ନବରଙ୍ଗପୁର: ଶିଶୁ ଓ ମାତୃ ମୃତ୍ୟୁହାରକୁ କମାଇବା  ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ବିଭିନ୍ନ ଦୁର୍ଗମ ଗାଁରେ ରକ୍ତହୀନତାରେ ଥିବା ଗର୍ଭବତୀଙ୍କୁ ସୁରକ୍ଷିତ ପ୍ରସବ କରାଇବା ପାଇଁ ମା’ଗୃହ ପିପିପି ମୋଡରେ କରାଯାଇଛି। ଏହି ମା’ଗୃହ ଗୁଡିକ ଗର୍ଭବତୀ ମା’ଙ୍କ କବଚ ସାଜିଛି।

Advertisment

ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକକୁ ବାଦ୍ ଦେଇ ବଳକା ୯ ବ୍ଲକରେ ଏହି ଯୋଜନା କାର୍ଯ୍ୟନ୍ବୟନ ହେଉଛି। ଏହି ୯ଟି ମା’ଗୃହକୁ ୯୭୪ଟି ଗାଁକୁ ଟ୍ୟାଗ୍ କରାଯାଇଛି। ଗତ ଏପ୍ରିଲରୁ ଅକ୍ଟୋବର ଯାଏଁ ୧୭୫୬ଜଣ ରକ୍ତହୀନତାରେ ଥିବା ଗର୍ଭବତୀ ମାଙ୍କୁ ଆଣି ଭର୍ତ୍ତି କରାଯାଇଥିଲା।

ଆହୁରି ପଢ଼ନ୍ତୁ:Demand Letter To Chief Minister: ଗୋରୁମହିଷାଣୀକୁ ବ୍ଲକ୍ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

୧୫ଦିନର ପୃଷ୍ଟିକର ଖାଦ୍ୟ ମାଗଣା

ଏଥିରୁ ୧୬୩୦ ମା’ଙ୍କୁ ମା’ ଗୃହ ଜରିଆରେ ଡାକ୍ତରଖାନାରେ ପ୍ରସବ କରାଯାଇଥିଲା। ୯ଟି ବ୍ଲକର ମାସକୁ ୨୪୯ଶିଶୁଙ୍କୁ ଏହି ମା’ଗୃହ ଜରିଆରେ ଜନ୍ମ ହୋଇଛନ୍ତି।ଏହି ମା’ଗୃହ ଗୁଡିକୁ ଟ୍ୟାଗ୍ ହୋଇଥିବା ଗାଁରେ ଥିବା ରକ୍ତହୀନତାର ଶୀକାର ଗର୍ଭବତୀଙ୍କୁ ୧୫ଦିନ ପୂର୍ବରୁ ଅଣଯାଉଛି। ଏମାନଙ୍କ ସହ ଏମାନଙ୍କ ଜଣେ ସହଯୋଗୀ ମହିଳା ବି ଆସୁଛନ୍ତି। ଏମାନଙ୍କୁ ଏହି ୧୫ଦିନରେ ପୃଷ୍ଟିକର ଖାଦ୍ୟ ମାଗଣାରେ ଦେବା ସହ ଉତ୍ତମ ପରିବେଶରେ ରଖାଯାଉଛି। ନିକଟସ୍ଥ ଡାକ୍ତରଖାନାକୁ ନେଇ ସୁଷମ ଭାବେ  ପ୍ରସବ କରାଯାଉଛି।

ଡାକ୍ତରଖାନାରେ ପ୍ରସୁତି ମହିଳା ନବଜାତ ଶିଶୁ ସହ ଦୁଇ ଦିନ ରହିବା ପରେ ଘରକୁ ଯାଉଛି। ଜିଭିଏସ୍ ଅନୁଷ୍ଠାନ ନବରଙ୍ଗପୁର ବ୍ଲକର ସାନମସିଗାଁ, ପାପାଡାହାଣ୍ଡିବ୍ଲକର ମୈଦଲପୁର, ତେନ୍ତୁଳିଖୁଣ୍ଟି ବ୍ଲକର ପାତ୍ରପୁଟ, ଝରିଗାଁ ବ୍ଲକର ଇଛାପୁର, ଚନ୍ଦାହାଣ୍ଡି  ବ୍ଲକରେ ମା’ଗୃହ ପରିାଚଳନା କରୁଛି। ରିଡ୍ ଅନୁଷ୍ଠାନ ରାଇଘର, ଉମରକୋଟ ଓ କୋଷାଗୁମୁଡା ବ୍ଲକ, ଡାବୁଗାଁବ୍ଲକରେ କାରମ୍ ଅନୁଷ୍ଠାନ ପରିଚାଳନା କରୁଛନ୍ତି।

