ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ନକ୍ସଲ ମୂଳପୋଛ ନେଇ ଟାର୍ଗେଟ ଆଉ ମାତ୍ର ତିନି ମାସ ରହିଲା। ଏଥିପୂର୍ବରୁ ନୂଆବର୍ଷର ପ୍ରଥମ ସପ୍ତାହରେ ହିଁ ତେଲେଙ୍ଗାନା ପୁଲିସକୁ ମିଳିଛି ବଡ଼ ସଫଲତା। ଦୁଇ ଦୁର୍ଦାନ୍ତ ନକ୍ସଲ ସମେତ ୧୮ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏଥିସହ ପିଏଲଜିଏର ୪୮ଟି ହତିଆରକୁ ମଧ୍ୟ ପୁଲିସ ନିକଟରେ ପ୍ରଦାନ କରିଛନ୍ତି। ଯାହା ବଡ ସଫଳତା ବୋଲି କୁହାଯାଇଛି।

Advertisment

ନକ୍ସଲ ସଂଗଠନର ପିଏଲଜିଏ ବାଟାଲିୟନର କମାଣ୍ଡର ବାଡସେ ସୁକ୍କା ଓରଫ ଦେବା, ପିଏଲଜିଏର ଡେପୁଟି କମାଣ୍ଡର ଆଭୁଲମ ସୋମା, କମାଣ୍ଡର ଶ୍ରୀକାନ୍ତ, ପାର୍ଟି ମେମ୍ବର କ୍ରିଷ୍ଣା, ପାର୍ଟି ମେମ୍ବର ମାଡକମ ଲାକ୍କେ, ପାର୍ଟି ମେମ୍ବର କାର୍ତ୍ତାମ ଜଗା, ପାର୍ଟି ମେମ୍ବର ମାଡବୀ ଆନ୍ଦୁ, ପାର୍ଟି ମେମ୍ବର ମାଡକମ ଭୀମେ, ପାର୍ଟି ମେମ୍ବର କୁଞ୍ଜାମ ଚଟା, ପାର୍ଟି ମେମ୍ବର ମାଡକମ ଆନ୍ଦା, ଷ୍ଟେଟ କମିଟି ମେମ୍ବର କେ ରାଜି ରେଡ୍ଡୀ ଓରଫ ଭେଙ୍କଟେଶ, ଡିଭିସିଏମ ଆନ୍ଦୁରି ଈଶ୍ବରୀ, ଅର୍ବାନ ପାର୍ଟି ମେମ୍ବର ଦାରା ସାରଲା, ପିପିସିଏମ କୁଞ୍ଜାମ ଭୀମେ, ଏସିଏମ ମାଡବୀ କୋସି, ଡିସିଏମ ଭେମୁଲା ରାଜୁ, ଏସିଏମ ପଡିଆମ ଚଇତେ, ଏସିଏମ ପୁନେମ ଭୀମା, ଏସିଏମ ମାଡକମ ଜିତୁ ଏବଂ ଏସିଏମ ପୁଲସାମ ମାଙ୍କୁ।

ଆହୁରି ପଢ଼ନ୍ତୁ: Nupur Announced Her Marriage: ସରିଛି ନିର୍ବନ୍ଧ, ଆସନ୍ତା ୧୧ରେ ନୂପୁରଙ୍କ ସହ ଷ୍ଟିବେନ୍‌ଙ୍କ ପଡ଼ିବ ହାତଗଣ୍ଠି

ବନ୍ଧୁକ, ନଗଦ ଟଙ୍କା ଜବତ

ଆତ୍ମସମର୍ପଣ ନକ୍ସଲ ଏଲଏମଜି ଦୁଇଟି, ୟୁଏସ ତିଆରି ରାଇଫଲ ଗୋଟିଏ, ଇଜରାଇଲ ରାଇଫଲ ଗୋଟିଏ, ଏକେ-୪୭ ବନ୍ଧକ ୮ଟି, ଇନସାସା ରାଇଫଲ ୧୦ଟି, ଏସଏଲଆର ୮ଟି, ବିଜିଏଲ ୪ଟି, ସିଙ୍ଗଲ ସଟ ବନ୍ଧୁକ ୧୧ଟି, ଗ୍ରେନେଡ୍‌ ୨ଟି, ଏୟାର ଗନ ଗୋଟିଏ। ମୋଟ ୪୮ଟି ବନ୍ଧୁକ ପୁଲିସ ନିକଟରେ ପ୍ରଦାନ କରାଯାଇଛି। ସେହିପରି ନକ୍ସଲମାନେ ୨୦ ଲକ୍ଷ ୩୦ ହଜାର ଟଂକା ପୁଲିସକୁ ହସ୍ତାନ୍ତର କରିଛନ୍ତି। ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ସମସ୍ତ ନକ୍ସଲଙ୍କୁ ଆର୍ଥିକ ସହାୟତା ସହ ଆତ୍ମନିର୍ଭରଶୀଳ କରାଯିବ ବୋଲି କୁହାଯାଇଛି। ଏଥିସହ ସରକାରଙ୍କର ସମସ୍ତ ସୁବିଧା ସୁଯୋଗ ମଧ୍ୟ ପ୍ରଦାନ କରାଯିବ। ପିଏଲଜିଏ ବାଟାଲିନୟନ କମାଣ୍ଡର ଆତ୍ମସମର୍ପଣ ପରେ ଏହା ଏକ ପ୍ରକାର ଭୁଷୁଡି ଯାଇଥିବା ପୁଲିସ କହିଛି। ଆଉ ଜଂଗଲରେ ରହିଯାଇଥିବା ନକ୍ସଲଙ୍କୁ ପୁଲିସ ତୁରନ୍ତ ଆତ୍ମସମର୍ପଣ କରିବାକୁ କହିଛି।

ଆହୁରି ପଢ଼ନ୍ତୁ: Jagannath Temple: ଜଗା ଦୁଆରକୁ ଜୋତା ପିନ୍ଧି ପଳେଇଲେ ଭକ୍ତ ! ଦେଉଳ ଭିତରୁ ବାହାର କରି ଆଣିଲେ ସେବାୟତ, ଗୁଜୁରାଟ ଭକ୍ତ ପିନ୍ଧି ପଳେଇଥିବା ସୂଚନା...