ଭୁବନେଶ୍ବର: ରାଜସ୍ବ ସେବା ପ୍ରଦାନ କ୍ଷେତ୍ରରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଲୋକଙ୍କ ହାତ ପାହାନ୍ତାରେ ରାଜସ୍ବ ସେବା ଉପଲବ୍ଧ ପାଇଁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୫୬ଟି ତହସିଲରେ ୫୭ଟି ନୂଆ ଉପନିବନ୍ଧକ କାର୍ଯ୍ୟାଳୟ ଉଦ୍ଘାଟନ କରିଛନ୍ତି। ଏହା ସହ ଲୋକଙ୍କୁ ଆହୁରି ସହଜରେ ରାଜସ୍ବ ସେବା ଯୋଗାଇବା ଲାଗି ‘ଆମସାଥୀ ହ୍ବାଟ୍ସଆପ୍ ଚାଟ୍ବଟ୍’ ବ୍ୟବସ୍ଥାର ଲୋକାର୍ପଣ କରିଛନ୍ତି।
ଗୁରୁବାର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟର ୧୭ଟି ଜିଲ୍ଲାର ୫୬ଟି ତହସିଲରେ ୫୭ଟି ନୂଆ ଉପନିବନ୍ଧକ କାର୍ଯ୍ୟାଳୟକୁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି। ଏହାଦ୍ବାରା ଆଜିଠାରୁ ରାଜ୍ୟର ସମସ୍ତ ୩୧୭ଟି ଯାକ ତହସିଲରେ ଉପନିବନ୍ଧକ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି। ଏଥିରେ କଟକ ତହସିଲ ଅଧୀନରେ ଆଉ ଏକ ଅତିରିକ୍ତ ଉପନିବନ୍ଧକ କାର୍ଯ୍ୟାଳୟ ମଧ୍ୟ ରହିଛି। ସେହିପରି ରାଜସ୍ବ ସେବା ପ୍ରଦାନ ପାଇଁ କାର୍ଯ୍ୟକ୍ଷମ ଥିବା ହ୍ବାଟ୍ସଆପ୍ ଚାଟ୍ବଟ୍ରେ ଆଉ ୧୧ଟି ପ୍ରମୁଖ ରାଜସ୍ବ ସେବାକୁ ସାମିଲ କରାଯାଇଛି। ଏହାଦ୍ବାରା ଜନସାଧାରଣ ଆଉ ତହସିଲ କାର୍ଯ୍ୟାଳୟକୁ ନ ଯାଇ ୯୪୩୭୨୯୨୦୦୦ ନମ୍ବରରେ ହ୍ବାଟ୍ସଆପ୍ ମେସେଜ୍ ମାଧ୍ୟମରେ ମ୍ୟୁଟେସନ୍ କେସ୍, କୃଷି ଜମି କିସମ ପରିବର୍ତ୍ତନ, ବାସିନ୍ଦା ପ୍ରମାଣପତ୍ର, ଜାତି ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ଜନଜାତି ପ୍ରମାଣପତ୍ର, ଓବିସି ପ୍ରମାଣପତ୍ର, ଏସ୍ଇବିସି ପ୍ରମାଣପତ୍ର, ଉତ୍ତରାଧିକାରୀ (ଲିଗାଲ୍ହେୟାର) ପ୍ରମାଣପତ୍ର, ଆୟ ଓ ସମ୍ପତ୍ତି (ଇନ୍କମ୍ ଆଣ୍ଡ ଆସେଟ୍) ପ୍ରମାଣପତ୍ର, ଅଭିଭାବକ/ତତ୍ତ୍ବାବଧାରକ (ଗାଡିଆନ୍ସିପ୍) ପ୍ରମାଣପତ୍ର ଭଳି ୧୧ଟି ଗୁରୁତ୍ବପୂର୍ଣ୍ଣ ସେବା ପାଇଁ ଆବେଦନ କରିପାରିବେ ଏବଂ ପ୍ରମାଣପତ୍ର ମଧ୍ୟ ପାଇପାରିବେ।
Indrabati: ଅପର ଇନ୍ଦ୍ରାବତୀ ପ୍ରକଳ୍ପ ବିସ୍ଥାପିତଙ୍କ ଦୁଖ ଦୂର ହେଉନି
ଏହି ଗୁରୁତ୍ବପୂର୍ଣ୍ଣ ରାଜସ୍ବ ସେବାକୁ ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ ପୂର୍ବରୁ ଜମିଜମା ସଂକ୍ରାନ୍ତୀୟ କାମ ପାଇଁ ଲୋକଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ଯିବାକୁ ପଡ଼ୁଥିଲା। ଏଥିପାଇଁ ଆମେ ସଂକଳ୍ପ ନେଇଥିଲୁ, ସରକାରଙ୍କ ପାଖକୁ ଲୋକେ ଆସିବେ ନାହିଁ, ସରକାର ଯିବେ ଲୋକଙ୍କ ପାଖକୁ। ତେଣୁ ସମସ୍ତ ତହସିଲରେ ଉପନିବନ୍ଧକ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ କରି ଆମେ ଏ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହାସଲ କରିଛୁ। ଉଭୟ ତହସିଲ ଓ ରେଜିଷ୍ଟ୍ରେସନ୍ କାର୍ଯ୍ୟାଳୟ ଉତ୍ତମ ସମନ୍ବୟ ରଖି କାର୍ଯ୍ୟ କରିପାରିବେ। ମ୍ୟୁଟେସନ୍ ପଟ୍ଟା ସହଜ ହେବା ସହିତ ରେଜିଷ୍ଟ୍ରେସନ୍ କ୍ଷେତ୍ରରେ ପାରଦର୍ଶିତା ବଢ଼ିବ ଓ ମଧ୍ୟସ୍ଥଙ୍କ ହସ୍ତକ୍ଷେପ ଆଉ ରହିବ ନାହିଁ।
