ଭୁବନେଶ୍ବର: ରାଜ୍ୟରେ ନୂଆ ସରକାର ଆସିବା ପରେ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ମୁତାବକ ବାଂଲାଦେଶୀ ଅନୁ‌ପ୍ରବେଶକାରୀଙ୍କୁ ଚିହ୍ନଟ, ଅଟକ ଏବଂ ଦେଶାନ୍ତରୀକରଣ ପାଇଁ ‘ସ୍ବତନ୍ତ୍ର କାର୍ଯ୍ୟବାହିନୀ’ ଗଠନ କରାଯାଇଛି। ସମସ୍ତ ଜିଲ୍ଲା ଆରକ୍ଷୀ ଅଧିକାରୀ (ଏସ୍‌ପି)ଙ୍କୁ ନିୟମିତ ଭାବେ ଯାଞ୍ଚ କରି ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨ଟି ରାଜ୍ୟସ୍ତରୀୟ ଓ ୧୮ଟି ଜିଲ୍ଲାସ୍ତରୀୟ ମୋଟ ୨୦ଟି ଅଟକ କେନ୍ଦ୍ର ଖୋଲାଯାଇଛି। ସେଠାରେ ଚିହ୍ନଟ ଅନୁପ୍ରବେଶକାରୀଙ୍କୁ ନିଜ ଦେଶକୁ ପଠାଇବା ପର୍ଯ୍ୟନ୍ତ ଅଟକ ରଖାଯାଉଛି। ଏହି ପ୍ରକ୍ରିୟାରେ ଏପର୍ଯ୍ୟନ୍ତ ୧୭୬୮ଜଣ ସନ୍ଦିଗ୍ଧଙ୍କୁ ଯାଞ୍ଚ କରାଯାଇ ୫୧ ଜଣଙ୍କୁ ଅବୈଧ ବାଂଲାଦେଶୀ ଅନୁପ୍ରବେଶକାରୀ ଭାବେ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୪୯ ଜଣଙ୍କୁ ବାଂଲାଦେଶ ପଠାଯାଇଛି। ଯେଉଁଥିରେ ଖୋର୍ଦ୍ଧା ଜିଲ୍ଲାରୁ ୨୪ ଜଣ, କଟକରୁ ୧୫ ଜଣ, ଗଞ୍ଜାମରୁ ୬ ଜଣ, କନ୍ଧମାଳରୁ ୩ ଜଣ ଏବଂ କୋରାପୁଟରୁ ଜଣେ ବାଂଲାଦେଶୀ ଅଛନ୍ତି। ଗଞ୍ଜାମ ଓ କନ୍ଧମାଳରୁ ଚିହ୍ନଟ ହୋଇଥିବା ୨ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଜାଲ ପାସ୍‌ପୋର୍ଟ ଧରାପଡ଼ିବା ପରେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି। ଏହାଛଡ଼ା ଆହୁରି ୫୦ ଜଣ ସନ୍ଦିଗ୍ଧଙ୍କ ପରିଚୟପତ୍ର ଯାଞ୍ଚ ଚାଲିଛି।

Advertisment

Missing return home: ୧୦ ବର୍ଷ ତଳେ ବାପା ଦାଦନ ଖଟିବାକୁ ତାମିଲନାଡୁ ଯାଇଥିବା ବେଳେ ନିଖୋଜ ଥିବା ଦୁଇ ଛୋଟ ପୁଅ ଝିଅଙ୍କ ସନ୍ଧାନ

ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଏସ୍‌ପିମାନେ ନିୟମିତ ବ୍ୟବଧାନରେ ଆଭାସୀ ମାଧ୍ୟମରେ ବୈଠକ କରୁଛନ୍ତି। ସେହିପରି କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ (ଆଇବି) ଏବଂ ସ୍ବତନ୍ତ୍ର ଶାଖାର ଜିଲ୍ଲା ୟୁନିଟ୍‌କୁ ମଧ୍ୟ ଏହି ଚିହ୍ନଟ ପ୍ରକ୍ରିୟାରେ ସାମିଲ କରାଯାଇଛି। ବାଂଲାଦେଶୀ ବ୍ୟବହାର କରୁଥିବା ବିକେଏସ୍‌ଏଚ୍‌, ନଗାଡ଼୍‌, ପ୍ରୋ‌ଥୋମ୍‌, ଏଏଲ୍‌ଓ, କୋଥା ଆଦି ଆପ୍ଲିକେସନ୍‌ ବ୍ୟବହାର କରି ସେମାନଙ୍କୁ ଚିହ୍ନଟ କରାଯାଉଛି। ଏହି ପ୍ରକ୍ରିୟାକୁ ଅଧିକ ତ୍ବରାନ୍ବିତ ଓ ତଦାରଖ କରିବା ପାଇଁ ଗୁଇନ୍ଦା ବିଭାଗର ବରିଷ୍ଠ ଅଧିକାରୀ ସମ୍ଭାବ୍ୟ ଜିଲ୍ଲାଗୁଡ଼ିକୁ ପରିଦର୍ଶନ କରୁଛନ୍ତି। ବିଧାନସଭାରେ ବାଲେଶ୍ବର ସଦର ବିଧାୟକ ମାନସ ଦତ୍ତଙ୍କ ଲିଖିତ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଉତ୍ତର ରଖିଛନ୍ତି। 

Devastating Flood, Death Toll Rises: ଶ୍ରୀଲଙ୍କା, ଇଣ୍ଡୋନେସିଆ, ଥାଇଲ୍ୟାଣ୍ଡରେ ପ୍ରକୃତିର ପ୍ରଳୟ: ବନ୍ୟା ନେଲାଣି ୧୦୦୦ ଜୀବନ, ନିଖୋଜଙ୍କ ସୀମା ନାହିଁ…