WPL Photograph: (Sambad.in)
ମୁମ୍ବାଇ: ମୁମ୍ବାଇ ମହାନଗର ନିଗମ ନିର୍ବାଚନ ଚଳିତ ମାସ ୧୫ରେ ଅନୁଷ୍ଠିତ ହେବାକୁ ଯାଇଛି। ଏହାର ପ୍ରଭାବ ଏଠାରେ ଚାଲିଥିବା ମହିଳା ପ୍ରିମିୟର୍ ଲିଗ୍ (ଡବ୍ଲ୍ୟୁପିଏଲ୍) ପଡ଼ିବାର ସମ୍ଭାବନା ରହିଛି। ନିର୍ବାଚନ ଲାଗି ସ୍ଥାନୀୟ ପୁଲିସ ଆବଶ୍ୟକ ସୁରକ୍ଷା ଦେବାକୁ ରାଜି ନାହାନ୍ତି। ପୁଲିସ ମଧ୍ୟ ସୁରକ୍ଷା ଯୋଗାଇ ପାରିବନି ଏହାର ବକଳ୍ପ ବ୍ୟବସ୍ଥା ଲାଗି ବିସିସିଆଇକୁ କହି ଦେଇଛି। ତେଣୁ ସଂପ୍ରତି ବିସିସିଆଇ ପାଖରେ ମ୍ୟାଚ୍ ତାରିଖ ବଦଳାଇବା ପାଇଁ ସମୟ ନଥିବାରୁ ୧୪ ଓ ୧୫ ତାରିଖ ଏଠାରେ ଖେଳାଯିବାକୁ ଥିବା ଡବ୍ଲ୍ୟୁପିଏଲ୍ର ଦୁଇଟି ମ୍ୟାଚ୍ ବିନା ଦର୍ଶକରେ କରିବାକୁ ବୋର୍ଡ ଚିନ୍ତା କରୁଛି। ବିସିସିଆଇ ସମ୍ପାଦକ ଏକ ସାକ୍ଷାତ୍କାରରେ କହିଛନ୍ତି, ‘‘ଆମେ ଏହି ଦୁଇଟି ମ୍ୟାଚ୍ ବିନା ଦର୍ଶକରେ କରାଇବୁ। ପୁଲିସ ଆମକୁ କହିବା ପରେ ଆମେ ଏଭଳି ଚିନ୍ତା କରିଛୁ। ହେଲେ କୌଣସି ପ୍ରକାର ଚୂଡ଼ାନ୍ତ ନିଷ୍ପତ୍ତି ଏବେ ସୁଦ୍ଧା ହୋଇନି’’।
ଆହୁରି ପଢନ୍ତୁ- IPhone Export: ୨ ଲକ୍ଷ କୋଟିର ଆଇଫୋନ୍ ରପ୍ତାନୀ: ୨୦୨୪ ତୁଳନାରେ ୮୫% ଅଧିକ
ବିସିସିଆଇ ଯଦି ବନ୍ଦ କୋଠରିରେ ମ୍ୟାଚ୍ କରେ ତେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ୟୁପି ୱାରିୟର୍ଜ (ଜାନୁଆରି ୧୪) ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଓ ୟୁପି ୱାରିୟର୍ଜ (ଜାନୁଆରି ୧୫) ମ୍ୟାଚ୍କୁ ଦର୍ଶକ ହାତଛଡ଼ା କରିବେ। ଏଥିସହ ଗୁଜରାଟ ଜାଏଣ୍ଟ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଜାନୁଆରି ୧୬) ମ୍ୟାଚ୍ ମଧ୍ୟ ବନ୍ଦ କୋଠରିରେ ଖେଳାଯିବାର ସମ୍ଭାବନା ରହିଛି। କାରଣ ଏହି ୩ ଦିନର ଟିକେଟ୍ ଡବ୍ଲ୍ୟୁପିଏଲ୍ ଅନ୍ଲାଇନ୍ ଟିକେଟ୍ ପ୍ଲାଟ୍ଫର୍ମରେ ସଂପ୍ରତି ବିକ୍ରି ଲାଗି ଉପଲବ୍ଧ ନାହିଁ। ଡବ୍ଲ୍ୟୁପିଏଲ୍ର ଏହି ଚତୁର୍ଥ ସଂସ୍କରଣର ପ୍ରଥମ ପର୍ଯ୍ୟାୟ ୧୭ ତାରିଖ ପର୍ଯ୍ୟନ୍ତ ନବି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମ୍ରେ ଖେଳାଯିବ। ଏହାପରେ ଦ୍ବିତୀୟ ପର୍ଯ୍ୟାୟ ସହ ଫାଇନାଲ୍ ମ୍ୟାଚ୍ ବଦୋଦରାରେ ଅନୁଷ୍ଠିତ ହେବ।
ଆହୁରି ପଢନ୍ତୁ- Polavaram Project: ପୋଲାଭରମ ପ୍ରକଳ୍ପ ନେଇ ତେଲଙ୍ଗାନା ରିଟ୍ ପିଟିସନ ଗ୍ରହଣଯୋଗ୍ୟ ନୁହେଁ: ସୁପ୍ରିମକୋର୍ଟ
Follow Us