ଫେବ୍ରୁଆରି ୨୧ରୁ ମାଟ୍ରିକ୍‌ ପରୀକ୍ଷା: ଜାରି ହେଲା ସୂଚୀ

Advertisment

ମାଟ୍ରିକ୍‌ ପରୀକ୍ଷା-୨୦୨୫ ଆସନ୍ତା ଫେବ୍ରୁଆରି ୨୧ ତାରିଖ ଠାରୁ ଆରମ୍ଭ ହେବ। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ କ୍ୟାରିୟରର ଏହି ସ୍ମରଣୀୟ ପରୀକ୍ଷା ମାର୍ଚ୍ଚ ୬ ତାରିଖ ଯାଏଁ ଜାରି ରହିବ। ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Updated On

ମାଟ୍ରିକ୍‌ ପରୀକ୍ଷା-୨୦୨୫ ଆସନ୍ତା ଫେବ୍ରୁଆରି ୨୧ ତାରିଖ ଠାରୁ ଆରମ୍ଭ ହେବ। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ କ୍ୟାରିୟରର ଏହି ସ୍ମରଣୀୟ ପରୀକ୍ଷା ମାର୍ଚ୍ଚ ୬ ତାରିଖ ଯାଏଁ ଜାରି ରହିବ। ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଅଦ୍ୟତନ ହୋଇଛି
70f15b0b-4530-4292-a8dd-b37704313108

କଟକ: ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସ୍‌ଇ) ଦ୍ବାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷା-୨୦୨୫ ଆସନ୍ତା ଫେବ୍ରୁଆରି ୨୧ ତାରିଖ ଠାରୁ ଆରମ୍ଭ ହେବ। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ କ୍ୟାରିୟରର ଏହି ସ୍ମରଣୀୟ ପରୀକ୍ଷା ମାର୍ଚ୍ଚ ୬ ତାରିଖ ଯାଏଁ ଜାରି ରହିବ। ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଏହି ଖବର ପଢ଼ନ୍ତୁ: ‘ଶିଶୁ ଦିବସ’ରେ ପିଲାଙ୍କୁ ଛାଡ଼ି ସବୁଦିନ ପାଇଁ ପରପାରିକୁ ଚାଲିଗଲେ ପ୍ରଧାନଶିକ୍ଷକ

ସୂଚନା ଅନୁସାରେ ମାଟ୍ରିକ୍‌ ପରୀକ୍ଷା-୨୦୨୫ ଆସନ୍ତା ୨୧ ତାରିଖ ଠାରୁ ଆରମ୍ଭ ହେବ। ପ୍ରଥମ ଦିନରେ ମାତୃଭାଷା ଓଡ଼ିଆ ହେବ। ୨୪ ତାରିଖରେ ଇଂରାଜୀ, ୨୭ ତାରିଖରେ ଗଣିତ, ମାର୍ଚ୍ଚ’ ୧ରେ ବିଜ୍ଞାନ, ମାର୍ଚ୍ଚ ୩ରେ ସାମାଜିକ ବିଜ୍ଞାନ, ମାର୍ଚ୍ଚ ୬ରେ ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ ପରୀକ୍ଷା ହେବ। ପରୀକ୍ଷାର ସମୟ ସକାଳ ୯ରୁ ପୂର୍ବାହ୍ଣ ୧୧ଟା ୩୦ ଯାଏଁ ରହିଛି। ପରୀକ୍ଷାର୍ଥୀଙ୍କୁ ଗଣିତ ପାଇଁ ଅତିରିକ୍ତ ୧୫ ମିନିଟ ସମୟ ମିଳିବ। ଅର୍ଥାତ ଗଣିତ ପରୀକ୍ଷା ପୂର୍ବାହ୍‌ଣ ୯ଟାରୁ ଆରମ୍ଭ ହୋଇ ୧୧ଟା ୪୫ମିନିଟରେ ସରିବ।  

ଏହି ଖବର ପଢ଼ନ୍ତୁ: ବୈଠକରେ ଗୌତମ ଆଦାନୀ ନଥିଲେ

ତାରିଖ

ବିଷୟ

୨୦୨୫ ଫେବ୍ରୁଆରି ୨୧ ମାତୃଭାଷା (ଓଡ଼ିଆ ଭା‌ଷା ସାହିତ୍ୟ)
୨୦୨୫ ଫେବ୍ରୁଆରି ୨୪ ଦ୍ବିତୀୟ ଭା‌ଷା ଇଂରାଜି
୨୦୨୫ ଫେବ୍ରୁଆରି ୨୭ ଗଣିତ
୨୦୨୫ ମାର୍ଚ୍ଚ ୧ ବିଜ୍ଞାନ
୨୦୨୫ ମାର୍ଚ୍ଚ ୩ ସାମାଜିକ ବିଜ୍ଞାନ
୨୦୨୫ ମାର୍ଚ୍ଚ ୬ ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ

ଏହି ଖବର ପଢ଼ନ୍ତୁ: ଚାଷୀଙ୍କ ସ୍ୱାର୍ଥରେ ବାଧା ଦେଲେ ଜେଲ୍ ପଠାଯିବ

ସୂଚନାଯୋଗ୍ୟ ମାଟ୍ରିକ୍‌ ପରୀକ୍ଷା-୨୦୨୫ ପାଇଁ ଏବେ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ଫର୍ମଫିଲପ୍‌ ପ୍ରକ୍ରିୟା ଜାରି ରହିଛି। ଏହି ପ୍ରକ୍ରିୟା ଆଗାମୀ ୧୮ ତାରିଖ ଯାଏଁ ଜାରି ରହିବ। ଏହି ପ୍ରକ୍ରିୟା ଶେଷ ହେଲା ପରେ ଚଳିତ ମାଟ୍ରିକ୍‌ ପରୀକ୍ଷାରେ ସମୁଦାୟ କେତେଜଣ ଛାତ୍ରଛାତ୍ରୀ ସାମିଲ ହେବେ, ସେନେଇ ବିସ୍ତୃତ ବିବରଣୀ ଜଣାପଡ଼ିବ। 

ଏହି ଖବର ପଢ଼ନ୍ତୁ: ଦିଲ୍ଲୀରେ କମ୍‌ ଦୃଶ୍ୟମାନତା ହେତୁ ବିଳମ୍ବ କରାଗଲା ୨୦୦ ବିମାନ ଉଡ଼ାଣ

ଆଗାମୀ ମାଟ୍ରିକ୍‌ ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ପରୀକ୍ଷାରେ ଅଧିକ ସ୍ବଚ୍ଛତା ଆଣିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପିଲାମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସବୁ ପ୍ରକାରର ସୁବିଧା ଯୋଗାଇ ଦେବା ପାଇଁ ମଧ୍ୟ ଉଦ୍ୟମ କରାଯାଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe