Yograj Singh On His Lonelyness Photograph: (sambad.in)
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଯୁବରାଜ ସିଂହଙ୍କ ପିତା ତଥା ପୂର୍ବତନ କ୍ରିକେଟର ଯୋଗରାଜ ସିଂହ ତାଙ୍କର ସ୍ପଷ୍ଟ ମତାମତ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି। କ୍ରିକେଟ ହେଉ କିମ୍ବା ପରିବାରକୁ ନେଇ କୌଣସି ପ୍ରସଙ୍ଗ ହେଉ ସେ କିଛି ନଲୁଚାଇ ସବୁ କଥା ଖୋଲି କୁହନ୍ତି। ଏବେ ଏକ ସାକ୍ଷାତକାରରେ, ସେ ତାଙ୍କର ଏକାକୀ ଜୀବନ ଏବଂ ବ୍ୟକ୍ତିଗତ ସଂଘର୍ଷ ବିଷୟରେ ପ୍ରତିକ୍ରିୟା ଦେଇଛନ୍ତି।
ତାଙ୍କ କହିବା ମୁତାବକ, "ସନ୍ଧ୍ୟାରେ, ମୁଁ ଘରେ ସମ୍ପୂର୍ଣ୍ଣ ଏକା ବସିଥାଏ। କେତେବେଳେ କେହି ମୋତେ ଖାଦ୍ୟ ଆଣିଦିଏ ତ କେତେ କିଏ ମୋତେ ପାଣି ଆଣିଦିଏ। ଘରେ ଗୃହ ସହାୟକ ଏବଂ ରୋଷେୟା ଅଛନ୍ତି। କିନ୍ତୁ ସେମାନେ ମୋତେ ଖାଦ୍ୟ ଦେଇ ନିଜ ଘରକୁ ଚାଲିଯାଆନ୍ତି। ମୁଁ କାହାଠାରୁ କିଛି ମାଗେ ନାହିଁ। ମୁଁ ମୋ ପିଲାମାନେ ଓ ପରିବାରକୁ ବହୁତ ଭଲପାଏ। ହେଲେ କାହାଠାରୁ କିଛି ଆଶା ରଖେ ନାହିଁ।
"ଜୀବନ ବଞ୍ଚିବାର ଆଶା ଆଉ ନାହିଁ, ଏବେ ଯାହା ଈଶ୍ୱରଙ୍କ ଇଚ୍ଛା।"
ଯୋଗରାଜ ଆହୁରି କହିଛନ୍ତି ଯେ, ମୋର ଆଉ ଜୀବନ ପ୍ରତି କୌଣସି ଆସକ୍ତି ନାହିଁ। ମୁଁ ମରିବାକୁ ପ୍ରସ୍ତୁତ। ଈଶ୍ୱର ମୋତେ ବହୁତ କିଛି ଦେଇଛନ୍ତି। ସେ ଯେତେବେଳେ ଚାହିଁବେ ମୋତେ ତାଙ୍କ ପାଖକୁ ଡାକିପାରିବେ।"
ପରିବାର ଭାଙ୍ଗିବା ସବୁଠୁ ବଡ଼ ଝଟକା ଥିଲା
ଯୋଗରାଜ ସ୍ୱୀକାର କରିଛନ୍ତି ଯେ, ମୋ ଜୀବନର ସବୁଠାରୁ ବଡ଼ ଯନ୍ତ୍ରଣା ହେଲା ମୋ ପରିବାର ମୋଠୁ ଦୂରେଇ ଯିବା। ମୋ ପ୍ରଥମ ପତ୍ନୀ ଏବଂ ପୁଅ ଯୁବରାଜ ମୋତେ ଛାଡ଼ି ଚାଲିଯିବାଟା ମୋତେ ଶକ୍ତ ଧକ୍କା ଦେଇଥିଲା। ଯେଉଁ ମହିଳାଙ୍କୁ ମୁଁ ମୋର ଯୌବନ ଦେଲି, ଶେଷରେ ସେ ମୋତେ ଛାଡ଼ି ଚାଲିଗଲେ। ମୁଁ ଏବେ ବି ବୁଝିପାରୁନାହିଁ ଯେ, କ’ଣ ପାଇଁ ସମସ୍ତେ ମୋଠୁ ଦୂରେଇ ଗଲେ।
ପ୍ରଥମ ବିବାହ ଭାଙ୍ଗିବା ପଛର କାରଣ
ଯୋଗରାଜ ପ୍ରଥମେ ଶବନମ କୌରଙ୍କୁ ବିବାହ କରିଥିଲେ। ସେମାନଙ୍କର ଦୁଇଟି ପୁଅ ଥିଲେ, ଯୁବରାଜ ଏବଂ ଜୋରାୱର। ମତଭେଦ ଯୋଗୁଁ ସେମାନେ ଅଲଗା ହୋଇଯାଇଥିଲେ। ଯୁବରାଜ ଥରେ କହିଥିଲେ ଯେ, ତାଙ୍କ ବାପାମାଆ ସବୁବେଳେ ଝଗଡ଼ା କରନ୍ତି। ତେଣୁ ସେ ସେମାନଙ୍କୁ ଅଲଗା ହେବାକୁ ପରାମର୍ଶ ଦେଇଥିଲେ। ଯୋଗରାଜ ପରେ ପୁନଃ ବିବାହ କରିଥିଲେ। କିନ୍ତୁ ତାଙ୍କ ପିଲାମାନେ ବଡ଼ ହୋଇ ଆମେରିକା ଚାଲିଯାଇଥିଲେ।
ଆହୁରି ପଢ଼ନ୍ତୁ: Loss Of Appetite Reason: ଶରୀରରେ ଏହି ଭିଟାମିନ୍ ଅଭାବ ହେଲେ ଭୋକ ନଲାଗିବା ସହ ବଢ଼ିଯାଏ ହୃଦଘାତର ଆଶଙ୍କା
ଆହୁରି ପଢ଼ନ୍ତୁ: Gharial Breeding: ମହାନଦୀରେ ଘଡ଼ିଆଳ ସଂରକ୍ଷଣର ନୂତନ ଆଶା: ପାଞ୍ଚ ବର୍ଷରେ ପୁନଃ ସଫଳ ପ୍ରଜନନ
Follow Us