ନବରଙ୍ଗପୁର ବ୍ଲକର ସାନମସିଗାଁ ମା’ଗୃହକୁ ଟ୍ୟାଗ କରାଯାଇଥିବା ୬୧ ଗାଁରୁ ୭ମାସରେ ୧୭୪ଟି ଗର୍ଭବତୀ ଆସିଥିଲେ। ୧୬୭ଜଣ  ଡାକ୍ତରଖାନାରେ ପ୍ରସବ କରିଛନ୍ତି। ମାସକୁ ହାରାହାରି ୨୫ଜଣ ପ୍ରସବ କରିଛନ୍ତି। ମଇଦଲପୁରରେ ୧୩୩ଟି ଗାଁରୁ ୨୧୫ଜଣ ଆସିଥିବା ବେଳେ ୨୦୪ଜଣ ପ୍ରସବ କରିଥିବା ବେଳେ ମାସକୁ ହାରାହାରି ୩୧ଜଣ। ପାତ୍ରପୁଟରେ ୫୦ଟି ଗାଁରୁ ୧୬୫ଜଣ ଆସିଥିବା ବେଳେ ୧୫୦ଜଣ ପ୍ରସବ କରିଥିବା ବେଳେ ମାସକୁ ହାରାହାରି୨୩।

ଝରିଗାଁରେ ୭୯ ଗାଁରୁ ୨୨୭ଜଣ ଆସିଥିବା ବେଳେ ୨୬ଜଣ ପ୍ରସବ କରିଥିବା ବେଳେ ମାସକୁ ହାରାହାରି ୩୨ଜଣ। ଚନ୍ଦାହାଣ୍ଡିରେ ୯୫ଟି ଗାଁରୁ ୨୦୪ଜଣ ଆସିଥିବା ବେଳେ ୧୯୧ଜଣ ପ୍ରସବ କରିଥିବା ବେଳେ ମାସକୁ ହାରାହାରି ୨୯ଜଣ। ଡାବୁଗାଁରେ ୭୯ଟି ଗାଁରୁ ୨୧୬ଜଣ ଆସିଥିବା ବେଳେ ୨୦୮ଜଣ ପ୍ରସବ କରିଥିବା ବେଳେ ମାସକୁ ହାରାହାରି ୩୧ଜଣ। 

ରାଇଘରରେ ୧୭୭ଟି ଗାଁରୁ ୧୮୪ଜଣ ଆସିଥିବା ବେଳେ ୧୭୬ଜଣ ପ୍ରସବ କରିଥିବା ବେଳେ ମାସକୁ ହାରାହାରି ୨୬ଜଣ। ଉମରକୋଟରେ ୧୫୫ଟି ଗାଁରୁ ୧୮୦ଜଣ ଆସିଥିବା ବେଳେ ୧୫୨ଜଣ ପ୍ରସବ କରିଥିବା ବେଳେ ମାସକୁ ହାରାହାରି ୨୫ଜଣ। ଓ କୋଷାଗୁମୁଡାରେ ୧୪୫ଟି ଗାଁରୁ ୧୯୧ଜଣ ଆସିଥିବା ବେଳେ ୧୭୬ଜଣ ପ୍ରସବ କରିଥିବା ବେଳେ ମାସକୁ ହାରାହାରି ୨୭ଜଣ ଶିଶୁ ଜନ୍ମ ଦେଇଛନ୍ତି ।

ମା’ଗୃହରେ ୧୫ଦିନ ରହିବା ସମୟରେ ଏମାନଙ୍କୁ ପ୍ରସବ ପରେ ନିଜର ଓନବଜାତ ଶିଶୁର କିଭଳି ଯତ୍ନ ନେବେ, କଣ କଣ ପୃଷ୍ଟିକର ଖାଦ୍ୟ ଖାଇବେ ସେ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି ବୋଲି କହିଛନ୍ତି ଗ୍ରାମ୍ୟବିକାଶ ସଂଗଠନ (ଜିଭିଏସ)ର ମୁଖ୍ୟ ପରିଚଳାକ ଇଶ୍ବର ଚନ୍ଦ୍ର ସାବତ ।

ଆହୁରି ପଢ଼ନ୍ତୁ:New Year: ୨୦୨୬କୁ ସ୍ବାଗତ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ, ସବୁ ପର୍ଯ୍ୟଟନସ୍ଥଳ ଲୋକାରଣ୍ୟ

ଏହା ସହ ମଝିରେ ମଝିରେ ଗର୍ଭବତୀ ମାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇ ଅଲଟ୍ରାସାଉଣ୍ଡ କରି ଶିଶୁର ସ୍ଥିତିକୁ ପରଖାଯାଉଛି ବୋଲି କହିଛନ୍ତି ଶ୍ରୀ ସାବତ। ଶିଶୁ ଓମାତୃ ମୃତ୍ୟୁହାର କମାଇବା ଦିଗରେ ମା’ଗୃହର ଭୂମିକା ଅତ୍ୟନ୍ତ ଗୁରୁତ୍ବ ପୂର୍ଣ୍ଣ ବୋଲି କହିଛନ୍ତି ସିଡିଏମଓ ଡ.ସନ୍ତୋଷ ପଣ୍ଡା।

ରିପୋର୍ଟ: ସୁରେଶ ନାଇଡୁ