ଭୁବନେଶ୍ବର: ରାଜ୍ୟରେ ଭୀଷଣ ଥଣ୍ଡା ଓ କୁହୁଡ଼ି ଲାଗି ରହିଛି। ଜନଜୀବନ ବ୍ୟତିବ୍ୟସ୍ତ ହୋଇଥିବା ବେଳେ ରାଜ୍ୟରେ ରୋଗୀ ସେବାର ମେରୁଦଣ୍ଡ କୁହାଯାଉଥିବା ମାଗଣା ୧୦୮ ଆମ୍ବୁଲାନ୍ସ ମଧ୍ୟ ପ୍ରଭାବିତ ହୋଇଛି। ବିଶେଷକରି ମଧ୍ୟରାତ୍ରୀ ଓ ସକାଳ ସମୟରେ ଆମ୍ବୁଲାନ୍ସ ଚଳାଚଳ ପ୍ରତି ବିପଦ ବଢ଼ିଛି। ରୋଗୀଙ୍କ ନିକଟରେ ପହଞ୍ଚିବା ବା ରେସପନ୍ସ ସମୟ ମଧ୍ୟ ପ୍ରଭାବିତ ହୋଇଛି। ଏହାଦ୍ବାରା ଉଭୟ ରୋଗୀ ଓ ଆମ୍ବୁଲାନ୍ସ ସଦସ୍ୟଙ୍କ ଜୀବନପ୍ରତି ବିପଦ ଦେଖାଦେଇଛି। ତେବେ ଗତିରେ ନିୟନ୍ତ୍ରଣ ସହ ଆବଶ୍ୟକ ନିରାପତ୍ତା ପ୍ରୋଟୋକଲ୍ ଅନୁକରଣ କରିବା ଲାଗି ୧୦୮ ଆମ୍ବୁଲାନ୍ସ ପରିଚାଳନା ସଂସ୍ଥା ପକ୍ଷରୁ ସଦସ୍ୟମାନଙ୍କୁ ସଚେତନ କରାଯାଇଛି। କିଛିଦିନ ହେବ ଭୀଷଣ ଥଣ୍ଡା ସାଙ୍ଗକୁ କୁହୁଡ଼ି ପାଇଁ ରାସ୍ତା ଠିକ୍ରେ ଦେଖାଯାଉନାହିଁ।
Health: ନଗଡ଼ାର କୁପୋଷଣ ଶିଶୁକୁ ଜଡ଼ିବୁଟି ଚିକିତ୍ସା; ଜିଦ୍ରେ ଅଟଳ ଅବୁଝା ଜୁଆଙ୍ଗ ଦମ୍ପତି
ଏଥିପାଇଁ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଧୀର ଗତିରେ ଗାଡ଼ି ଚଳାଇବା ପାଇଁ ବାଧ୍ୟ ହୋଇଛନ୍ତି। ରାଜ୍ୟରେ ରୋଗୀଙ୍କ ନିକଟରେ ଆମ୍ବୁଲାନ୍ସ ପହଞ୍ଚିବାର ସମୟ ବା ରେସ୍ପନ୍ସ ସମୟ ୨୦ମିନିଟ୍ ଥିବା ବେଳେ ଏବେ ଏହି ସମୟରେ ଆମ୍ବୁଲାନ୍ସ ପହଞ୍ଚିବା ସମ୍ଭବ ହେଉନାହିଁ। ବିଶେଷକରି ଗ୍ରାମାଞ୍ଚଳରେ ରୋଗୀମାନେ ହସ୍ପିଟାଲକୁ ଯିବା ଲାଗି ୧୦୮ ଆମ୍ବୁଲାନ୍ସକୁ କଲ୍ କରୁଥିବା ହେଁ ଥଣ୍ଡା ପାଇଁ ଘରେ ରହିବାକୁ ପସନ୍ଦ କରୁଛନ୍ତି। ଫଳରେ ଆମ୍ବୁଲାନ୍ସ ପହଞ୍ଚୁଥିଲେ ହେଁ ରୋଗୀଙ୍କୁ ଖୋଜିବା କଷ୍ଟକର ହୋଇପଡ଼ୁଛି। କୁହୁଡ଼ି ପାଇଁ ଏହାଭିତରେ ଖୋର୍ଦ୍ଧା ସମେତ ଅନ୍ୟ ସ୍ଥାନରେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି।
କୁହୁଡ଼ି ପାଇଁ ୨ରୁ ଅଧିକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ
