Milling Rice: ଫେରିନି ୧୭% କଷ୍ଟମ୍‌ ମିଲିଂ ଚାଉଳ: ବରଗଡ଼ ସ୍ଥିତି ଉଦ୍‌ବେଗଜନକ, ଧାନ ସଂଗ୍ରହ ସ୍ଥିତି ସୁଧୁରିବ କେମିତି?

Advertisment

ଏତେ ଶୀଘ୍ର ସୁଧୁରିବ ନାହିଁ ରାଜ୍ୟର ଧାନ ସଂଗ୍ରହ ସ୍ଥିତି। ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ଗୋଟିଏ ମାସ ଅତିକ୍ରାନ୍ତ ହୋଇସାରିଛି। କିନ୍ତୁ ଗତବର୍ଷର ୧୭% କଷ୍ଟମ୍‌ ମିଲିଂ ଚାଉଳ ‌ମିଲର୍‌ମାନଙ୍କଠାରୁ ଫେରିବା ବାକି ରହିଛି।

ଏତେ ଶୀଘ୍ର ସୁଧୁରିବ ନାହିଁ ରାଜ୍ୟର ଧାନ ସଂଗ୍ରହ ସ୍ଥିତି। ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ଗୋଟିଏ ମାସ ଅତିକ୍ରାନ୍ତ ହୋଇସାରିଛି। କିନ୍ତୁ ଗତବର୍ଷର ୧୭% କଷ୍ଟମ୍‌ ମିଲିଂ ଚାଉଳ ‌ମିଲର୍‌ମାନଙ୍କଠାରୁ ଫେରିବା ବାକି ରହିଛି।

paddy puchase  statrs at sambalpur

paddy puchase statrs at sambalpur Photograph: (sambad.in)

ସମ୍ବଲପୁର: ଏତେ ଶୀଘ୍ର ସୁଧୁରିବ ନାହିଁ ରାଜ୍ୟର ଧାନ ସଂଗ୍ରହ ସ୍ଥିତି। ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ଗୋଟିଏ ମାସ ଅତିକ୍ରାନ୍ତ ହୋଇସାରିଛି। କିନ୍ତୁ ଗତବର୍ଷର ୧୭% କଷ୍ଟମ୍‌ ମିଲିଂ ଚାଉଳ ‌ମିଲର୍‌ମାନଙ୍କଠାରୁ ଫେରିବା ବାକି ରହିଛି। କଟକ, ଜଗତସିଂହପୁର, ସୁନ୍ଦରଗଡ଼ ବ୍ୟତୀତ ଅନ୍ୟ କୌଣସି ଜିଲ୍ଲା ବର୍ତ୍ତମାନ ପର୍ଯ୍ୟନ୍ତ ଶତପ୍ରତିଶତ ଚାଉଳ ଜମା କରିନାହାନ୍ତି। ମନ୍ଥର ଗତିରେ ଚାଲିଛି କଷ୍ଟମ୍‌ ମିଲିଂ ଚାଉଳ ଜମା। ବର୍ଷେରୁ ଅଧିକ ସମୟ ହେଲା ଏଭଳି ସ୍ଥିତି ଜାରି ରହିଛି। ଏଥିଯୋଗୁଁ ଚଳିତ ବର୍ଷର ଖରିଫ ଧାନ ସଂଗ୍ରହ ପ୍ରଭାବିତ ହେବା ନେଇ ପୂର୍ବରୁ ଯେଉଁ ଅନୁମାନ କରାଯାଉଥିଲା, ବର୍ତ୍ତମାନ ଏହା ସତ ପ୍ରମାଣିତ ହୋଇଛି। ଅଧିକାଂଶ ସ୍ଥାନରେ ମିଲର୍‌ମାନେ ଚୁକ୍ତିନାମା ସ୍ବାକ୍ଷର କଲେ ନାହିଁ। ଫଳରେ ମଣ୍ଡିରେ ଧାନ ପଡ଼ିରହିଲା। 

