Youths Get Job: ୩୦୨ ଜଣ ଓଡ଼ିଆ ଯୁବକଯୁବତୀଙ୍କୁ ମିଳିଲା କେନ୍ଦ୍ର ସରକାରଙ୍କ ଠାରୁ ଚାକିରି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବ୍ୟାପୀ ଆୟୋଜିତ ରୋଜଗାର ମେଳା କାର୍ଯ୍ୟକ୍ରମକୁ ଆଭାସୀ ମାଧ୍ୟମରେ ସମ୍ବୋଧିତ କରିବା ସହିତ ୫୧ ହଜାରରୁ ଅଧିକ ଯୁବକଯୁବତୀଙ୍କୁ ସରକାରୀ ଚାକିରିର ନିଯୁକ୍ତିପତ୍ର ବାଣ୍ଟିଛନ୍ତି। ଏଥିରେ ଓଡ଼ିଶାରୁ ୩୦୨ ଜଣ ଅଛନ୍ତି।

WhatsApp Image 2025-10-24 at 7.08.12 PM

Union Minister Juel Oram distributes job letter in Bhubaneswar on Friday. Photograph: (sambad.in)

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବ୍ୟାପୀ ଆୟୋଜିତ ରୋଜଗାର ମେଳା କାର୍ଯ୍ୟକ୍ରମକୁ ଆଭାସୀ ମାଧ୍ୟମରେ ସମ୍ବୋଧିତ କରିବା ସହିତ ୫୧ ହଜାରରୁ ଅଧିକ ଯୁବକଯୁବତୀଙ୍କୁ ସରକାରୀ ଚାକିରିର ନିଯୁକ୍ତିପତ୍ର ବାଣ୍ଟିଛନ୍ତି। ଏହି କ୍ରମରେ ଭୁବନେଶ୍ୱରସ୍ଥିତ ରେଳ ଅଡିଟୋରିୟମରେ ଆୟୋଜିତ ରାଜ୍ୟସ୍ତରୀୟ ରୋଜଗାର ମେଳା କାର୍ଯ୍ୟକ୍ରମରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୩୦୨ ଜଣ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବିତରଣ କରିଛନ୍ତି। ନବନିଯୁକ୍ତ ପ୍ରାର୍ଥୀମାନଙ୍କୁ ଭାରତୀୟ ଡାକ ବିଭାଗ, ରେଳବାଇ, ରାଷ୍ଟ୍ରାୟତ ବ୍ୟାଙ୍କ, କେନ୍ଦ୍ରୀୟ ଜିଏସଟି, ସିଆରପିଏଫ ଭୁବନେଶ୍ୱର ଏମ୍ସ ଆଦି ବିଭାଗ ଓ ପ୍ରତିଷ୍ଠାନରେ ନିଯୁକ୍ତି ମିଳିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ଆଭାସୀ ପ୍ରସାରଣ କରାଯାଇଥିଲା।

ଯୁବକଯୁବତୀ ନିଜର ସ୍ଵପ୍ନକୁ ସାକାର କରିଛନ୍ତି: ଜୁଏଲ

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ କହିଥିଲେ, ଏହି ମେଳାରେ ଓଡ଼ିଶାର ଅନେକ ଯୁବକଯୁବତୀ ନିଜର ସ୍ଵପ୍ନକୁ ସାକାର କରିବାର ସୁଯୋଗ ପାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ଵରେ ଦେଶର ଯୁବପିଢ଼ିଙ୍କୁ ରୋଜଗାରକ୍ଷମ ଏବଂ ଆତ୍ମନିର୍ଭରଶୀଳ ହେବାର ସୁଯୋଗ ପ୍ରଦାନ କରାଯାଉଛି। ରୋଜଗାର ସୃଷ୍ଟି କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ଏହା ଯୁବବର୍ଗଙ୍କ ସଶକ୍ତୀକରଣ ଓ ଦେଶର ଉନ୍ନତିର ମୂଳମନ୍ତ୍ର। ଏହି କାର୍ଯ୍ୟକ୍ରମରେ ନିଯୁକ୍ତିପତ୍ର ପାଇଥିବା ଯୁବବର୍ଗଙ୍କ ଆଶା ଓ ଉତ୍ସାହ ଦେଖି କେନ୍ଦ୍ରମନ୍ତ୍ରୀ ପ୍ରଭାବିତ ହୋଇଥିଲେ ଏବଂ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ ଆହୁରି କହିଥିଲେ, ମୋଦୀ ସରକାର ଯୁବ ଶକ୍ତିକୁ ଦେଶର ପ୍ରଗତିର ମେରୁଦଣ୍ଡ ଭାବରେ ଦେଖୁଛନ୍ତି ଏବଂ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ ପାଇଁ ପ୍ରତିଶ୍ରୁତିବଦ୍ଧ ଅଛନ୍ତି। 

