କଟକ: କଟକ ପ୍ରତାପନଗରୀ ଅଞ୍ଚଳର ଏକ ଘରୋଇ ହସ୍ପିଟାଲରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ପୁତ୍ର ସନ୍ତାନ ଜନ୍ମ କରିଛନ୍ତି। ସ୍କୁଲରୁ ଫେରିବା ରାସ୍ତାରେ ଦୁଷ୍କର୍ମର ଶିକାର ହୋଇଥିବା ଏହି ନାବାଳିକା ଗର୍ଭବତୀ ହୋଇଥିଲେ। ତେବେ ଏ ସମ୍ପର୍କରେ ସିଡବ୍ଲ୍ୟୁସି ଜାଣିବା ପରେ ପୁଲିସ ସହାୟତାରେ ହସ୍ପିଟାଲରେ ଚଢ଼ଉ କରି ଉଭୟ ମା’ ଓ ଛୁଆଙ୍କୁ ଉଦ୍ଧାର କରିଛି। ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତନାଘନା ଚଳାଇଛି।
Congress: ସୋନିଆ, ରାହୁଲ ଗାନ୍ଧୀଙ୍କ ବିରୋଧରେ ଇଡିର କାର୍ଯ୍ୟଧାରା ସଂପୂର୍ଣ୍ଣ ଅବୈଧ: କଂଗ୍ରେସ
କଟକ ଜିଲ୍ଲା ମାଣିଆବନ୍ଧ ଥାନା ଅନ୍ତର୍ଗତ ଖୁଣ୍ଟକଟା ଅଞ୍ଚଳର ଜଣେ ଦଶମ ଶ୍ରେଣୀର ଛାତ୍ରୀ(୧୪) ଗଲା କିଛି ମାସ ତଳେ ସ୍କୁଲରୁ ସାଇକଲ୍ରେ ଘରକୁ ଫେରୁଥିବା ବେଳେ ରେଙ୍ଗାଲି ପୋଲ ନିକଟରେ ଦୁଇଜଣ ବ୍ୟକ୍ତି ତାଙ୍କୁ ଟେକି ନେଇଥିଲେ। ପୋଲ ତଳେ ତାଙ୍କ ସହିତ ଜଣେ ଦୁଷ୍କର୍ମ କରିଥିଲା। ନାବାଳିକା ଜଣକ ଭୟରେ ଏ ସମ୍ପର୍କରେ ପରିବାର ଲୋକଙ୍କୁ କହିନଥିଲେ। ପରବର୍ତ୍ତୀ ସମୟରେ ନାବାଳିକା ଗର୍ଭବତୀ ହୋଇଥିଲେ।
ସିଡବ୍ଲ୍ୟୁସିର ହସ୍ତକ୍ଷେପ ପରେ ମାମଲା ରୁଜୁ
ହସ୍ପିଟାଲରେ ଚଢ଼ଉ, ଗୁରୁତର ଶିଶୁ ଶିଶୁଭବନରେ ଭର୍ତ୍ତି
ଏ ସମ୍ପର୍କରେ ପରିବାର ଲୋକେ ଜାଣିବା ପରେ କଟକ ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଗତ ନଭେମ୍ବର ୧୫ରେ ଚିକିତ୍ସା କରାଇଥିଲେ। ଅଲଟ୍ରାସାଉଣ୍ଡ ପରେ ନାବାଳିକା ଜଣକ ଗର୍ଭବତୀ ଥିବା ଡାକ୍ତର ନିଶ୍ଚିତ କରିଥିଲେ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚଳିତ ମାସ ୧୪ ତାରିଖ ରାତି ପ୍ରାୟ ୨ଟା ୪୦ରେ ସେହି ଡାକ୍ତରଖାନାରେ ନାବାଳିକା ଭର୍ତ୍ତି ହୋଇଥିଲେ। ଭୋର ସମୟରେ ସେ ଏକ ପୁତ୍ରସନ୍ତାନ ଜନ୍ମ କରିଥିଲେ। ଏ ସମ୍ପର୍କରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି(ସିଡବ୍ଲ୍ୟୁସି) ବିଶ୍ବସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲା।
Elephant: ଦନ୍ତା ଆକ୍ରମଣରେ ଗୋଟିଏ ଗାଈ ମୃତ, ୩ ଆହତ
ସିଡବ୍ଲ୍ୟୁସିର ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନର ଏକ ସ୍ବତନ୍ତ୍ର ଟିମ୍ ଓ ସଦର ଥାନା ପୁଲିସ ଉକ୍ତ ହସ୍ପିଟାଲରେ ଚଢ଼ଉ କରିଥିଲା। ଉଭୟ ନାବାଳିକା ଓ ତାଙ୍କ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ଗୁରୁତର ଅବସ୍ଥାରେ ଥିବା ଶିଶୁପୁତ୍ରକୁ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଛି। ପୀଡ଼ିତାଙ୍କ ବୟାନ ରେକର୍ଡ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲା। ବସୁନ୍ଧରା ମୁକ୍ତାଶ୍ରୟ କେନ୍ଦ୍ରରେ ପୀଡ଼ିତାଙ୍କୁ ଥଇଥାନ କରାଯାଇଛି। ଶିଶୁଭବନରେ ଶିଶୁପୁତ୍ର ସୁରକ୍ଷା ଦାୟିତ୍ବରେ ବସୁନ୍ଧରା ପକ୍ଷରୁ ଜଣେ ଆଟେଣ୍ଡାଣ୍ଟଙ୍କୁ ନିଯୁକ୍ତ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/19/cwc-2025-12-19-02-06-57.jpg)