ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ରାଜନନ୍ଦଗାଓଁର ଖାରଗେଡାଠାରେ ସୁରକ୍ଷାକର୍ମୀଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଦୁର୍ଦ୍ଦାନ୍ତ ମାଓ ନେତା ରାମଧର ଏବଂ ତାଙ୍କର ୧୨ ଜଣ ସାଥୀ। ସେମାନେ ହେଲେ ସେଣ୍ଟ୍ରାଲ କମିଟି ମେମ୍ବର ରାମଧର,ଡିଭିସିଏମ ଚନ୍ଦୁ ଉସେଣ୍ଡି,ଡିଭିସିଏମ ଲଳିତା,ଡିଭିସିଏମ ଜାନକୀ,ଡିଭିସିଏମ ପ୍ରେମ,ଏସିଏମ ରାମସିଂହ ଦାଦା,ଏସିଏମ ସୁକେଶ ପଟ୍ଟମ,ପାର୍ଟି ମେମ୍ବର ଲକ୍ଷ୍ମୀ,ଶିଲା, ସାଗର,କବିତା ଏବଂ ଯୋଗିତା। 

Advertisment

ସେମାନେ ସୁରକ୍ଷା କର୍ମୀଙ୍କ ନିକଟରେ ଏକେ-୪୭ ଦୁଇଟି,ଇନସାସ ୩ଟି,ଏସଏଲଆର ଗୋଟିଏ,୩୦୩ ଗୋଟିଏ ବନ୍ଧୁକ ସୁରକ୍ଷା କର୍ମୀଙ୍କ ନିକଟରେ ପ୍ରଦାନ କରିଛନ୍ତି।

ଆହୁରି ପଢ଼ନ୍ତୁ:Robbery Plan Foil: ଡକାୟତି ପାଇଁ ଯୋଜନା କରୁଥିଲେ ଦୁର୍ବୃତ୍ତ ,ମାଡ଼ି ବସିଲା ପୁଲିସ: ୬ ଗିରଫ

ରାମଧରଙ୍କ ନାମରେ ସରକାର ୪୦ ଲକ୍ଷ ଟଂକା ଘୋଷଣା କରିଥିବା ବେଳେ ଡିଭିସିଏମଙ୍କ ନାମରେ ୮ ଲକ୍ଷ,ପାର୍ଟି ମେମ୍ବରଙ୍କ ନାମରେ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।

ସମସ୍ତଙ୍କୁ ୫୦ ହଜାର ଲେଖାଏଁ ଆର୍ଥିକ ସହାୟତା

ସେମାନେ ଏମଏମସି ଜୋନର ନକ୍ସଲ ବୋଲି ପୁଲିସ କହିଛି। ଗତ କିଛି ଦିନ ତଳେ ଏମଏମସି ଜୋନର ସଚିବ ଅନନ୍ତ ଆତ୍ମସମର୍ପଣ କରିବା ପରେ ସେମାନେ ତାଙ୍କ ପଥକୁ ଅନୁକରଣ କରିଛନ୍ତି। ପୁଲିସ ସମସ୍ତଙ୍କୁ ୫୦ ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ଆତ୍ମନିର୍ଭରଶୀଳ କରାଯିବ ବୋଲି କହିଛି।

ଆହୁରି ପଢ଼ନ୍ତୁ:Humane Sagar: କିଏ ସେହି ଗୃହଶତ୍ରୁ ବିଭୀଷଣ ? କିଏ ସେହି ୩ୟ ବ୍ୟକ୍ତି ? କାହା ଆଡ଼େ ଇଙ୍ଗିତ କଲେ ହ୍ୟୁମାନଙ୍କ ପତ୍ନୀ…

ରିପୋର୍ଟ: ପ୍ରେମେନ୍ଦ୍ର ପରିଚ୍ଛା