ଯେଉଁ ଗାଁକୁ ପକ୍କା ସଡ଼କ ନାହିଁ, ସେହି ଗାଁରେ ସୁନ୍ଦର ସ୍ୱାଦିଷ୍ଟ ଷ୍ଟ୍ରବେରି ଚାଷ

କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଗ୍ରେସିଙ୍ଗିଆ ପଞ୍ଚାୟତର ଏମିତି ଏକ ଗାଁ ଅଛି ଯାହା ପଞ୍ଚାୟତର ୧ ନମ୍ବର ୱାର୍ଡ଼। ଯେଉଁ ଗାଁକୁ ନାହିଁ ପକ୍କା ସଡ଼କ। ସେହି ଗାଁରେ ଏବେ ଷ୍ଟ୍ରବେରି ଚାଷ ହେଉଥିବା ଦେଖିବାକୁ ମିଳିଛି...

A village with no paved roads, a beautiful and delicious strawberry farm

A village with no paved roads, a beautiful and delicious strawberry farm Photograph: (sambad.in)

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଗ୍ରେସିଙ୍ଗିଆ ପଞ୍ଚାୟତର ଏମିତି ଏକ ଗାଁ ଅଛି ଯାହା ପଞ୍ଚାୟତର ୧ ନମ୍ବର ୱାର୍ଡ଼। ଯେଉଁ ଗାଁକୁ ନାହିଁ ପକ୍କା ସଡ଼କ। ସେହି ଗାଁରେ ଏବେ ଷ୍ଟ୍ରବେରି ଚାଷ ହେଉଥିବା ଦେଖିବାକୁ ମିଳିଛି।

ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ଜନସଂଖ୍ୟା ଆଧାରରେ ପକ୍କା ସଡ଼କ ନିର୍ମାଣ ପାଇଁ ଅଯୋଗ୍ୟ ଘୋଷଣା କରି ସର୍ଭେ ପରେ ଗ୍ରାମବାସୀଙ୍କ ଜୀବନର ମୂଲ୍ୟ ନ ବୁଝିପାରି ରାସ୍ତା ନିର୍ମାଣ କରିବାକୁ ମନାକଲେ ସେଠି ରହୁଥିବା ଜନସାଧାରଣଙ୍କ ପାଇଁ ଆମ୍ବୁଲାନ୍ସ ସେବା ମଧ୍ଯ ଉପଲବ୍ଧ ଅଛି ବୋଲି ବୁଝିଲେ ନାହିଁ।

ସେହି ସୁଗାମାହା ଗ୍ରାମରେ ଚାଷୀ ଏବେ ଷ୍ଟ୍ରବେରି ଚାଷ କରୁଥିବା ଦେଖିବାକୁ ମିଳିଛି। ଏକର ଏକର ଜମିରେ ଉଦ୍ୟାନ ବିଭାଗ ତରଫରୁ ପ୍ରୋତ୍ସାହନ ପାଇ ଷ୍ଟ୍ରବେରି ଚାଷ କରୁଛନ୍ତି ଚାଷୀ ପ୍ରଭଞ୍ଜନ କୁମାର ପ୍ରଧାନ। କିନ୍ତୁ ସେଥିରେ ମଧ୍ଯ ସମସ୍ୟା ଦେଖାଦେଇଛି। ସରକାରଙ୍କ ତରଫରୁ ସେଇ ଗାଁ ଚାଷ ଜମିକୁ ଜଳ ସେଚନ ବ୍ୟବସ୍ଥା ନଥିବାରୁ ବହୁ ଦୂରରୁ ପାଣି ଆଣି ଜମିରେ ସେଚନ କରାଯାଉଥିବା କହିଛନ୍ତି ଚାଷୀ।

ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୨୦ ହଜାର ଷ୍ଟ୍ରବେରି ଗଛ ଲଗାଯାଇଛି ଆସନ୍ତା ଦିନମାନଙ୍କରେ ପୁଣି ଆଉ ଅଧିକ ଷ୍ଟ୍ରବେରି ଗଛ ଲଗାଯିବ ବୋଲି ଚାଷୀ କହିଛନ୍ତି।ଚାଷୀମାନଙ୍କ ପାଖରେ ଜମି ରହିଥିବା ବେଳେ ଜଳ ସେଚନ ସମସ୍ୟା ଯୋଗୁ ଚାଷୀ ନିଜ ଜମି ପଡ଼ିଆ ପକାଇ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି।

ଚାଷୀଙ୍କ କହିବା ଅନୁସାରେ ସୁଗାମାହା ଗ୍ରାମର ଆଖ ପାଖ ଅଞ୍ଚଳରେ ଥିବା ଚାଷ ଜମି ଗୁଡ଼ିକ ୩ଟି ମୌଜା ଚାଷୀଙ୍କର ରହିଛି। ସେଠାରେ ଥିବା ମୁଣ୍ଡା କୁଟୀ ନାମକ ସ୍ଥାନରେ ବାର ମାସ ଝରୁଥିବା ପାଣି ସୁଖେ ନାହିଁ କି ଉକ୍ତ ପାଣିକୁ ସଞ୍ଚୟ କରି ହୁଏ ନାହିଁ। ପାହାଡ଼ ଘେରା ଅ଼ଞ୍ଚଳରେ ବର୍ଷା ହେଲେ ବର୍ଷା ପାଣି ଓ ଝରଣା ପାଣିକୁ ସଞ୍ଚୟ କରି ରଖିବା ପାଇଁ କୌଣସି ଚେକ୍ ଡ୍ୟାମ ନାହିଁ। ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ପାଣି ସଞ୍ଚୟ ପାଇଁ କିଛି ବ୍ୟବସ୍ଥା କରାଯାଇଥିଲା କିନ୍ତୁ ତାହା ବର୍ଷା ଦିନେ ପାହାଡ଼ ପାଣି ଧୋଇ ଦେଲା।

ଅଧିକ ପଢ଼ନ୍ତୁ: ମେଡିକାଲ ଏବଂ ସ୍ବାସ୍ଥ୍ୟ ସେବା ନିୟମାବଳୀ ୨୦୧୭ର ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ

କ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ ଉକ୍ତ ମୁଣ୍ଡା କୁଟୀ ସ୍ଥାନରେ ବୃହତ ଚେକ୍ ଡ୍ୟାମ ନିର୍ମାଣ କରାଗଲେ ୩ ମୌଜାର ଚାଷୀଙ୍କ ଜଳସେଚନ ସମସ୍ୟା ଦୂର ହୋଇପାରିବ ବୋଲି ଏମ ଆଇ ବିଭାଗ ଅଧିକାରୀଙ୍କୁ ଡ୍ୟାମ ନିର୍ମାଣ ପାଇଁ ନିବେଦନ କରିଛନ୍ତି ଚାଷୀ। ଯାହା ଫଳରେ ଅଞ୍ଚଳରେ ଚାଷୀ ଚାଷ କରି ସ୍ୱାବଲମ୍ବୀ ହେବା ସହ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯିବେ ନାହିଁ।

ଅଧିକ ପଢ଼ନ୍ତୁ: ୨.୫ଇଞ୍ଚ ଭିତରକୁ ଛୁରୀ ଗଲା ପରେ ବି ଏତେ ଶୀଘ୍ର ସୁସ୍ଥ କେମିତି ହେଲେ ସୈଫ? ପ୍ରଶ୍ନ କଲେ ଶିବସେନା ନେତା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe