ଭୁବନେଶ୍ୱରରୁ ଜଣେ ନାବାଳକ ସମେତ ୧୦ ଜଣ ବାଂଲାଦେଶୀ ଗିରଫ

Advertisment

ଦେଶରେ ଅନୁପ୍ରବେଶ କରି ବେଆଇନ ଭାବରେ ବାସ କରିବା ଅଭିଯୋଗରେ ଜଣେ ନାବାଳକ ଏବଂ ତିନି ଜଣ ମହିଳା ସମେତ ୧୦ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରାଯାଇ ଭୁବନେଶ୍ୱର କୋର୍ଟକୁ ପଠାଯାଇଛି...

ଦେଶରେ ଅନୁପ୍ରବେଶ କରି ବେଆଇନ ଭାବରେ ବାସ କରିବା ଅଭିଯୋଗରେ ଜଣେ ନାବାଳକ ଏବଂ ତିନି ଜଣ ମହିଳା ସମେତ ୧୦ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରାଯାଇ ଭୁବନେଶ୍ୱର କୋର୍ଟକୁ ପଠାଯାଇଛି...

10 Bangladeshis, including a minor, arrested from Bhubaneswar

10 Bangladeshis, including a minor, arrested from Bhubaneswar Photograph: (sambad.in)

ଭୁବନେଶ୍ୱର: ଦେଶରେ ଅନୁପ୍ରବେଶ କରି ବେଆଇନ ଭାବରେ ବାସ କରିବା ଅଭିଯୋଗରେ ଜଣେ ନାବାଳକ  ଏବଂ ତିନି ଜଣ ମହିଳା ସମେତ ୧୦ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରାଯାଇ ଭୁବନେଶ୍ୱର କୋର୍ଟକୁ ପଠାଯାଇଛି।

ରବିବାର ଓଡ଼ିଶା ପୁଲିସର ସ୍ପେଶାଲ୍ ଟାସ୍କ ଫୋର୍ସ (ଏସଟିଏଫ)ର ଏକ ଦଳ ଭୁବନେଶ୍ୱର ଷ୍ଟେସନରେ ପହଞ୍ଚିବା ପରେ ଡିବ୍ରୁଗଡ଼-ଚେନ୍ନାଇ ଏକ୍ସପ୍ରେସରେ ଚଢାଉ କରି ବାଂଲାଦେଶୀଙ୍କୁ ଗିରଫ କରିଛନ୍ତି।

ଏସଟିଏଫ ଏସପି ରବି ନାରାୟଣ ଶତପଥୀଙ୍କ ସୂଚନା ଅନୁଯାୟୀ, ବାଂଲାଦେଶୀମାନେ ମାର୍ଚ୍ଚ ୫ ତାରିଖରେ ଆସାମ ଦେଇ ଭାରତରେ ଅନୁପ୍ରବେଶ କରିଥିଲେ। ସେମାନେ ପରଦିନ ଏକ୍ସପ୍ରେସ ଟ୍ରେନରେ ଚଢ଼ିଥିଲେ, କିନ୍ତୁ ରବିବାର ଟ୍ରେନଟି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିବା ପରେ ଏସଟିଏଫ ସେମାନଙ୍କୁ ଟ୍ରେନରୁ ଗିରଫ କରିଥିଲା।

ପଚରାଉଚରା ସମୟରେ ସେମାନେ ପ୍ରକାଶ କରିଥିଲେ ଯେ, ସେମାନେ ବାଂଲାଦେଶର ଏବଂ ଧୁବୁରି ସୀମା (ଆସାମ) ନିକଟରେ ସେମାନଙ୍କ ଏଜେଣ୍ଟଙ୍କ ମାଧ୍ୟମରେ ବେଆଇନ ଭାବରେ ସୀମା ପାର ହୋଇ ରହିବା ପାଇଁ ଭୁବନେଶ୍ୱର ଆସିଥିଲେ। ସେମାନଙ୍କର ବ୍ୟକ୍ତିଗତ ତଲାସୀ ସମୟରେ ୭ଟି ମୋବାଇଲ୍ ଫୋନ୍, କିଛି ବାଂଲାଦେଶୀ ନୋଟ୍ ଏବଂ ଭାରତୀୟ ନୋଟ୍ ଜବତ କରାଯାଇଛି।

ଅଧିକ ପଢ଼ନ୍ତୁ: ଇତିହାସ ରଚିଲା ଟିମ୍ ଇଣ୍ଡିଆ: ୨୫ ବର୍ଷ ପରେ ୨୦୨୫ରେ ପ୍ରତିଶୋଧ ନେଲା

ଯେହେତୁ ସେମାନେ କୌଣସି ପାସପୋର୍ଟ, ଭିସା କିମ୍ବା କୌଣସି ଯାତ୍ରା ଡକ୍ୟୁମେଣ୍ଟ ବିନା ଭୁବନେଶ୍ୱରରେ ରହିବା ପାଇଁ ଭାରତରେ ପ୍ରବେଶ କରିଥିଲେ ଏବଂ ସେମାନଙ୍କର ପ୍ରକୃତ ପରିଚୟ ଲୁଚାଇ ରଖିଥିଲେ। ତେଣୁ ସେମାନଙ୍କ ବିରୁଦ୍ଧରେ ବିଦେଶୀ ଆଇନ ୧୯୪୬ର ଧାରା ୧୪ଅନୁଯାୟୀ ମାମଲା  ରୁଜୁ କରାଯାଇଛି ଏବଂ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି।

ଅଧିକ ପଢ଼ନ୍ତୁ: ଭାରତ ବିଜୟର ଖୁସି: ସବୁଠି ଫରଫର ଉଡୁଛି ତ୍ରିରଙ୍ଗା...ଫୁଟୁଛି ବାଣ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe