ଦଳରୁ ବାହାରି ନୀଳଗିରି ମୁହାଁ ହେଲେ ୩୯ହାତୀ, ଡରାଉଛି ଦନ୍ତା

Advertisment

ରାସଗୋବିନ୍ଦପୁର ରେଞ୍ଜ ଦେଇ ବିଭିନ୍ନ ପର୍ଯ୍ୟାୟରେ ପ୍ରବେଶ କରିଥିବା ୭୩ ହାତୀ ଏବେ ଏକାଧିକ ଭାଗରେ ବିଭକ୍ତ ହୋଇ ଉକ୍ତ ରେଞ୍ଜ ଅଧୀନ ବିଭିନ୍ନ ଜଙ୍ଗଲ ଓ ଆଖପାଖ ଗ୍ରାମାଞ୍ଚଳ ସମେତ ଧାନକ୍ଷେତରେ ଉପଦ୍ରବ ଜାରି ରଖିଥିବାବେଳେ ଦଳରୁ ବାହାରି ଏକ ୩୯ଟିକିଆ ପଲ ପୁଣି ଥରେ ନୀଳଗିରି ମୁହାଁ ହୋଇଛନ୍ତି।

ରାସଗୋବିନ୍ଦପୁର ରେଞ୍ଜ ଦେଇ ବିଭିନ୍ନ ପର୍ଯ୍ୟାୟରେ ପ୍ରବେଶ କରିଥିବା ୭୩ ହାତୀ ଏବେ ଏକାଧିକ ଭାଗରେ ବିଭକ୍ତ ହୋଇ ଉକ୍ତ ରେଞ୍ଜ ଅଧୀନ ବିଭିନ୍ନ ଜଙ୍ଗଲ ଓ ଆଖପାଖ ଗ୍ରାମାଞ୍ଚଳ ସମେତ ଧାନକ୍ଷେତରେ ଉପଦ୍ରବ ଜାରି ରଖିଥିବାବେଳେ ଦଳରୁ ବାହାରି ଏକ ୩୯ଟିକିଆ ପଲ ପୁଣି ଥରେ ନୀଳଗିରି ମୁହାଁ ହୋଇଛନ୍ତି।

ବୈଶିଙ୍ଗା: ପଶ୍ଚିମବଙ୍ଗ ପଟରୁ ରାସଗୋବିନ୍ଦପୁର ରେଞ୍ଜ ଦେଇ ବିଭିନ୍ନ ପର୍ଯ୍ୟାୟରେ ପ୍ରବେଶ କରିଥିବା ୭୩ ହାତୀ ଏବେ ଏକାଧିକ ଭାଗରେ ବିଭକ୍ତ ହୋଇ ଉକ୍ତ ରେଞ୍ଜ ଅଧୀନ ବିଭିନ୍ନ ଜଙ୍ଗଲ ଓ ଆଖପାଖ ଗ୍ରାମାଞ୍ଚଳ ସମେତ ଧାନକ୍ଷେତରେ ଉପଦ୍ରବ ଜାରି ରଖିଥିବାବେଳେ ଦଳରୁ ବାହାରି ଏକ ୩୯ଟିକିଆ ପଲ ପୁଣି ଥରେ ନୀଳଗିରି ମୁହାଁ ହୋଇଥିବାବେଳେ ତିଳଦା ଅଞ୍ଚଳରେ ସ୍ପଷ୍ଟ ଦିବାଲୋକରେ ଗାଁଳୁ ବାହାରି ଲୋକଙ୍କୁ ଭୟଭୀତ କରୁଛି ବିରାଟକାୟ ଦନ୍ତାl 

ଏସଂପର୍କିତ ଖବର ପଢ଼ନ୍ତୁ: ପୁଣି ପଶିଲେ ୧୦ଟିକିଆ ହାତୀପଲ

publive-image

ମୟୂରଭଂଜର ଅନ୍ୟ ଖବର ପଢ଼ନ୍ତୁ: ୧୫ ହଜାର ଟଙ୍କାର ବ୍ୟବସାୟକୁ ୨୦ ଲକ୍ଷରେ ପହଞ୍ଚାଇଲେ ସ୍ୱର୍ଣଲତା