ପ୍ରଭାବିତ ହେଉଛି ରେସପନ୍ସ ସମୟ, ବୋଟ୍ ଆମ୍ବୁଲାନ୍ସର ସମାନ ଅବସ୍ଥା
ବେଗ ନିୟନ୍ତ୍ରଣ ସହ ପ୍ରୋଟୋକଲ୍ ଅନୁକରଣ ପାଇଁ ପରିଚାଳନା ସଂସ୍ଥାର ନିର୍ଦ୍ଦେଶ
କେବଳ ୧୦୮ ଆମ୍ବୁଲାନ୍ସ ନୁହେଁ, ରାଜ୍ୟରେ ଚାଲୁଥିବା ବୋଟ୍ ଆମ୍ବୁଲାନ୍ସ ମଧ୍ୟ ପ୍ରଭାବିତ ହୋଇଛି। କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନଗିରି ଓ କଳାହାଣ୍ଡି ଜିଲ୍ଲାରେ ଚାଲୁଥିବା ବୋଟ୍ ଆମ୍ବୁଲାନ୍ସ ମଧ୍ୟ ସମାନ ଅବସ୍ଥା ଦେଇ ଗତି କରୁଛି। ନଦୀ ପାଣିରେ ଭୀଷଣ କୁହୁଡ଼ି ପାଇଁ ନାଭିଗେସନ୍ କରିବା ସମ୍ଭବ ହେଉନାର୍ହି। ତେବେ ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ପରିଚାଳନା କରୁଥିବା ଏମ୍ରି ଗ୍ରିନ୍ ସଂସ୍ଥା ପକ୍ଷରୁ ଏକ କେନ୍ଦ୍ରୀୟ କଲ୍ ସେଣ୍ଟର କାର୍ଯ୍ୟ କରିବା ସହ ଆମ୍ବୁଲାନ୍ସ ଯାତାୟାତ ଉପରେ ନଜର ରଖୁଛି। ଏହାସହ କ୍ଷେତ୍ରସ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସହ ନିୟମିତ ଯୋଗାଯୋଗ କରାଯାଉଛି।
Sand Smuggling: ମାଲେମାଲ ବାଲି ମାଫିଆ, ପ୍ରଶାସନ ନୀରବ
ପରିଚାଳନା ସଂସ୍ଥାର ରାଜ୍ୟ ମୁଖ୍ୟ ସବ୍ୟସାଚୀ ବିଶ୍ବାଳ କହିଛନ୍ତି, ବର୍ତ୍ତମାନର ସ୍ଥିତିକୁ ଏଡ଼ାଇବା କଷ୍ଟକର। ତେଣୁ ନିରାପତ୍ତା ପ୍ରୋଟୋକଲ୍ ଅନୁକରଣ କରିବା ଲାଗି ଆମ୍ବୁଲାନ୍ସ ସଦସ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗାଡ଼ିର ଗତିକୁ ନିୟନ୍ତ୍ରଣ କରିବା ସହ ରୋଗୀଙ୍କ ନିରାପତ୍ତାକୁ ପ୍ରାଥମିକତା ଦେବାକୁ କୁହାଯାଇଛି। ସମସ୍ତ ଜରୁରିକାଳୀନ କଲ୍କୁ ୧୦୮ ଆମ୍ବୁଲାନ୍ସ ପକ୍ଷରୁ ଗ୍ରହଣ କରାଯାଉଛି। ତେଣୁ ପରିସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ ଜନସାଧାରଣ ଆମ୍ବୁଲାନ୍ସ ସଦସ୍ୟଙ୍କ ସହ ସହଯୋଗ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/22/108-ambulance-2025-11-22-01-25-04.jpg)