ଭୁବନେଶ୍ବର: ଦିନକୁ ଦିନ ସାଇବର ଠକ ସକ୍ରିୟ ହେବାରେ ଲାଗିଛନ୍ତି । ସୋସିଆଲ ମିଡିଆକୁ ମାଧ୍ୟମ କରୁଛନ୍ତି। ଏହାଦ୍ୱାରା ସାଧାରଣ ଜନତା ଠକେଇର ଶିକାର ହେଉଛନ୍ତି । ରଥଯାତ୍ରା ପରି ବଡ଼ ବଡ଼ ଉତ୍ସବକୁ ନେଇ ସୋଇଆଲ ମିଡ଼ିଆରେ ଠକିବା ପାଇଁ ଯୋଜନା କରୁଛନ୍ତି ।
ଗୁଗୁଲରେ ଫେକ୍ ୱେବ୍ ସାଇଟ ପେଜ୍ କରି ଅନେକ ସମୟରେ ଲୋକଙ୍କୁ ଠକୁ ଥିବାର ଘଟଣା ସାମ୍ନାକୁ ଆସୁଛି। ରଥଯାତ୍ରା ସମୟରେ ସୋସିଆଲ ମିଡିଆ ଅପରାଧୀ ପୁରୀକୁ ଟାର୍ଗେଟ କରିଛନ୍ତି ।
ପୁରୀକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସୁଛନ୍ତି। ସେମାନେ ରହିବା ପାଇଁ ସୋସିଆଲ ମିଡିଆରେ ନିଜର ହୋଟେଲ ବାଛୁଥୁବା ବେଳେ ଫେକ୍ ପେଜ୍ର ଶିକାର ହେଉଛନ୍ତି।
ଅଧିକ ପଢ଼ନ୍ତୁ: ପୋଖରୀରୁ ଯୁବକଙ୍କ ଗୋଡ଼ହାତ ବନ୍ଧା ମୃତଦେହ ଉଦ୍ଧାର : ନିଖୋଜ ଥିଲେ, ହତ୍ୟା ସନ୍ଦେହ
ଚଳିତ ବର୍ଷ ୩୪ ଟି ଫେକ୍ ୱେବ୍ ସାଇଟ ଖୋଲା ଯାଇଥିବା ନେଇ ଓଡ଼ିଶା ସାଇବର ୟୁନିଟ ଠାବ କରିଛି। ସେଥୁରୁ ୨୪ଟି ୱେବ୍ ସାଇଟକୁ ବ୍ଲକ୍ କରାଯାଇଛି। ଏନେଇ ସାଧାରଣ ଲୋକଙ୍କ ସଚେତନ ପାଇଁ ସଚେତନତା କାଯ୍ୟ କରାଯାଉଛି ବୋଲି ଓଡ଼ିଶା ସାଇବର ଆଇଜିପି, ସିଆଇଡି, ସିବି,ଶେଫିନ୍ ଅହମ୍ମଦ କହିଛନ୍ତି।
ଅଧିକ ପଢ଼ନ୍ତୁ: ମୁଁ ମୁଖ୍ୟମନ୍ତ୍ରୀ ରହିବି.. ଏଥିରେ ସନ୍ଦେହ ଅଛି କି ? : ସିଦ୍ଧାରମୈୟା
Cyber Fraud | Odisha
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/07/02/24-websites-have-been-blocked-this-year-2025-07-02-14-52-38.jpg)