ଆହୁରି ପଢ଼ନ୍ତୁ: Train Extension: ଭୁବନେଶ୍ୱର ନୂଆ-ହାଇଦ୍ରାବାଦ ସ୍ୱତନ୍ତ୍ର ଟ୍ରେନ୍‌ର ସମ୍ପ୍ରସାରଣ

ଦୀପାବଳି ସମସ୍ତଙ୍କ ଜୀବନକୁ ଆଲୋକିତ କରିଛି: ମୋଦୀ

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରୋଜଗାର ମେଳାକୁ ସମ୍ବୋଧନ କରିଛନ୍ତି। ନିଜର ଏହି ସମ୍ବୋଧନରେ ସେ କହିଥିଲେ ଯେ, ଚଳିତ ବର୍ଷର ଦୀପାବଳି ସମସ୍ତଙ୍କ ଜୀବନକୁ ଆଲୋକିତ କରିଛି। ପାର୍ବଣର ଆନନ୍ଦ ମଧ୍ୟରେ ସ୍ଥାୟୀ ନିଯୁକ୍ତି ପାଇଁ ନିଯୁକ୍ତିପତ୍ର ପାଇବା ଏହି ଆନନ୍ଦକୁ ଦ୍ବିଗୁଣିତ କରିଛି– ଅର୍ଥାତ୍ ଉଭୟ ପାର୍ବଣ ଓ ନିଯୁକ୍ତି ସଫଳତାର ଆନନ୍ଦ। ଏହି ଆନନ୍ଦ ଆଜି ଦେଶର ୫୧ ହଜାର ଯୁବକଯୁବତୀଙ୍କ ନିକଟରେ ପହଞ୍ଚିଛି ଏବଂ ସେମାନଙ୍କ ପରିବାର ପାଇଁ ଅପାର ଆନନ୍ଦ ଆଣିଦେଇଛି।  ଜୀବନରେ ନୂତନ ଆରମ୍ଭ ଲାଗି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। 

ଆହୁରି ପଢ଼ନ୍ତୁ: Husband dies after Wife: ପତ୍ନୀଙ୍କ ବିୟୋଗ ପରେ ପରେ ମାଟି ଛାଡ଼ିଲେ କବି… ଝୁରିବା ତ କବିର ଗୁଣ, ଝୁରିଝୁରି ଚାଲିଯାଏ ବି ପ୍ରାଣ...

ନିଯୁକ୍ତି କେବଳ ସରକାରୀ ଚାକିରି ନୁହେଁ...

ନୂଆ ନିଯୁକ୍ତି ପାଇଥିବା ଯୁବପିଢ଼ିଙ୍କ ମଧ୍ୟରେ ଉତ୍ସାହ, କଠିନ ପରିଶ୍ରମର କ୍ଷମତା ଏବଂ ପୂରଣ ହୋଇଥିବା ସ୍ୱପ୍ନରୁ ଜନ୍ମିତ ଆତ୍ମବିଶ୍ୱାସ ଉପରେ ଆଲୋକପାତ କରି ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ ଯେ, ଯେତେବେଳେ ଏହି ମନୋଭାବ ଦେଶ ସେବା କରିବାର ଆଗ୍ରହ ସହିତ ମିଶିଯାଏ, ସେତେବେଳେ ତାହା ବ୍ୟକ୍ତିଗତ ସଫଳତାକୁ ଟପି ଦେଶ ପାଇଁ ଏକ ସଫଳତା ପାଲଟିଯାଏ। ସେ କହିଥିଲେ, ଏସବୁ ନିଯୁକ୍ତି କେବଳ ସରକାରୀ ଚାକିରି ନୁହେଁ, ବରଂ ରାଷ୍ଟ୍ରନିର୍ମାଣରେ ସକ୍ରିୟ ଯୋଗଦାନ ଲାଗି ଏକ ସୁଯୋଗ। ସେ ଆଶା ପ୍ରକାଶ କରିଥିଲେ ଯେ, ନୂଆ ନିଯୁକ୍ତି ପାଇଥିବା ଯୁବକଯୁବତୀମାନେ ନିଷ୍ଠା ଓ ସାଧୁତାର ସହ କାମ କରିବେ ଓ ଭାରତ ଭବିଷ୍ୟତ ପାଇଁ ଏକ ଉନ୍ନତ ବ୍ୟବସ୍ଥା ଗଢିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe