Women's Rising Stars Asia Cup: ମହିଳା ରାଇଜିଂ ଷ୍ଟାର୍ସ ଏସିଆ କପ୍‌: ଫାଇନାଲରେ ଭାରତ

Advertisment

ଚଳିତ ମହିଳା ରାଇଜିଂ ଷ୍ଟାର୍ସ ଏସିଆ କପ୍‌ ଟ୍ବେଣ୍ଟି-୨୦ ପ୍ରତିଯୋଗିତାର ଫାଇନାଲ୍‌ରେ ଭାରତୀୟ ‘ଏ’ ଦଳ ପ୍ରବେଶ କରିଛି। ଶୁକ୍ରବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଭାରତ ୫ ୱିକେଟ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି।

ଚଳିତ ମହିଳା ରାଇଜିଂ ଷ୍ଟାର୍ସ ଏସିଆ କପ୍‌ ଟ୍ବେଣ୍ଟି-୨୦ ପ୍ରତିଯୋଗିତାର ଫାଇନାଲ୍‌ରେ ଭାରତୀୟ ‘ଏ’ ଦଳ ପ୍ରବେଶ କରିଛି। ଶୁକ୍ରବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଭାରତ ୫ ୱିକେଟ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି।

dggdjgbcn

ବ୍ୟାଙ୍କକ୍: ଚଳିତ ମହିଳା ରାଇଜିଂ ଷ୍ଟାର୍ସ ଏସିଆ କପ୍‌ ଟ୍ବେଣ୍ଟି-୨୦ ପ୍ରତିଯୋଗିତାର ଫାଇନାଲ୍‌ରେ ଭାରତୀୟ ‘ଏ’ ଦଳ ପ୍ରବେଶ କରିଛି। ଶୁକ୍ରବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଭାରତ ୫ ୱିକେଟ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଭାରତୀୟ ବୋଲିଂକୁ ସାମ୍ନା କରି ନପାରି ଟସ୍‌ ଜିତି ପ୍ରଥ‌େମ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୧୯.୪ ଓଭରରେ ୧୧୮ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଭାରତ ପକ୍ଷରୁ ରାଧା ଯାଦବ (୩.୪-୦-୧୯-୪), ପ୍ରେମା ରାୱତ (୪-୧-୯-୨) ଓ ତନୁଜା କନୱର (୪-୦-୨୦-୨) ବୋଲିଂ ସଫଳତା ପାଇଥିଲେ। 

Protest: ଛତ୍ରପୁର ପୌରପାଲିକାରେ ମିଶ୍ରଣକୁ ବିରୋଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଜବାବରେ ଭାରତ ୧୩.୩ ଓଭରରେ ୫ ୱିକେଟ୍ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ବୃନ୍ଦା ଦିନେଶ (୨୦ ବଲ୍‌ରୁ ୪୨), ରାଧା ଯାଦବ (୧୮ ବଲ୍‌ରୁ ୩୧*) ଓ ଅନୁଷ୍କା ଶର୍ମା (୧୮ ବଲ୍‌ରୁ ୨୭) ଦଳକୁ  ସହଜ ବିଜୟ ‌ଦେଇଥିଲେ। ଅଲ୍‌ରାଉଣ୍ଡ୍‌ ସଫଳତା ପାଇଁ ରାଧାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଭାରତ ରବିବାର ଫାଇନାଲ୍‌ରେ ବାଂଲାଦେଶକୁ ଭେଟିବ। ଅନ୍ୟ ଏକ ସେମିଫାଇନାଲ୍‌ରେ ବାଂଲାଦେଶ ୫୪ ରନ୍‌ରେ ପାକିସ୍ତାନକୁ ପରାସ୍ତ କରିଛି। ବାଂଲାଦେଶ ୧୧୦/୮ କରିଥିଲା ବେଳେ ପାକିସ୍ତାନ ୫୬ ରନ୍‌ରେ ଅଟକି ଯାଇଥିଲା।

AFC Women’s: ଏଏଫ୍‌ସି ମହିଳା ଏସୀୟ କପ୍‌ ଦଳରେ ଓଡ଼ିଶାରୁ ପ୍ୟାରୀ, ଯଶୋଦା, ଜୁଲି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe