ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ମହିଳା ବିରୋଧୀ ଅପରାଧର ସଂଖ୍ୟା ଚିନ୍ତାଜନକ। ବିଶେଷ କରି ପ୍ରତ୍ୟେକ ବର୍ଷ ଜିଲ୍ଲାରେ ମହିଳା/ନାବାଳିକା ଅପହରଣ ମାମଲା ଶୀର୍ଷକୁ ଯାଉଛି। ଗଲା ୨ବର୍ଷ ମଧ୍ୟରେ ଜିଲ୍ଲାରେ ମୋଟ୍ ୩୭୬ ଗୋଟି ଅପହରଣ ଜନିତ ମାମଲା ରୁଜୁ ହୋଇଛି। ତନ୍ମଧ୍ୟରେ ୨୦୨୪ ମସିହାରେ ୧୯୪ ଗୋଟି ଓ ୨୦୨୫ ମସିହାରେ ୧୮୨ଟି ମାମଲା ରୁଜୁ ହୋଇଛି। ଆକଳନରେ, ପ୍ରତିମାସରେ ହାରାହାରି ୧୫ଟି ଅପହରଣ ଜନିତ ମାମଲା ଜିଲ୍ଲାରେ ରୁଜୁ ହେଉଛି। ଅର୍ଥାତ୍ ପ୍ରତି ୨ଦିନରେ ଜଣେ ମହିଳା କିମ୍ବା ନାବାଳିକା ଅପହରଣ ହେଉଛନ୍ତି।
ଏହି ଅପହରଣ ଭିତରେ ଅଧିକାଂଶ ମାମଲା ହୋଇଛି ନାବାଳିକା ଓ ବିଶେଷ କରି ପ୍ରେମ ବ୍ୟପାର ସମ୍ପର୍କିତ। ଜିଲ୍ଲା ଅପରାଧିକ କାର୍ଯ୍ୟକଳାପ ପରିସଂଖ୍ୟାନ (କ୍ରାଇମ୍ ରେକର୍ଡ ବ୍ୟୁରୋ)ର ତଥ୍ୟାନୁସାରେ, ଅପହରଣ ଭଳି ଜିଲ୍ଲାରେ ମହିଳା ଅତ୍ୟାଚାର କିଛି କମ୍ ନୁହେଁ। ୨୦୨୪ ମସିହା ଏହା ବାବଦକୁ ମୋଟ୍ ୫୮୧ଟି ମାମଲା ରୁଜୁ ହୋଇଥିଲା। ୨୦୨୫ ମସିହାରେ ତାହା ୪୯୭ ହୋଇଥିଲା। ଗଲା ୨ବର୍ଷ ମଧ୍ୟରେ ଜିଲ୍ଲାରେ ମହିଳା ଅତ୍ୟାଚାର ଜନିତ ମାମଲା ସଂଖ୍ୟା ୧୦୭୮ ହୋଇଛି। ହାରାହାରି ହିସାବରେ, ପ୍ରତି ମାସରେ ଜିଲ୍ଲାରେ ୪୪ଟି ମହିଳା ଅତ୍ୟାଚାରଜନିତ ମାମଲା ରୁଜୁ ହେଉଛି।
Stolen: ବନ୍ଧମୁଣ୍ଡାରେ ପୁଣି ମାତିଲେ ଚୋର ଗ୍ୟାଙ୍ଗ, ନେଇ ଗଲେ ୧୦୦ ମିଟର ତମ୍ବା ତାର
ଯୌନ ଉତ୍ପୀଡ଼ନ ଜନିତ ମାମଲା, ୨୦୨୪ରେ ୨୧ଗୋଟି ହୋଇଥିଲା। ଗଲା ବର୍ଷ ତାହା ୩୬ଗୋଟି ହୋଇଛି। ସର୍ବସାଧାରଣରେ ଟାହିଟାପରାକୁ ନେଇ ଜିଲ୍ଲା ପୁଲିସ ଭିନ୍ନ ମାମଲା ରୁଜୁ କରିଛି। ଏ ସମ୍ପର୍କିତ ମାମଲା ଗଲା ଦୁଇଟା ବର୍ଷ ମଧ୍ୟରେ ମୋଟ୍ ୧୫୧ଟି ହୋଇଛି। ୨୦୨୪ମସିହାରେ ୮୮ଗୋଟି ମାମଲା ରୁଜୁ ହୋଇଥିଲା, ଗଲା ୨୦୨୫ ମସିହାରେ ଆଉ ୬୩ଗୋଟି ମାମଲା ରୁଜୁ କରାଯାଇଛି। ପ୍ରତି ମାସକୁ ଏ ପ୍ରକାର ହାରାହାରି ୬ଗୋଟି ମାମଲା ରୁଜୁ ହେଉଛି।
ଜିଲ୍ଲାରେ ଯୌତୁକ ଜନିତ ମାମଲାରେ ଦୁଇ ବର୍ଷରେ ୩୧୨ଟି ମାମଲା ରୁଜୁ ହୋଇଛି। ସେଥିରୁ ୨୦୨୪ ମସିହାରେ ୧୬୫ଗୋଟି ମାମଲା ଥିଲା, ୨୦୨୫ ମସିହାରେ ୧୪୭ ରହିଛି। ହାରାହାରି ହିସାବ କଲେ, ପ୍ରତି ମାସରେ ହାରାହାରି ୧୩ଗୋଟି ଯୌତୁକଜନିତ ମାମଲାରେ ଜିଲ୍ଲାର ମହିଳା ପୀଡ଼ିତ ଅଛନ୍ତି। ଅଣ-ଯୌତୁକ ଜନିତ ମାମଲା, ୨୦୨୪ମସିହାରେ ମୋଟ୍ ୧୩୭ଗୋଟି ଓ ୨୦୨୫ରେ ୧୩୧ଗୋଟି ରୁଜୁ ହୋଇଥିଲା। ହାରାହାରି ହିସାବ କଲେ, ପ୍ରତି ମାସରେ ୧୧ଜଣ ମହିଳା ଉପରୋକ୍ତ ଅପରାଧର ଶିକାର ହେଉଛନ୍ତି। ତେବେ ଅନୁଶୀଳନରେ, ୨୦୨୪ ମସିହା ଅପେକ୍ଷା ୨୦୨୫ମସିହାରେ ଉପରୋକ୍ତ ସବୁ ପ୍ରକାର ମହିଳା ଅପରାଧରେ ସାମାନ୍ୟ ତଳମୁହାଁ ହୋଇଛି।
Accident: ୪ଟି ଦୁର୍ଘଟଣାରେ ଜଣେ ମୃତ, ଦୁଇ ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/09/25/kidnapingddddxx-2025-09-25-01-36-54.jpg)