ରାଇରଙ୍ଗପୁର: ମୟୂରଭଞ୍ଜଜିଲ୍ଲା ରାଇରଙ୍ଗପୁର ବ୍ଲକ୍‌ର କୁଲେଇଶିଳା, ସୁଦର୍ଶନପୁର, ଗୁହାଳଡାଙ୍ଗିରି,ହାତିଆ,ବଡମୌଦା ଏବଂ ସାନପାଖନା ଗ୍ରାମପଞ୍ଚାୟତର ଆଇନଜୀବୀ, ବୁଦ୍ଧିଜୀବୀ, ଶିକ୍ଷାବିତ,ବ୍ୟବସାୟୀ ଓ ଜନ ସାଧାରଣମାନେ ମିଳିତ ହୋଇ ଗୋରୁମହିଷାଣୀକୁ ବ୍ଲକ୍‌ର ମାନ୍ୟତା ପାଇଁ ରାଇରଙ୍ଗପୁର ଉପ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

Advertisment

ସୂଚନା ଅନୁଯାୟୀ ଦୀର୍ଘ ବର୍ଷ ଅତିବାହିତ ହୋଇଥିଲେ ମଧ୍ୟ ଉକ୍ତ ଗ୍ରାମପଞ୍ଚାୟତ ଗୁଡିକ ଶିକ୍ଷା, ସ୍ବାସ୍ଥ୍ୟ,ଗମନାଗମନ, ଅର୍ଥନୈତିକ କ୍ଷେତ୍ରରେ ବିଶେଷ ଅଗ୍ରଗତି ହୋଇପାରି ନାହିଁ । ଏସିଆ ମହାଦେଶର ପ୍ରଥମ ଲୌହଖଣିର ମାନ୍ୟତା ପାଇଥିବା ଗୋରୁମହିଷାଣୀ ଲୌହଖଣି ଅନେକ ଐତିହାସିକ କିମ୍ବଦନ୍ତୀ ସମ୍ପନ୍ନ । ମାତ୍ର ସାଧାରଣ ଜନତାଙ୍କ ଅର୍ଥନୈତିକ ସ୍ଥିତିରେ ସେତେଟା ଉନ୍ନ‌ତ ହୋଇପାରି ନାହିଁ ।

ଆହୁରି ପଢ଼ନ୍ତୁ:New Year: ୨୦୨୬କୁ ସ୍ବାଗତ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ, ସବୁ ପର୍ଯ୍ୟଟନସ୍ଥଳ ଲୋକାରଣ୍ୟ

ଇତିମଧ୍ୟରେ ସରକାରଙ୍କ ପ୍ରତ୍ୟେକଟି ଜନତାଙ୍କ ପାଖକୁ ପ୍ରଶାସନ ପହଞ୍ଚିବାର ପ୍ରୟାସ ବେଶ ସ୍ବାଗତଯୋଗ୍ୟ ବୋଲି କହିଛନ୍ତି ଅଞ୍ଚଳବାସୀ । ତେବେ ଉକ୍ତ ପଞ୍ଚାଯତ ଗୁଡିକରେ ଥୁବା ଆଭ୍ୟନ୍ତରୀଣ ଗ୍ରାମଗୁଡିକର ବ୍ଲକ କାର୍ଯ୍ୟାଳୟ ରାଇରଙ୍ଗପୁରକୁ ଦୂରତା ଅନୁନ୍ୟ ୩୫ କିଲୋମିଟରରୁ ଅଧ‌ିକ ହେବ ଯାହା ଫଳରେ ବ୍ଲକ କାର୍ଯ୍ୟାଳୟକୁ ଯାତାୟାତ ପାଇଁ ଯାନବାହାନର ସେମାନଙ୍କ ଗ୍ରାମରୁ ସୁବିଧା ନ ଥିବାରୁ ହିତାକାରୀମାନେ ସକାଳୁ ଆସି ସନ୍ଧ୍ୟାରେ ଫେରି ଅଧିକ ଖର୍ଚ୍ଚାନ୍ତ ହେବା ସହିତ ଶାରୀରିକ ଓ ମାନସିକ ଚାପରେ ରହୁଥ‌ିବାର ଦେଖାଯାଏ । 

ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଆକାରରେ ଜଣାଇଲେ

ଏହା ବ୍ୟତୀତ ଚଳିତ ଜନଗଣନାରେ କୁଲେଇଶିଳା,ଗୁହାଳଡାଙ୍ଗିରି, ବଡମୌଦା ଏବଂ ସାନ ପାଖନା ଗ୍ରାମଗୁଡିକରେ ଜନସଂଖ୍ୟା ଆଧାରରେ ପଞ୍ଚାୟତ ବିଭାଜନର ସମ୍ଭାବନା ରହିଛି। ଏଣୁ ପ୍ରଶାସନିକର ସୁବିଧା ତଥା ଅଞ୍ଚଳବାସୀଙ୍କ ସମସ୍ତ ଉନ୍ନତି ପରିକଳ୍ପେ ଉକ୍ତ ଗ୍ରାମପଞ୍ଚାୟତଗୁଡିକର କେନ୍ଦ୍ରସ୍ଥଳ ତଥା ଐତିହାସିକ ଖ୍ୟାତି ସମ୍ପନ୍ନ ଗୋରୁମହିଷାଣୀକୁ ବ୍ଲକ ରୂପେ ଘୋଷଣା କରାଗଲେ ଅଞ୍ଚଳବାସୀଙ୍କ ବହୁଦିନର ସ୍ୱପ୍ନ ସାକାର ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି । ଏହି ଅବସରରେ ଆଜି ରାଇରଙ୍ଗପୁର ବିଡ଼ିଓ ଓ ଉପ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ମୁଖ୍ୟ କିରାଣୀଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି । 

ଆହୁରି ପଢ଼ନ୍ତୁ:MCG : ମେଲବର୍ଣ୍ଣ ପିଚକୁ ନେଇ ଆଇସିସି ଅସନ୍ତୁଷ୍ଟ, ଗୋଟିଏ ଡିମେରିଟ୍ ପଏଣ୍ଟ ପ୍ରଦାନ

ଦାବିପତ୍ର ପ୍ରଦାନ ସମୟରେ ଗୋରୁମହିଷାଣୀ ଅଞ୍ଚଳର ୬ ଟି ଗ୍ରାମପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟ/ସଭ୍ୟାଙ୍କ ସମେତ ରାଇରଙ୍ଗପୁର ବ୍ଳକ୍ ଅଧ୍ୟକ୍ଷ ଜ୍ଞାନରଞ୍ଜନ ହେମ୍ବ୍ରମ, ଲିପିକା ମଣ୍ଡଳ,କରବି ମୁଣ୍ଡାରୀ,ସାଉନା ମାଝି,ମିଲିରାଣି ସିଂ,ଲାଲ ବାହାଦୁର ସୋରେନ୍,ଅନିତା ଗିରି,ଆଶୋକ କୁମାର ମହାନ୍ତ, ଅଞ୍ଜନ କୁମାର ମଣ୍ଡଳ,ଉମେଶ କୁମାର ସାହୁ,ସୁବ୍ରତ ମହାନ୍ତି, ରାମଚନ୍ଦ୍ର ନାଏକ,ତୁଷାର କାନ୍ତ ମହାନ୍ତ,ବିଦ୍ୟାପତି ଗିରିଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।

ରିପୋର୍ଟ: ତୁଷାରକାନ୍ତ ମହାନ୍ତ