ଏଣିକି ଲୋକଙ୍କ ପାଖରେ ସରକାର ପହଞ୍ଚିବେ: ମୁଖ୍ୟମନ୍ତ୍ରୀ
୫୭ଟି ନୂଆ ଉପନିବନ୍ଧକ କାର୍ଯ୍ୟାଳୟ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ରାଜ୍ୟର ସବୁ ତହସିଲରେ ଖୋଲିଲା ଉପନିବନ୍ଧକ କାର୍ଯ୍ୟାଳୟ
ଭାଗ ଚାଷୀ ଓ ଜମି ମାଲିକଙ୍କ ସ୍ବାର୍ଥରକ୍ଷା ପାଇଁ ଆଇନ ଅଣାଯିବ
ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜସ୍ବ ବିଭାଗର କାର୍ଯ୍ୟକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଭାଗଚାଷୀମାନଙ୍କ ପାଇଁ ପ୍ରଚଳିତ ଥିବା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ଗୁରୁତ୍ବ ଦେଇଥିଲେ। ଭାଗଚାଷୀଙ୍କ ଆଇନଗତ ଅଧିକାର ନଥିବାରୁ ସେମାନେ ବିଭିନ୍ନ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଭାଗଚାଷୀ ଓ ଜମି ମାଲିକଙ୍କୁ ଆଇନଗତ ସୁରକ୍ଷା ଦିଆଯିବା ସହିତ ଯେପରି ଉଭୟଙ୍କ ସ୍ବାର୍ଥ ରକ୍ଷା ହେବ, ସେ ଦିଗରେ ଆଇନ ଆଣିବା ପାଇଁ ବିଭାଗୀୟ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ, ଆମ ସରକାର ଲୋକଙ୍କ ସରକାର। ନୀତିଗତ ଭାବେ ସମସ୍ତ ତହସିଲରେ ଉପନିବନ୍ଧନ କାର୍ଯ୍ୟାଳୟ ଖୋଲିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ଥିଲା। ଗତ ବର୍ଷ ନଭେମ୍ବର ମାସରେ ରାଜ୍ୟର ୧୩ଟି ଜିଲ୍ଲାର ୪୪ଟି ତହସିଲରେ ଉପନିବନ୍ଧନ କାର୍ଯ୍ୟାଳୟ ଖୋଲାଯାଇଥିଲା। ଆଜି ଅବଶିଷ୍ଟ ୧୭ଟି ଜିଲ୍ଲାର ୫୬ଟି ତହସିଲରେ ୫୭ଟି ଉପନିବନ୍ଧନ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ କରାଯାଇଛି। ଏହାଦ୍ବାରା ଜନସାଧାରଣ ଦୂରଦୂରାନ୍ତକୁ ଯାଇ ରେଜିଷ୍ଟ୍ରେସନ୍ କରିବାର ଅସୁବିଧା ଓ ଖର୍ଚ୍ଚାନ୍ତରୁ ମୁକ୍ତି ପାଇବେ। ଜମି ଓ ସମ୍ପତ୍ତି ସମ୍ପର୍କିତ ସମସ୍ତ ଦସ୍ତାବିଜ୍ ଶୀଘ୍ର ଓ ସମୟୋପଯୋଗୀ ହେବ। ଆଗାମୀ ଦିନରେ ସେବା ପାଇବାରେ ବିଳମ୍ବ ଘଟିଲେ, ଅଭିଯୋଗଗୁଡ଼ିକ ସିଧାସଳଖ ହ୍ବାଟ୍ସଆପ୍ ମାଧ୍ୟମରେ ପଠାଯିବାର ବ୍ୟବସ୍ଥା କରାଯାଉଛି।
Preparation: ଚଳିତ ଆହୁରି ଭବ୍ୟ ହେବ ଓଡ଼ିଆ ପକ୍ଷ
ଆଭାସୀ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲା ସଦର ମହକୁମା ଓ ବ୍ଲକ୍ ମୁଖ୍ୟାଳୟରେ ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ସରକାରୀ ପଦାଧିକାରୀମାନେ ଯୋଗ ଦେଇଥିଲେ। ଉନ୍ନୟନ କମିସନର ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦେଓରଞ୍ଜନ କୁମାର ସିଂହ ସ୍ବାଗତ ଭାଷଣ ଏବଂ ଇନ୍ସପେକ୍ଟର ଜେନେରାଲ୍ (ରେଜିଷ୍ଟ୍ରେସନ୍) ପି. ଅନ୍ବେଷା ରେଡ୍ଡୀ ଧନ୍ୟବାଦ ଦେଇଥିଲେ।
Follow Us