ଭୁବନେଶ୍ୱର: ଓଡ଼ିଶାରେ ବିଜେପି ସରକାର କ୍ଷମତାକୁ ଆସିବା ପରଠାରୁ ବିଭିନ୍ନ ଜିଲ୍ଲାରେ ୫୧ ଜଣ ବାଂଲାଦେଶୀ ନାଗରିକଙ୍କୁ ଚିହ୍ନଟ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ସୂଚନା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୪୯ ଜଣଙ୍କୁ ଆଇନଗତ ଔପଚାରିକତା ପୂରଣ ପରେ ବାଂଲାଦେଶ ପଠାଇ ଦିଆଯାଇଛି।

Advertisment

ଆହୁରି ପଢ଼ନ୍ତୁ:Human trafficking case: ୩୪୮ ଜଣ ୧୮ ବର୍ଷରୁ କମ୍ ବୟସ୍କଙ୍କୁ ମାନବ ଚାଲା‌ଣ କରାଯାଇଛି: ମୁଖ୍ୟମନ୍ତ୍ରୀ

ରାଜ୍ୟରୁ ତଡ଼ିଦିଆ ଯାଇଛି

ଭୋଗରାଇର ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ଦ୍ୱାରା ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି,,ବିତାଡିତ ବ୍ୟକ୍ତିମାନଙ୍କ ମଧ୍ୟରୁ ୨୪ ଜଣଙ୍କୁ ଖୋର୍ଦ୍ଧା ଜିଲ୍ଲା ସହରାଞ୍ଚଳ ପୁଲିସ ,୧୫ ଜଣଙ୍କୁ କଟକ ସହରାଞ୍ଚଳ ପୁଲିସ ଦ୍ବାରା ଚିହ୍ନଟ କରାଯାଇଥିଲା। ସେହିପରି , ଗଞ୍ଜାମରୁ ୬ ଜଣ, କନ୍ଧମାଳରୁ ୩ ଜଣ  ଏବଂ କୋରାପୁଟରୁ ଜ‌ଣଙ୍କୁ ଚିହ୍ନଟ କରାଯାଇଛି।

ଗଂଜାମ ଏବଂ କନ୍ଧମାଳର ଅନ୍ୟ ଦୁଇଜଣ  ଜଣେ ଲେଖାଏଁ  ଜାଲ କାଗଜପତ୍ର ବ୍ୟବହାର କରି ଜାଲିଆତି କରି ଭାରତୀୟ ପାସପୋର୍ଟ ହାସଲ କରିଥିବା ଜଣାପଡିଛି। ସେମାନଙ୍କ ବିରୋଧରେ ପୃଥକ ମାମଲା ରୁଜୁ କରାଯାଇଛି ଏବଂ ଉଭୟଙ୍କୁ କୋର୍ଟରେ ହାଜର କରାଯାଇଛି।

ଆହୁରି ପଢ଼ନ୍ତୁ:IAS-IPS-IFS Posts Vacant in Odisha: ରାଜ୍ୟରେ ଆଇଏଏସ୍, ଆଇପିଏସ୍ ଏବଂ ଆଇଏଫଏସ୍ ଅଧିକାରୀଙ୍କ ଅଭାବ: ବହୁ ପଦବୀ ଖାଲି

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅବୈଧ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଏକ ନିରନ୍ତର କାର୍ଯ୍ୟ ଏବଂ ଏହା ରାଜ୍ୟବ୍ୟାପୀ ନିୟମିତ ଭାବରେ କରାଯାଉଛି।