୫ ମାସରେ ରାଜ୍ୟରେ ୪୧ ଗଣଦୁଷ୍କର୍ମ ମାମଲା: ଭୁବନେଶ୍ୱରରେ ସର୍ବାଧିକ ମହିଳା ହିଂସା

ଚଳିତବର୍ଷ ଜୁନ ୧୦ତାରିଖରୁ ନଭେମ୍ବର ୨୨ ତାରିଖ ମଧ୍ୟରେ ଗତ ୫ମାସରେ ରାଜ୍ୟରେ ମହିଳାଙ୍କ ଉପରେ ୪୧ଟି ଗଣଦୁଷ୍କର୍ମ ମାମଲା ଘଟିଛି। ଏହି ସମୟ ମଧ୍ୟରେ ମହିଳାଙ୍କ ଉପରେ ମୋଟ ୯୨୪୮ଟି ହିଂସା ମାମଲା ରୁଜୁ ହୋଇଛି...

14annzxpa`

ଭୁବନେଶ୍ବର: ଚଳିତବର୍ଷ ଜୁନ ୧୦ତାରିଖରୁ ନଭେମ୍ବର ୨୨ ତାରିଖ ମଧ୍ୟରେ ଗତ ୫ମାସରେ ରାଜ୍ୟରେ ମହିଳାଙ୍କ ଉପରେ ୪୧ଟି ଗଣଦୁଷ୍କର୍ମ ମାମଲା ଘଟିଛି। ଏହି ସମୟ ମଧ୍ୟରେ ମହିଳାଙ୍କ ଉପରେ  ମୋଟ ୯୨୪୮ଟି ହିଂସା ମାମଲା ରୁଜୁ ହୋଇଛି । ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ୫ଟି ଲେଖାଏଁ ଗଣଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ୪ଟି ଗଣଦୁଷ୍କର୍ମ ମାମଲା ନେଇ ଅଭିଯୋଗ ହୋଇଛି ।

୧୬୧ଜଣ ମହିଳାଙ୍କୁ ହତ୍ୟା କରାଯାଇଥିବାବେଳେ ୨୪ଜଣ ମହିଳାଙ୍କର ଯୌତୁକଜନିତକାରଣରୁ ଜୀବନ ଯାଇଛି। ରାଜ୍ୟରେ ମହିଳାଙ୍କ ଉପରେ ହୋଇଥିବା ହିଂସା ନେଇ ସୋମବାର ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ପ୍ରଦାନ କରିଛନ୍ତି। 

ବିଜେଡି ବିଧାୟକ ଅଧୀରାଜ ପାଣିଗ୍ରାହୀଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳାଙ୍କ ଉପ‌ରେ ହିଂସାର ମୋଟ ୯୨୪୮ଟି ମାମଲା ରୁଜୁ ହୋଇଛି । ଏହି ସମୟ ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ୬୩୮ଟି ମାମଲା ଏବଂ କଟକ ସହର ଓ ଗ୍ରାମୀଣ ଅଞ୍ଚଳରେ  ମୋଟ ୬୯୧ଟି ମମଲା ରୁଜୁ ହୋଇଛି ।

ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୪ଜଣ ମହିଳାଙ୍କୁ ହତ୍ୟା କରାଯାଇଥିବାବେଳେ ଭଦ୍ରକ ଓ କେନ୍ଦୁଝରରେ ୧୧ଜଣ ଲେଖାଏଁ, ଗଞ୍ଜାମରେ ୧୦ଜଣ ମହିଳାଙ୍କୁ ହତ୍ୟା କରାଯାଇଛି । ବାଲେଶ୍ୱରରେ ସର୍ବାଧିକ ୫ଜଣ ମହିଳା ଯୌତୁକଜନିତ ପ୍ରାଣ ହରାଇଛନ୍ତି । ଦୁଷ୍କର୍ମର ମୋଟ ୫୦୬ଟି ମାମଲା, ପୋସ୍କୋ ଆକ୍ଟ ସମେତ ନାବାଳିକା ଦୁଷ୍କର୍ମ ଘଟଣାର ମୋଟ ୭୬୯ଟି ମାମଲା ମଧ୍ୟ ରୁଜୁ ହୋଇଥିବା ମୁଖ୍ୟମନ୍ତ୍ରୀ  ସୂଚନା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ରାଇରଙ୍ଗପୁର-ତିରିଂ ୨୨୦ ନମ୍ବର ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା

ବିଧାନସଭାରେ ବିରୋଧୀ ବିଜେଡି ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବର ଆଲୋଚନାକୁ ଆରମ୍ଭ କରି ବିଜେଡି ବିଧାୟକ ବ୍ୟୋମକେଶ ରାୟ କହିଥିଲେ ଯେ, ଏହି ୫ମାସ ମଧ୍ୟରେ ରାଜ୍ୟରେ ଯେଭଳି ଅପରାଧ ବଢ଼ିଚାଲିଛି ସେଥିପାଇଁ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ।

ରାଜ୍ୟରେ ଘଟୁଥିବା ହିଂସା ଓ ଅପରାଧ ବିଜେପି ଦ୍ୱାରା ପ୍ରାୟୋଜିତ ଭାବେ ହେଉନାହିଁ ବୋଲି ସେ କହିଥିଲେ। କିନ୍ତୁ ଏହି ହିଂସା ଓ ଅପରାଧ କିଭଳି ନ ହେବ ସେଥିପାଇଁ ବିଜେପି ସରକାର କଠୋର ପଦକ୍ଷେପ ନେବା ଜରୁରୀ ବୋଲି ସେ ମତ ଦେଇଥିଲେ ।

ଅଧିକ ପଢ଼ନ୍ତୁ: ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ସରକାରଙ୍କ ଟାସ୍କ ଫୋର୍ସ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe