8 labourers including two children rescued Photograph: (sambad.in)
ଧଣ୍ଡାମୁଣ୍ଡା: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଖପ୍ରାଖୋଲ ପେଟ୍ରୋଲ ପମ୍ପ୍ ନିକଟରେ ଖପ୍ରାଖୋଲ ପୁଲିସ ସୋମବାର ମଧ୍ୟାହ୍ନରେ ଚଢାଉ କରି ଏକ ବୋଲେରୋ ଗାଡ଼ିରେ ବେଆଇନ ଭାବେ ଚାଲାଣ ହେଉଥିବା ଦୁଇ ଶିଶୁ ସହିତ ୮ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବା ଜଣାଯାଇଛି।
ମଧ୍ୟସ୍ଥି ନୂଆପଡ଼ା ଜିଲ୍ଲା ବାସିନ୍ଦା
ସୂଚନା ଅନୁସାରେ ଉଦ୍ଧାର ଦାଦନ ଶ୍ରମିକ ବରଗଡ ଜିଲ୍ଲା ପାଇକମାଳ ଥାନା ଅଂଚଳର ହୋଇଥିବା ପୁଲିସ ସୂଚନା ଦେଇଛି। ବେଆଇନ ଦାଦନ ଚାଲାଣ କରୁଥିବା ମଧ୍ୟସ୍ଥି ନୂଆପଡ଼ା ଜିଲ୍ଲା କୋମନା ଥାନା ସୁକୁଲିମୁଣ୍ଡି ଗାଁର ଘନଶ୍ୟାମ ଶବର (୪୨) ଓ ବୋଲେରୋ ଗାଡ଼ି ଡ୍ରାଇଭର ତ୍ୱାସିର ମହମ୍ମଦ (୨୫)ଙ୍କୁ ଗିରଫ କରିଥିବା ଜଣାଯାଇଛି।
ଖପ୍ରାଖୋଲ ପୁଲିସକୁ ସଫଳତା
ଆହୁରି ପଢ଼ନ୍ତୁ:Misbehavior of Sub-Collector: ବ୍ୟବହାରିକ ଜ୍ଞାନ ଭୁଲିଗଲେ କରଞ୍ଜିଆ ଉପଜିଲ୍ଲାପାଳ: ନିଃସର୍ତ୍ତ କ୍ଷମା ମାଗିବାକୁ ଦାବି
ଏନେଇ ଖପ୍ରାଖୋଲ ଥାନାରେ କେସ ନମ୍ବର ୨୬୮/୨୫ ରେ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା ବେଳେ ଉଦ୍ଧାର ଶ୍ରମିକଙ୍କୁ ନିଜ ଗାଁକୁ ପଠା ଯାଇଥିବା ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତର ସୂଚନା ଦେଇଛନ୍ତି।
ଆହୁରି ପଢ଼ନ୍ତୁ:Delhi Blast: ଲାଲକିଲ୍ଲା ବିସ୍ଫୋରଣ ପଛରେ ଆରଏସଏସ, କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ
Follow Us