Donald Trump : ଆମେରିକା ହିଁ ପ୍ରକୃତ ଜାତିସଂଘ : ଟ୍ରମ୍ପ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ଏହି ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି। କିନ୍ତୁ ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ହୋଇ ପାରିନାହିଁ। କଷ୍ଟମ୍‌ ମିଲିଂ ଚାଉଳ ଜମାର ମନ୍ଥର ଗତିର ସର୍ବାଧିକ ଉଦ୍‌ବେଗଜନକ ଚିତ୍ର ବରଗଡ଼, ସମ୍ବଲପୁର, ପୁରୀ, କନ୍ଧମାଳ, ସୁବର୍ଣ୍ଣପୁର ଜିଲ୍ଲାରେ ରହିଛି। ବରଗଡ଼ରେ ବର୍ତ୍ତମାନ ବି ଆହୁରି ୩୫%, ପୁରୀ ୨୪%, ସମ୍ବଲପୁର ୨୩%, କନ୍ଧମାଳ ୨୩%, ସୁବର୍ଣ୍ଣପୁରରେ ୨୩% ଚାଉଳ ଜମା ହୋଇ ପାରିନାହିଁ। ଖରିଫ-୨୪ କଷ୍ଟମ୍‌ ମିଲିଂ ଚାଉଳ ଜମାର ବିଭିନ୍ନ ଜିଲ୍ଲାର ସ୍ଥିତି ହେଲା, କଳାହାଣ୍ଡିରେ ୭୯%, ବାଲେଶ୍ବର ୮୭%, ବଲାଙ୍ଗୀର ୮୩%, ଗଞ୍ଜାମ ୮୮%,  କୋରାପୁଟ ୭୯%, ମାଲକାନଗିରି ୮୬%, ନବରଙ୍ଗପୁର ୮୨%, ନୟାଗଡ଼ ୮୬%, ଢେଙ୍କାନାଳ ୮୦%, ଖୋର୍ଦ୍ଧା ୭୯%, ମାଲକାନଗିରି ୮୬% ରହିଛି। କେବଳ ୧୧ ଜିଲ୍ଲାରେ କଷ୍ଟମ୍‌ ମିଲିଂ ଚାଉଳ ୯୦ ପ୍ରତିଶତରୁ ଅଧିକ ଜମା ହୋଇସାରିଛି। 

Family Conflict: କୀଟନାଶକ ପିଇ ଦମ୍ପତି ମୃତ,୫ ବର୍ଷର ଶିଶୁପୁତ୍ର ଗୁରୁତର

ଖାଦ୍ୟ ନୀତି ଅନୁଯାୟୀ କେନ୍ଦ୍ର ସରକାରଙ୍କ ଏଜେଣ୍ଟ ଭାବରେ ରାଜ୍ୟ ସରକାର ଚାଷୀଙ୍କଠାରୁ ଧାନ ସଂଗ୍ରହ କରିଥାନ୍ତି। ଟ୍ୟାଗ୍‌ ହୋଇଥିବା ମିଲରମାନେ ଏହି ଧାନ ନେଇ ୩ ମାସ ମଧ୍ୟରେ ଚାଉଳ ଏଫ୍‌ସିଆଇ ଓ ଯୋଗାଣ ନିଗମକୁ ଫେରାଇଥାନ୍ତି। ମିଲର୍‌ ଶତପ୍ରତିଶତ ଚାଉଳ ଦେବା ପରେ ହିଁ ପରବର୍ତ୍ତୀ ଖରିଫ କିମ୍ବା ରବିର ଧାନ ନେଇଥାଏ। ମାତ୍ର ଗତ କିଛିବର୍ଷ ହେଲା ମିଲରମାନଙ୍କ ପକ୍ଷରୁ କଷ୍ଟମ୍‌ ମିଲିଂ ଚାଉଳ ପ୍ରଦାନ ଅତି ମନ୍ଥର ଗତିରେ ଚାଲୁଛି। ଏଥିପାଇଁ ସେମାନେ ଏଫ୍‌ସିଆଇକୁ ଦାୟୀ କରୁଛନ୍ତି। ଧାନ ସଂଗ୍ରହରେ ସମସ୍ୟା ସୃଷ୍ଟି କରୁଛନ୍ତି। ଯୋଗାଣ ନିଗମର ସୂଚନା ଅନୁସାରେ, କଷ୍ଟମ୍‌ ମିଲିଂରେ ୬୨ ଲକ୍ଷ ୮୨ ହଜାର ୦୩୬ ମେଟ୍ରିକ ଟନ୍‌ ଚାଉଳ ଜମା ହେବା କଥା। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ୫୨.୭୫ ଲକ୍ଷ ମେଟ୍ରିକ ଟନ୍‌ ଜମା ହୋଇଛି। ବାକି ୧୦.୫୪ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ଜମା ହେବାକୁ ବାକି ରହିଛି। ବର୍ତ୍ତମାନ ସ୍ଥିତି ଏଭଳି ହୋଇଥିବାରୁ ଆଗାମୀ ଦିନରେ ଅବସ୍ଥା ଆହୁରି 
ଖରାପ ହେବାର ଆଶଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe