ସିଡ୍ନି: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ଟେଷ୍ଟ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚ୍ ସିଡ୍ନିରେ ଖେଳାଯାଇଥିଲା। ଏହି ମ୍ୟାଚ୍କୁ ୬ୱିକେଟ୍ରେ ଜିତି ଅଷ୍ଟ୍ରେଲିଆ କେବଳ ସିରିଜ୍ କବଜା କରିନାହିଁ ବରଂ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍(ଡବ୍ଲୁଟିସି ) ଫାଇନାଲରେ ମଧ୍ୟ ସ୍ଥାନ ପାଇଛି। ଏହା ପରେ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ ଡବ୍ଲୁଟିସି ଫାଇନାଲ ଖେଳିବ ନାହିଁ । କେଉଁଠି ଭୁଲ୍ ରହିଲା ବୋଲି ସେ କହିଛନ୍ତି। ଏବେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି।
ରୋହିତ ଶର୍ମା ସିଡ୍ନି ଟେଷ୍ଟରୁ ବାହାରିଥିଲେ, ଏହା ପରେ ଜସପ୍ରୀତ ବୁମ୍ରା ଅଧିନାୟକତ୍ୱ ଗ୍ରହଣ କରିଥିବା ନଜର ଆସିଥିଲେ। ବର୍ତ୍ତମାନ ଶେଷ ମ୍ୟାଚ୍ରେ ପରାଜୟ ପରେ କ୍ୟାପଟେନ ବୁମ୍ରାଙ୍କ ଏକ ବଡ଼ ବିବୃତି ଆସିଛି।
ସିଡ୍ନି ଟେଷ୍ଟରେ ଟିମ୍ ଇଣ୍ଡିଆର ୬ୱିକେଟ୍ ପରାଜୟ ପରେ ଅଧିନାୟକ ଜସପ୍ରୀତ ବୁମ୍ରା କହିଛନ୍ତି, ଟିକେ ନିରାଶା ଭାବ ରହିଛି। କିନ୍ତୁ ବେଳେବେଳେ ଆପଣଙ୍କୁ ନିଜ ଶରୀରକୁ ସମ୍ମାନ କରିବାକୁ ପଡିବ, ଆପଣ ନିଜ ଶରୀର ସହିତ ଲଢ଼ି ପାରିବେ ନାହିଁ। ପ୍ରଥମ ଇନିଂସରେ ମୋର ଦ୍ୱିତୀୟ ସ୍ପେଲ୍ ସମୟରେ ମୁଁ ଟିକିଏ ସମସ୍ୟା ଅନୁଭବ କଲି। ପ୍ରଥମ ଇନିଂସରେ ଅନ୍ୟ ବୋଲରମାନେ ଭଲ ପ୍ରଦର୍ଶନ କରିଥିଲେ। ଜଣେ ବୋଲର କମ୍ ପଡ଼ିବା ଯୋଗୁ ଅନ୍ୟମାନଙ୍କୁ ଦାୟିତ୍ୱ ନେବାକୁ ପଡ଼ିଲା।
ଆଗକୁ ବୁମ୍ରା କହିଛନ୍ତି, ସିରିଜରେ କଡ଼ା ଟକ୍କର ହୋଇଥିଲା। ଆମେ ଆଜି ମଧ୍ୟ ଖେଳରେ ଥିଲୁ, ଏହା ନୁହେଁ ଯେ ଆମେ ଖେଳରୁ ବାହାର ହୋଇଥିଲୁ, ଟେଷ୍ଟ କ୍ରିକେଟ୍ ଏଭଳି ଚାଲେ। ଖେଳରେ ଦୀର୍ଘ ସମୟ ରହିବା, ଚାପ ପ୍ରୟୋଗ କରିବା, ଚାପକୁ ସହ୍ୟ କରିବା ଏବଂ ପରିସ୍ଥିତି ଅନୁଯାୟୀ ଖେଳିବା ସବୁ ଗୁରୁତ୍ୱପୂର୍ଣ୍ଣ। ଆପଣଙ୍କୁ ପରିସ୍ଥିତି ସହିତ ଖାପ ଖୁଆଇବାକୁ ପଡିବ ଏବଂ ଏହି ଶିକ୍ଷାଗୁଡ଼ିକ ଭବିଷ୍ୟତରେ ଆମକୁ ସାହାଯ୍ୟ କରିବ। ଯୁବ ଖେଳାଳିମାନେ ଅନେକ ଅଭିଜ୍ଞତା ହାସଲ କରିଛନ୍ତି। ସେମାନେ ଏହାଦ୍ବାରା ଅଧିକ ଶକ୍ତିଶାଳୀ ହେବେ। ଆମ ଦଳରେ ବହୁତ ପ୍ରତିଭା ଅଛନ୍ତି ବୋଲି ଆମେ ଦର୍ଶାଇଛୁ।
He was devastating at times, so it's no surprise to see Jasprit Bumrah named the NRMA Insurance Player of the Series. #AUSvIND pic.twitter.com/7qFlYcjD2d
— cricket.com.au (@cricketcomau) January 5, 2025
ଅଧିକ ପଢ଼ନ୍ତୁ: ହିଲାରି କ୍ଲିଣ୍ଟନଙ୍କ ସମେତ ୧୯ ଜଣଙ୍କୁ ଆମେରିକାର ସର୍ବୋଚ୍ଚ ନାଗରିକ ସମ୍ମାନ
ଏହି ପୁରା ସିରିଜରେ ଜସପ୍ରୀତ ବୁମ୍ରା ତାଙ୍କ ଚମତ୍କାର ବୋଲିଂ ଦ୍ବାରା ବେଶ୍ ପ୍ରଭାବ ବିସ୍ତାର କରିଥିଲେ। ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନମାନେ ମଧ୍ୟ ବୁମ୍ରାଙ୍କ ବୋଲିଂର ସ୍ୱୀକାର କରିଛନ୍ତି। ବର୍ଡର-ଗାଭାସ୍କର ଟ୍ରଫିରେ ବୁମ୍ରା ସର୍ବାଧିକ ୱିକେଟ୍ ନେଇଥିଲେ। ସିଡ୍ନି ଟେଷ୍ଟର ଦ୍ୱିତୀୟ ଇନିଂସରେ ବୁମରା ବୋଲିଂ କରିପାରି ନ ଥିଲେ ମଧ୍ୟ ସେ ଏହି ସିରିଜରେ ୩୨ ୱିକେଟ୍ ନେଇଥିଲେ। ଏହି ଉଜ୍ଜ୍ୱଳ ପ୍ରଦର୍ଶନ ପାଇଁ ବୁମରାଙ୍କୁ ପ୍ଲେୟାର ଅଫ୍ ଦି ସିରିଜ୍ ପୁରସ୍କାର ପାଇଁ ମଧ୍ୟ ମନୋନୀତ କରାଯାଇଥିଲା।
ଅଧିକ ପଢ଼ନ୍ତୁ: ପରାଜୟ ପାଇଁ ୫ ଦାୟୀ: ପ୍ରତ୍ୟେକ ଇନିଂସରେ ବିଫଳ