2 trucks loaded with paddy stopped Photograph: (sambad.in)
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଥାନା ଅଞ୍ଚଳରେ ଗତ କିଛି ଦିନ ତଳେ ଏକ ଚାଉଳ ବୁଝେଇ ଟ୍ରକ୍କୁ ଅଟକ ରଖା ଯାଇଥିଲା। ଏହି ଟ୍ରକ୍କୁ ଯୋଗାଣ ବିଭାଗ ତଦନ୍ତ କରି ରିପୋର୍ଟ ଦେବା ପରେ ଚାଉଳ ଟ୍ରକ୍କୁ ପୁଲିସ ଛାଡ଼ିଥିଲା । ଏବେ ଦୁଇଟି ଛତିଶଗଡ଼ ନମ୍ବର ଥିବା ଟ୍ରକ୍କୁ ଅଟକ ରଖି ପୁଲିସ ତଦନ୍ତ କରୁଛି ।
ଦୁଇ ଟ୍ରକ୍ରେ ହଜାରେ ବସ୍ତାରୁ ଅଧିକ ଧାନ ରହିଛି। ଯାହା ରାଜ୍ୟ ବାହାରୁ ଆସୁଥିଲା। ହେଲେ ଏହି ଧାନ ଗାଡ଼ି କେଉଁଠାରୁ କେଉଁ ସ୍ଥାନକୁ ଯାଉଥିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ମିଳିଥିବା ସୂଚନା ଅନୁସାରେ ଗତ କାଲି ଦେଓଗାଁ ପୁଲିସ ପାତ୍ରୋଳିଂ କରୁଥିବା ବେଳେ ଜାତୀୟ ରାଜପଥ ୨୬ରେ ଉପରେ ଆସୁଥିବା ଦୁଇଟି ଟ୍ରକ୍କୁ ଅଟକାଇଥିଲା। ଟ୍ରକ୍ ଦୁଇଟିର ଡ୍ରାଇଭର ମଦ ପିଇ ଗାଡ଼ି ଚଳାଉ ଥିବା ଜଣାପଡିଥିଲା। ତେବେ ଧାନ ଚୋରା ଚାଲାଣ ହେଉଥିବା ସନ୍ଦେହ କରି ଦେଓଗାଁ ପୁଲିସ ବଲାଙ୍ଗୀର ଯୋଗାଣ ବିଭାଗକୁ ତଦନ୍ତ କରିବାକୁ ସୂଚନା ହସ୍ତାନ୍ତର କରିଛି।
ଅଧିକ ପଢ଼ନ୍ତୁ: ଦଲାଲ ମୁକ୍ତ ହୋଇନି ରେଜେଷ୍ଟ୍ରି ଅଫିସ୍: ସରପ୍ରାଇଜ୍ ଭିଜିଟ୍ ବେଳେ ମନ୍ତ୍ରୀ ଦେଖିଲେ
ଅନ୍ୟପକ୍ଷରେ ଛତିଶଗଡ଼ ନମ୍ବର ଥିବା ସିଜି ୦୪ ଜେସି ୭୬୬୫ ଓ ସିଜି ୦୬ଜି ଏନ୍ ୯୧୫୧ଟ୍ରକ୍ରେ ଧାନ ଲୋଡ୍ ହୋଇ ଛତିଶଗଡ଼ରୁ କଳାହାଣ୍ଡିକୁ ଯାଉଥିଲା ବୋଲି ସୂଚନା ମିଳିଛି। ଏନେଇ ଦେଓଗାଁ ଥାନା ଅଧିକାରୀ ବୁଲୁ ମୁଣ୍ଡାଙ୍କୁ ପଚାରିବାରୁ ଯାଞ୍ଚ ବେଳେ ଡ଼୍ରାଇଭର ମଦ ପିଇ ଥିବା ଜଣା ପଡ଼ିବାରୁ ଦୁଇଟି ମାମଲା ରୁଜୁ ହୋଇଥିବା ସୂଚନା ପ୍ରଦାନ କରିଛନ୍ତି। ଧାନକୁ ନେଇ ତଦନ୍ତ କରିବାକୁ ଯୋଗାଣ ବିଭାଗକୁ ଚିଠି କରାହୋଇଛି ବୋଲି ସେ କହିଛନ୍ତି।
ଅଧିକ ପଢ଼ନ୍ତୁ: ପାକିସ୍ତାନ ପରେ ବାଂଲାଦେଶ, ଚାଇନା ବିମାନ କିଣି ହଟହଟା
Balangir | Crime
Follow Us