଳୟ ପଡ଼ିଆରେ ହୋଇଥିବା ବ୍ୟାରିକେଡ୍‌ରେ ପଶି ଧାଡ଼ିରେ ଛିଡ଼ାହେବାକୁ ଉଦ୍ୟମ କରିଥିଲେ। ପୁଲିସ ସେମାନଙ୍କୁ ପ୍ରଥମେ ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ନିକଟକୁ ଘଉଡ଼ାଇଥିଲା। ସେଠାରେ ସମସ୍ତେ ଏକାଠି ହୋଇ ପାଟିତୁଣ୍ଡ କରିବାରୁ ପରେ କ୍ୟାଣ୍ଟନମେଣ୍ଟ ଛକ ନିକଟକୁ ଘଉଡ଼ାଇ ନେଇଥିଲା ପୁଲିସ। କିନ୍ତୁ ଭିଡ଼ ବଢ଼ିବାରୁ ରାତି ପ୍ରାୟ ୧୧ଟା ୩୦ ବେଳକୁ ପୁଲିସ ସେମାନଙ୍କୁ ଭିତରକୁ ପର୍ଯ୍ୟାୟକ୍ରମେ ଛାଡ଼ିଥିଲା। ଘଟଣାସ୍ଥଳରେ ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

Asim Munir : ଅସୀମ ମୁନୀର ହେଲେ ପାକିସ୍ତାନର ପ୍ରଥମ ସିଡିଏଫ, ପ୍ରଧାନମନ୍ତ୍ରୀ ସରିଫ ଦେଲେ ମଂଜୁରୀ

ବକେୟା ଟଙ୍କା ପାଇଁ ପୁଲିସ-ଓସିଏ ଟଣାଓଟରା

କଟକ: ବାରବାଟୀ ଷ୍ଟାଡିୟମରେ ମ୍ୟାଚ୍‌ ଆୟୋଜନ ପାଇଁ ପୁଲିସ ବ୍ୟବସ୍ଥା ବାବଦକୁ ଟଙ୍କା ପୈଠକୁ ନେଇ ପୁଲିସ ଓ ଓସିଏ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଟଣାଓଟରା ଚାଲିଛି। କଟକ କମିସନରେଟ୍‌ ପୁଲିସ ଡିସିପି ପୁରୁଣା ମ୍ୟାଚ୍‌ ବାବଦ ଟଙ୍କା ଦେବା ପାଇଁ ଓସିଏ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଚିଠି ଲେଖୁଥିଲେ ବି ଟଙ୍କା ମିଳୁ ନଥିବା ଜଣାପଡ଼ିଛି। ଗତ ନଭେମ୍ବର ୯ ତାରିଖରେ କଟକ ଡିସିପି ଏନେଇ ଓସିଏ ସଂପାଦକ ସଂଜୟ ବେହେରାଙ୍କୁ ଏକ ଚିଠି ଲେଖିଛନ୍ତି। ଚିଠିରେ ଉଲ୍ଲେଖ କରାଯାଇଛି ଯେ ୨୦୨୫, ଫେବ୍ରୁଆରି ୯ ତାରିଖରେ ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଏକଦିବସୀୟ ମ୍ୟାଚ୍‌ର ପୁଲିସ ବନ୍ଦୋବସ୍ତ ବାବଦକୁ ୭୮ ଲକ୍ଷ ୬ ହଜାର ୬୯୮ ଟଙ୍କା ପୈଠ କରିବାକୁ ଥିଲେ ବି ତାହା ଏଯାଏଁ ମିଳି ନାହିଁ। ଏ ସଂକ୍ରାନ୍ତରେ ଓସିଏକୁ ଫେବ୍ରୁଆରି ୨୪ ତାରିଖରେ ଦିଆଯାଇଥିବା ଚିଠିକୁ ଆଧାର କରାଯାଇ ଟଙ୍କା ତୁରନ୍ତ ପୈଠ କରିବାକୁ ଅନୁରୋଧ କରାଯାଇଛି। ଏହି ଚିଠିର ନକଲ ପୁଲିସ କମିସନର ଓ ଏଡିଜି (ଆଇନଶୃଙ୍ଖଳା)ଙ୍କ ଅବଗତି ପାଇଁ ମଧ୍ୟ ଦିଆଯାଇଛି। ଆସନ୍ତା ୯ ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ପୁଲିସ ବନ୍ଦୋବସ୍ତ ବାବଦ ଖର୍ଚ୍ଚର ପୁରୁଣା ହିସାବ ଓସିଏ ତୁଟାଉ ନଥିବାରୁ ଏହା ଏବେ ବିବାଦର କାରଣ ହୋଇଛି। ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ର ପୁଲିସ ବ‌ନ୍ଦୋବସ୍ତ ବାବଦ ଖର୍ଚ୍ଚ ମିଶିଲେ ପରିମାଣ ଦେଢ଼ କୋଟି ଟଙ୍କା ଟପିଯିବ ବୋଲି ଆକଳନ କରାଯାଉଛି।  

Nabarangpur: ଶିଶୁ ଗୁରୁତର ମାମଲା: ମାମଲାର ଯାଞ୍ଚ କଲେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