18134 tourists visited Nandankanan in the third Day of Raja Photograph: (sambad.in)
ବାରଙ୍ଗ: ତୃତୀୟ ରଜରେ ନନ୍ଦନକାନନରେ ୧୮୧୩୪ ପର୍ଯ୍ୟଟକ ବୁଲିବାକୁ ଆସିଛନ୍ତି। ଟିକେଟ କରିଥିବା ପର୍ଯ୍ୟଟକଙ୍କ ସଂଖ୍ୟାରୁ ଏହା ଜଣାପଡିଛି। ରଜ ତିନିଦିନରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଏହାର ରାଜ୍ୟ ଉଦ୍ଭିଦ ଉଦ୍ୟାନ ପରିଭ୍ରମଣରେ ମୋଟ ୮୩,୮୪୬ ପର୍ଯ୍ୟଟକ ଆସି ମୌଜ କରିଥିବା ଟିକେଟ ବିକ୍ରି ପରିସଂଖ୍ୟାନରୁ ଜଣାପଡ଼ିଛି। ତିନି ଦିନର ଟିକେଟ ବିକ୍ରି ମଧ୍ୟରେ ପ୍ରାଣୀ ଉଦ୍ୟାନର ୭୮,୩୨୨ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନର ୫,୫୨୪ ଖଣ୍ଡ ରହିଛି।
ଅଧିକ ପଢ଼ନ୍ତୁ: ରିଲ୍ ସୁଟିଂ କରିବା ମହଙ୍ଗା ପଡ଼ିଲା: ଗୁଲମି ଜଳପ୍ରପାତରେ ଭାସିଗଲେ ୨ ନାବାଳକ
ସେହିପରି ଚଳିତ ବର୍ଷ ରଜ ମହୋତ୍ସବର ତିନି ଦିନରେ ପର୍ଯ୍ୟଟକମାନଙ୍କର ଭିଡ଼ ରହିଥିଲା। ଦର୍ଶକଙ୍କର ଆବଶ୍ୟତାକୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ତରଫରୁ ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା। ଭିଡ଼ ପରିଚାଳନା ପାଇଁ ୧୦୬ ଜଣ ସୁରକ୍ଷା କର୍ମୀ ଏବଂ ୩୨ ଜଣ ସ୍ୱେଚ୍ଛାସେବକଙ୍କୁ ନିୟୋଜିତ କରାଯାଇଥିଲା। ପର୍ଯ୍ୟଟକଙ୍କ ଆରାମ ପାଇଁ ୩୨ଟି ପାନୀୟ ଜଳ ପଏଣ୍ଟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ବୋଲି ନନ୍ଦନକାନନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଅଧିକ ପଢ଼ନ୍ତୁ: ଏନପିଟିରୁ ବାହାରି ପରମାଣୁ ଅସ୍ତ୍ର ତିଆରି କରିବ ଇରାନ
Bhubaneswar | Nandankanan zoo
Follow Us