ସୂଚନା ଅନୁଯାଇ ଥରେ ବାହୁଡ଼ି ଯାଇଥିବା ୫୩ଟିକିଆ ହାତୀପଲ ଶୁକ୍ରବାର ବିଳମ୍ବିତ ରାତିରେ ପୁଣି ଥରେ ରେଳପଥ ଓ ରାଜପଥ ଅତିକ୍ରମ କରି ଦଲକି ଜଙ୍ଗଲରେ ପ୍ରବେଶ କରିଥିଲେl ତେବେ ତାଙ୍କ ଭିତରୁ ୮ରୁ ୧୦ହାତୀ ତିଳଦା ନିକଟସ୍ଥ ଜଙ୍ଗଲରେ ରହିଯାଇଥିବାବେଳେ ଆଜି ସ୍ପଷ୍ଟ ଦିବାଲୋକରେ ଗୋଟେ ବିରାଟକାୟ ଦନ୍ତା ଜଙ୍ଗଲରୁ ବାହାରି ଗ୍ରାମାଞ୍ଚଳରେ ପ୍ରବେଶ କରି ଲୋକଙ୍କୁ ଭୟଭୀତ କରିଥିଲା ଓ ପରେ ସ୍ଥାନୀୟ ଧାନକ୍ଷେତରେ ପଶି ଚାଷୀଙ୍କ ସମ୍ମୁଖରେ ତାଙ୍କର ବର୍ଷକର ପରିଶ୍ରମକୁ ଦଳିଚକଟି ନଷ୍ଟ କରିବାକୁ ଆରମ୍ଭ କରିଥିଲାl 

ଏହି ଖବର ପଢ଼ନ୍ତୁ: ପୁଲିସ କ୍ୟାମ୍ପ ନହଟାଇବାକୁ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ

ସୋମବାର ବିଳମ୍ବିତ ସନ୍ଧ୍ୟାରେ ଦଲକି ଜଙ୍ଗଲରୁ ବାହାରି ନୀଳଗିରି ମୁହାଁ ହୋଇ କ୍ଷୀରପଦା ଉପକଣ୍ଠ ମହୋନପୁର ଜଙ୍ଗଲରେ ପ୍ରବେଶ କରିଥିଲେ ଓ ପରେ ବୈଶିଙ୍ଗା-ମାଣତ୍ରୀ ଏମଡିଆର-୭୦ ରାସ୍ତା ଅତିକ୍ରମ କରି ଚୁଆପଡା ଦେଇ ବାଲେଶ୍ୱର ଜିଲ୍ଲା ଶଙ୍କରପୁର ଅଞ୍ଚଳରେ ପ୍ରବେଶ ପୂର୍ବକ ଖବର ଲେଖାଯିବା ସୁଦ୍ଧା ବୁଢାବଳଙ୍ଗ ନଦୀ ପଠାରେ ପହଞ୍ଚିଛନ୍ତିl 

ଅନ୍ୟପଟେ ବୈଶିଙ୍ଗା-ମାଣତ୍ରୀ ରାସ୍ତା ଏକ ବ୍ୟସ୍ତବହୁଳ ରାସ୍ତା ହୋଇଥିବାରୁ ହାତୀ ପାର କରିବା ସମୟରେ ଦୀର୍ଘ ସମୟ ଧରି ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ଅନ୍ୟପଟେ ହାତୀପଲ ଯାଉଥିବା ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ କରାଯିବାରୁ ସ୍ଥାନୀୟ ଲୋକ ଭୟଭୀତ ହୋଇ ଘରେ କବାଟ କିଳି ରହିଛନ୍ତିl ସେହିଭଳି ତିଳଦା ଅଞ୍ଚଳର ଦିବାଲୋକରେ ବୁଲୁଥିବା ଦନ୍ତା ସହିତ ଫୋଟ ନେବାକୁ ସ୍ଥାନୀୟ ଯୁବକ ଦୁଃସାହସିକତା ପ୍ରଦର୍ଶନ ପୂର୍ବକ ହାତୀର ନିକଟତର ହୋଇ ଫୋଟ ଉତ୍ତୋଳନ କରୁଥିବାର ଦେଖିବାକୁ ମିଳିଥିଲା। ତେବେ ବେତନଟୀ ବନବିଭାଗ ପକ୍ଷରୁ ରେଞ୍ଜର ମନୁୱର ଖାଁଙ୍କ ସମେତ ବନବିଭାଗର ଏକାଧିକ ଦଳ ବିଭିନ୍ନ ଅଞ୍ଚଳରେ ଥିବା ହାତୀପଲର ଗିତିବିଧ ଉପରେରେ ତୀକ୍ଷ୍ଣ ନଜର ରଖିଛନ୍ତି।

ଏହି ଖବର ପଢ଼ନ୍ତୁ: ଜେଲରେ ବନ୍ଦୀ ଥିବା ସ୍ବାମୀଙ୍କ ଡନ ସ୍ତ୍ରୀ ଗିରଫ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe