2 including young journalist seriously injured in bike accident Photograph: (sambad.in)
ବୈଶିଙ୍ଗା: ବୈଶିଙ୍ଗା ଥାନା ଅନ୍ତର୍ଗତ ବୈଶିଙ୍ଗା-ମାଣତ୍ରୀ ରାସ୍ତାର ବଡାମ ଠାକୁରାଣୀ ନିକଟରେ ଏକ ବାଇକ ଦୁର୍ଘଟଣାରେ ଯୁବ ସାମ୍ୱାଦିକ ଓ ତାଙ୍କ ସମ୍ପର୍କୀୟ ସାନଭାଇ ଗୁରୁତର ଆହତ ହୋଇ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।
ଗୁରୁତର ଆହତ ହେଲେ ସ୍ଥାନୀୟ ପତୁକା ଶାସନ ଗ୍ରାମର ଏକ ଦୈନିକ ଖବର କାଗଜର ବୈଶିଙ୍ଗା ପ୍ରତିନିଧି ଅବିନାଶ ପଣ୍ଡା ଓ ତୃତୀୟ ଶ୍ରେଣୀରେ ପଢ଼ୁଥିବା ତାଙ୍କ ମାମୁଁଙ୍କ ପୁଅ ଆଦିତ୍ୟ ଶେଖର ଦାଶ।
ସୂଚନା ଅନୁସାରେ, ଆଦିତ୍ୟ ମହୁରୀ ସ୍ଥିତ ସେଣ୍ଟ ଜାଭିୟାର୍ସ ପବ୍ଲିକ ସ୍କୁଲରେ ତୃତୀୟ ଶ୍ରେଣୀରେ ପଢ଼ୁଥିବାବେଳେ ତାଙ୍କ ଭାଇ ଅବିନାଶ ତାଙ୍କୁ ପ୍ରତ୍ୟହ ନିଜ ବ୍ୟାଟେରୀ ଚାଳିତ ସ୍କୁଟିରେ ନେବା ଆଣିବା କରନ୍ତି। ସୋମବାର ମଧ୍ୟାହ୍ନରେ ସବୁଦିନ ପରି ସ୍କୁଲ ଛୁଟି ହେବା ପରେ ସେ ଆଦିତ୍ୟକୁ ନେଇ ଘରକୁ ଯାଉଥିଲେ।
ରାସ୍ତାରେ ବୈଶିଙ୍ଗା -ମାଣତ୍ରୀ ରାସ୍ତାର ବଡାମ ଠାକୁରାଣୀ ନିକଟରେ ହଠାତ୍ ତାଙ୍କ ମୁଣ୍ଡ ବୁଲାଇଦେବାରୁ ସ୍କୁଟି ଉପରୁ ନିଜର ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ଧକ୍କା ଖାଇଥିଲେ।
ଅଧିକ ପଢ଼ନ୍ତୁ: ବାଲେଶ୍ବର ପୀଡ଼ିତାଙ୍କୁ ଭେଟିଲେ ରାଷ୍ଟ୍ରପତି
ତେବେ ଘଟଣା ସ୍ଥଳରେ ଅବିନାଶଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହୋଉଥିବାବେଳେ ଆଦିତ୍ୟଙ୍କ ଗୋଡ଼ ଭାଙ୍ଗି ଯାଇଥିଲା। ଦୁଇଭାଇ ଗୁରୁତର ଆହତ ହୋଇ ରାସ୍ତା ପାର୍ଶ୍ୱରେ ପଡିଥିବାବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବୈଶିଙ୍ଗା ଡାକ୍ତରଖାନା ନେଇଯାଇଥିଲେ ଓ ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବାଲେଶ୍ୱର ଡାକ୍ତରଖାନା ନେଇଯାଇଥିଲା। ତେବେ ସେଠାରେ ମଧ୍ୟ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା।
ଅଧିକ ପଢ଼ନ୍ତୁ: ଲର୍ଡ୍ସରେ ଲଢୁଛି ଟିମ ଇଣ୍ଡିଆ
Mayurbhanj | Accident
Follow Us