PCC president Bhakta Das at Rakhalguda of Malkangiri. Photograph: (sambad.in)
ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ଜିଲ୍ଲା ଗସ୍ତରେ ଆଜି କଂଗ୍ରେସର ୧୫ ଜଣିଆ ଫେକ୍ଟ ପାଇଣ୍ଡିଂ ଟିମ ପହଞ୍ଚିଥିଲା। ଏହି ଟିମରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ବିଧାୟକ ଦଳର ନେତା ରାମ ଚନ୍ଦ୍ର କାଡାମ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାନ୍ତା, ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ପୂର୍ବତନ ବିଧାୟକ ଭୁଜବଳ ମାଝି ଓ ନିମାଇଁ ସରକାର, ରାଜ୍ୟ ମିଡିଆ ସେଲର ମୁଖ୍ୟ ଅରବିନ୍ଦ ଦାସ, ଜିଲ୍ଲା ସଭାପତି ଜି.ଶ୍ରୀନିବାସ ରାଓ ସମେତ ୪ ଜଣ ଆଇନଜୀବୀ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଟିମ୍ ପ୍ରଥମେ ରାଖାଲଗୁଡା ଯାଇଥିଲେ। ସେଠାରେ ଏକ ସାଧାରଣ ସଭାରେ ପିସିସି ସଭାପତି ଶ୍ରୀ ଦାସ ଯୋଗ ଦେଇଥିଲେ। ପ୍ରାୟ ଦେଢ ଘଣ୍ଟା ଧରି ସେଠାରେ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା। ମୃତ ଲାକେ ପଡିଆମିଙ୍କ ହତ୍ୟା କୁନେଇ ଆଲୋଚନା ଓ ପର୍ଯ୍ୟାଲୋଚନା ଚାଲିଥିଲା। ଶତାଧିକ ଆଦିବାସୀ ସେମାନଙ୍କର ଜମି କିପରି ଫେରି ପାଇବେ ସେନେଇ ଶ୍ରୀ ଦାସଙ୍କୁ ଅଭିଯୋଗ କରିଥିଲେ। ମୃତ ଲାକେଙ୍କର ହତ୍ୟାର କାରଣ ପଚାରି ବୁଝିଥିଲେ। ସେ ଏଥିପାଇଁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବେ ବୋଲି ଲୋକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ପରେ ସେଠାରୁ ଏମଭି-୨୬ ଗ୍ରାମକୁ ଯାଇ ନିଆଁରେ ପୋଡି ଯାଇଥିବା ଘରର ମାଲିକମାନଙ୍କ ସହ ସାକ୍ଷାତ କରିଥିଲେ।
ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
ଏମଭି-୨୬ ଗ୍ରାମର ପ୍ରାୟ ୨୦୦ରୁ ଊର୍ଦ୍ଧ୍ବ ଘର ନିଆଁରେ ପୋଡ଼ିଯାଇଥିବା ଦେଖିଥିଲେ। କିପରି ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ମିଳିବ ସେନେଇ ଆଲୋଚନା କରିଥିଲେ। ଏଥିପାଇଁ ଯେଉଁମାନେ ବି ଦୋଷୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି କହିଥିଲେ। ଏହି ହିଂସାକାଣ୍ଡ ପାଇଁ ଜିଲ୍ଲା ପ୍ରଶାସନ ମୁଖ୍ୟତଃ ଦାୟୀ ବୋଲି କହିଥିଲେ। ରାଜ୍ୟ ସରକାରଙ୍କର ଅପାରଗତା ଏଠାରେ ଜଳ ଜଳ ଦିଶୁଛି। ଜିଲ୍ଲା ପ୍ରଶାସନ ଚାହିଁଲେ ଏହାକୁ ରୋକାଯାଇପାରିଥାନ୍ତା ବୋଲି କହିଥିଲେ। ଘଟଣାର ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ହତ୍ୟାକାରୀକୁ ଗିରଫ କରିବା ସହ ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇପାରିଥାନ୍ତା। କିନ୍ତୁ ଜିଲ୍ଲା ପୁଲିସ ପ୍ରଶାସନର ଢିଲା ଯୋଗୁଁ ଏଭଳି କାଣ୍ଡ ଘଟିଛି ବୋଲି କହିଥିଲେ।
ଆହୁରି ପଢ଼ନ୍ତୁ: Dharmendra Pradhan: ଓଡ଼ିଶାର ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହେବ: ଧର୍ମେନ୍ଦ୍ର
ମାଲକାନଗିରିକୁ ଫେରୁଛି ଶାନ୍ତି
ତେବେ ସଂଧ୍ୟାରେ ଜିଲ୍ଲାପାଳ ସୋମେଶ ଉପାଧ୍ୟୟ ଏବଂ ଏସପି ବିନୋଦ ପାଟିଲଙ୍କୁ ଭେଟି କିପରି ଲୋକଙ୍କର ସମସ୍ୟା ଦୁର ହେବ ସେନେଇ ଆଲୋଚନା କରିଥିଲେ। ଏମଭି-୨୬ ଗ୍ରାମର ଲୋକେ କିପରି କ୍ଷତିପୂରଣ ପାଇବେ ଏବଂ ରାଖାଲଗୁଡା ଗ୍ରାମବାସୀ ନିଜର ଜମି ଫେରି ପାଇବେ ସେନେଇ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ଜରୁରୀ ହୋଇପଡିଥିବା କହିଥିଲେ। ଜିଲ୍ଲା ପ୍ରଶାସନ ମଧ୍ୟ ଜୋରସୋରରେ କାମ କରୁଥିବା ପ୍ରକାଶ କରିଥିଲେ। ଗତ ୨୨ ବର୍ଷ ଧରି ଜମି ପାଇନଥିବା ଲୋକଙ୍କୁ ଜମି ଦିଆଯାଇଥିବା କୁହାଯାଇଥିଲା। ଜିଲ୍ଲା ପ୍ରଶାସନ ସମସ୍ତ ଚେଷ୍ଟା ଜାରି ରଖିଥିବା କୁହାଯାଇଥିଲା। ଏଥିସହ ପୁଲିସ ମଧ୍ୟ ଶାନ୍ତି ବଜାୟ ରଖିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଥିବା କହିଥିଲେ। ଜିଲ୍ଲାରେ ଶାନ୍ତି ଫେରିଥିବା କୁହାଯାଇଥିଲା।
ଆହୁରି ପଢ଼ନ୍ତୁ: Super Food: ୫୦ ବର୍ଷ ପରେ ବି ମହିଳାମାନେ ହେବେନି ବାର୍ଦ୍ଧକ୍ୟର ଶିକାର, କିଛି ସୁପରଫୁଡ ବିଷୟରେ ଜାଣନ୍ତୁ
Follow Us