Kharif Mandi Photograph: (sambad.in)
ନବରଙ୍ଗପୁର: ସରକାର ଯେତେ ନିୟମ କରିଲେ ମଧ୍ୟ ମଣ୍ଡିରେ କଟନି ଛଟନି ହେବା ଚିରାଚରିତ ପ୍ରକ୍ରିୟା। ଏହାକୁ ସରକାର କିଏ ଭଗବାନ ଆସିଲେ ବି ବନ୍ଦ କରିପାରିବେ ନାହିଁ ବୋଲି କହୁଛନ୍ତି ଚାଷୀ ଓ ମିଲର୍ସ। ଜିଲ୍ଲାରେ ଗତ ୧୭ତାରିଖରୁ ମଣ୍ଡି ଆରମ୍ଭ ହୋଇଥିବା ବେଳେ ଆଜି ଯାଏଁ ୧୪୪ଚାଷୀଙ୍କ ଠାରୁ ୬୬୧୬କୁଇଣ୍ଟାଲ ଧାନ କିଣା ସରିଥିବା କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ଦେବାଶିଷ ମହାନ୍ତି।
ଜିଲ୍ଲାରେ ୯୫ହଜାର ହେକ୍ଟର ଜମିରେ ଖରିଫ ଧାନ ଚାଷ ହୋଇଛି। ୫୮ଟି ମଣ୍ଡିରେ ଧାନ ବିକ୍ରି କରିବାକୁ ଜିଲ୍ଲାର ୧୩ଟି କ୍ରୟକାରୀ ସଂସ୍ଥା ଲ୍ୟାମ୍ପରେ ୨୨ହଜାର ୨୨୧ଜଣ , ୪୪ଟି ଏସଏଚଜିରେ ୨୬ହଜାର ୫୧୬ଜଣ ଓ , ୨ଟି ପାଣି ପଂଚାୟତ ଜରିଆରେ ୨୧୮୨ଜଣ ଏଭଳି ୫୦ହଜାର ୯୧୯ଜଣ ଚାଷୀ ପଂଜିକରଣ କରିଥିଲେ ବୋଲି କହିଛନ୍ତି ସିଏସଓ। ତେବେ ଧାନ ଜମିର ପ୍ଲଟ ଯାଂଚ ଚାଳିଥିବାରୁ ଏଯାଏଁ ଧାନ ବିକ୍ରୀ କରିବାକୁ ୪୦୧୭୯ ଯୋଗ୍ୟଚାଷୀ।
ଆହୁରି ପଢ଼ନ୍ତୁ:Naxals Reveal Their Presence: ପୁଲିସ ଇନଫର୍ମର ଦର୍ଶାଇ ଆତ୍ମସମର୍ପଣ କରିଥିବା ନକ୍ସଲକୁ ହତ୍ୟା
ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ୧୪ଲକ୍ଷ ୮୮ହଜାର କୁଇଣ୍ଟାଲ ଧାନ କିଣାଯିବ। ଧାନ ନେଇ ଚାଉଳ ଦେବାକୁ ଥିବା ଜିଲ୍ଲାର ୮୨ଟି ମିଲର୍ସଙ୍କ ମଧ୍ୟରୁ ୭୦ଟି ମିଲର୍ସଙ୍କ ସହ ଜିଲ୍ଲା ଯୋଗାଣ ବିଭାଗର ଚୁକ୍ତିନାମା ହୋଇଛି। ୯୦ପ୍ରତିଶତ ଧାନ କିଣା ପ୍ରକ୍ରିୟା ସଜଡ଼ା ଯାଇଛି। ମଙ୍ଗଳବାର ଠାରୁ ସମ୍ପୁର୍ଣ୍ଣ ରୁପେ ସ୍ବାଭାବିକା ଭାବେ ଧାନ କିଣା ହୋଇପାରିବ ବୋଲି କହିଛନ୍ତି ସିଏସଓ। ଦୀର୍ଘ ଦିନ ହେବ ଧାନ କାଟି ବହୁ ଚାଷୀ ଧାନ ମଳି ଘରେ ଜମା କରି ରଖିଥିଲେ। ଆଉ କିଛି ଚାଷୀ ଏବେ ଯୁଦ୍ଧକାଳୀନ ଭିତ୍ତିରେ ଧାନ ମଳାଇ ବସ୍ତାରେ ଭରି ମଣ୍ଡିକୁ ଆଣିବାରେ ଲାଗିଛନ୍ତି।
ଅଯଥା ବିବାଦରେ ପଡ଼ି ସମୟ ନଷ୍ଟ
ଆଜି ଜିଲ୍ଲାରେ ହୋଇଥିବା ସବୁ ମଣ୍ଡିରେ କଟନିଛଟନିକୁ ନେଇ ବିବାଦ ଦେଖା ଦେଇଥିଲା। କିଛି ମଣ୍ଡିରେ ଚାଷୀ ଅଯଥା ବିବାଦରେ ପଡ଼ି ସମୟ ନଷ୍ଟ କରି ମଣ୍ଡିରେ ଥଣ୍ଡା କାକରରେ ପଡି ରହି ଶେଷକୁ ମିଲର୍ସ ଓ ମଧ୍ୟସ୍ଥଙ୍କ କଥା ମାନି ଧାନ କଟନିଛଟନିରେ ଦେବାକୁ ପଡୁଛି।
ଆହୁରି ପଢ଼ନ୍ତୁ:Maidalpur: ଅବକାରୀ ବିଭାଗର ଚଢ଼ାଉ, ଦେଶୀ ମଦ ଓ ପୋଚ ଜବତ
ତେଣୁ ସେ ସବୁ ହେବା ପୂର୍ବରୁ ହିଁ ମିଲର୍ସ ୩କିଲୋ କଟନି ଛଟନିରେ ଅଡି ବସିଥିବା ବେଳେ ଚାଷୀମାନେ ସାଢ଼େ ୨କିଲୋ ଦେବାକୁ ରାଜି ଥିଲେ। ତେବେ ରିପୋର୍ଟ ଲେଖା ହେବା ବେଳେ ଆଜି ନବରଙ୍ଗପୁର ମଣ୍ଡିରେ ୩କିଲୋ ଲେଖାଏଁ ଧାନ ଦେଇଥିବା ସୂଚନା ମିଳିଛି। ତେବେ ରାଇଘର ବ୍ଲକ ସହ ଅନ୍ୟ କିଛି ବ୍ଲକରେ ଧାନ ଉଠିନଥିବା ସୂଚନା ମିଳିଛି।
Follow Us