ବନେଗାଁ ଠାରୁ ଡ଼ନ୍ଦାବାଲି ୧୬କିମି ରାସ୍ତା ପାଲଟିଛି ମରଣଯନ୍ତା: ରୋଗୀ ଏବଂ ଗର୍ଭବତୀଙ୍କୁ ଦୋଳା ଭରସା

Advertisment

କନ୍ଧମାଳ ଜିଲ୍ଲା କେ.ନୂଆଗାଁ ବ୍ଲକ ସାରଙ୍ଗଡ଼ ପଞ୍ଚାୟତ ଅନ୍ତର୍ଗତ ବନେଗାଁ ଠାରୁ ଡ଼ନ୍ଦାବାଲି ୧୬କିମି ରାସ୍ତା ମରଣଯନ୍ତା ପାଲଟିଛି। ରୋଗୀ ଏବଂ ଗର୍ଭବତୀ ମହିଳାଙ୍କ ଚିକିତ୍ସା ପାଇଁ ଦୋଳା ହିଁ ଏକ ମାତ୍ର ସାହାରା....

କନ୍ଧମାଳ ଜିଲ୍ଲା କେ.ନୂଆଗାଁ ବ୍ଲକ ସାରଙ୍ଗଡ଼ ପଞ୍ଚାୟତ ଅନ୍ତର୍ଗତ ବନେଗାଁ ଠାରୁ ଡ଼ନ୍ଦାବାଲି ୧୬କିମି ରାସ୍ତା ମରଣଯନ୍ତା ପାଲଟିଛି। ରୋଗୀ ଏବଂ ଗର୍ଭବତୀ ମହିଳାଙ୍କ ଚିକିତ୍ସା ପାଇଁ ଦୋଳା ହିଁ ଏକ ମାତ୍ର ସାହାରା....

6 km road from Banegaon to Dandabali has become a death trap: Hope is fading for the sick and pregnant women

6 km road from Banegaon to Dandabali has become a death trap: Hope is fading for the sick and pregnant women Photograph: (sambad.in)

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା କେ.ନୂଆଗାଁ ବ୍ଲକ ସାରଙ୍ଗଡ଼ ପଞ୍ଚାୟତ ଅନ୍ତର୍ଗତ ବନେଗାଁ ଠାରୁ ଡ଼ନ୍ଦାବାଲି ୧୬କିମି ରାସ୍ତା ମରଣଯନ୍ତା ପାଲଟିଛି। ରୋଗୀ ଏବଂ ଗର୍ଭବତୀ ମହିଳାଙ୍କ ଚିକିତ୍ସା ପାଇଁ ଦୋଳା ହିଁ ଏକ ମାତ୍ର ସାହାରା। ‌ଏହି ଗାଁ ସାରଙ୍ଗଡ଼ ପଞ୍ଚାୟତର ୧୬ ନମ୍ବର ୱାର୍ଡ଼ ହୋଇଥିବା ବେଳେ ବନେଗାଁ ଠାରୁ  ଡ଼ନ୍ଦାବାଲି ପର୍ଯ୍ୟନ୍ତ   ୭ଗୋଟି ଗାଁ ରହିଛି।

ସେସବୁ ଗାଁ ହେଉଛି ବନେଗାଁ,ବାନ୍ଦୁଡ଼ି, ଗାଜୁରିଘାଟି, ବଇମୁମୁଣ୍ଡା, କୁଜିକେତା,ଲଦାସୁଗା ପାପିଦ୍ରାଗା,ଡ଼ନ୍ଦାବାଲି। ସେସବୁ ଗାଁ ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି। ୬୦ରୁ ଅଧିକ ପରିବାର ବସବାସ କରୁଥିବା ବେଳେ ଏବେ ମଧ୍ୟ ଗାଁ କୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡେ ନାହିଁ। 

ପାହାଡ଼ ପର୍ବତ ଘେରା ଆବୁଢାଖାବଡ଼ା  ମାଟି ରାସ୍ତାରେ ଗ୍ରାମବାସୀ ନିତି ଦିନ ଯାଆସ କରୁଛନ୍ତି। ବର୍ଷା ଦିନେ ବାଇକ୍ ଯିବାତ ସହଜ ନୁହେଁ ,ଚାଲିକି ଯିବା ମଧ୍ୟ କଷ୍ଟସାଧ୍ୟ ହେଉଛି । ଗାଁରେ କାହାର ଦେହ ଅସୁସ୍ଥ ହେଲେ  କିମ୍ବା ଗର୍ଭବତୀ ମହିଳାଙ୍କୁ ପ୍ରସବ ପାଇଁ ମେଡିକାଲ ଯିବାକୁ ହେଲେ ଖଟିଆ ଦୋଳାରେ ବୋହିବାକୁ ପଡୁଛି ।

ତେଣୁ ବନେଗାଁ ଠାରୁ ଡ଼ନ୍ଦାବାଲି  ଖାଲଖମା ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ନୂତନ ପକ୍କା  ରାସ୍ତା ଭାବେ ନିର୍ମାଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଦିନେ ନୁହେଁ କି ମାସେ ନୁହେଁ ବର୍ଷ ବର୍ଷ ଧରି ଖାଲଖମା ରାସ୍ତା ଦେଇ ଭତ୍ତା ଠାରୁ ରାସନ ସାମଗ୍ରୀ ଆଣିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ସେମାନେ କହିଛନ୍ତି । 

ଅଧିକ ପଢ଼ନ୍ତୁ: ପ୍ରଶାନ୍ତଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ

ସରକାର ବନେଗାଁ ଠାରୁ ଡ଼ନ୍ଦାବାଲି ଗାଁକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ରାସ୍ତା ଯୋଗାଇ ଦେବା ପାଇଁ ଗ୍ରାମର ରାଧାନାଥ ପ୍ରଧାନ, ଦିଲିପ ପ୍ରଧାନ,ସାରଙ୍ଗ ପ୍ରଧାନ,ନିଳମଣି ପ୍ରଧାନ,କୁଲେଶ୍ଵର ପ୍ରଧାନ, ଗୋଲାପି ପ୍ରଧାନ, ଲଳିତା ପ୍ରଧାନ, ମିନତୀ ପ୍ରଧାନ, ସମେତ ବାନ୍ଦୁଡ଼ି ଦାବି କରିଛନ୍ତି।

ଅଧିକ ପଢ଼ନ୍ତୁ: ସ୍ବାମୀକୁ ହରାଇ ବାହୁନି କାନ୍ଦୁଛନ୍ତି ଅନେକ ସ୍ତ୍ରୀ; ପିଲାଙ୍କ ଉପରୁ ଉଠିଯାଇଛି ବାପର ହାତ

Kandhamal 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe