ABVP opens up on student's arrest for trying to save victim Photograph: (sambad.in)
ଭୁବନେଶ୍ବର: ବାଲେଶ୍ୱର ଏଫଏମ ସ୍ବୟଂଶାସିତ କଲେଜ ଛାତ୍ରୀ ପୋଡ଼ି ହୋଇ ନିଜ ଜୀବନ ନେବା ଘଟଣାରେ ତାଙ୍କୁ ବଞ୍ଚାଇବାର ପ୍ରୟାସ କରିଥିବା ଛାତ୍ରଙ୍କୁ ପୁଲିସ ଗିରଫ କରିବା ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏଭିବିପି) ମୁହଁ ଖୋଲିଛି। ଘଟଣାରେ ଏବିଭିପି ପକ୍ଷରୁ କଲେଜ ଏବଂ ପୁଲିସର ବିଫଳତା ରହିଥିବା ଦର୍ଶାଯାଇଛି। ପୀଡ଼ିତାଙ୍କୁ ରକ୍ଷା କରିଥିବା ସହପାଠୀମାନଙ୍କୁ ଦାୟୀ କରିବା ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି ଏବିଭିପି ପକ୍ଷରୁ କୁହାଯାଇଛି।
ଚରିତ୍ରକୁ ବଦନାମ କରୁଥିବା ରାଜନୈତିକ ତତ୍ତ୍ୱମାନଙ୍କୁ ସୁରକ୍ଷା ଦେବା କାର୍ଯ୍ୟ ଓଡ଼ିଶା ପୁଲିସ ବନ୍ଦ କରିବା ଉଚିତ୍ ବୋଲି ଏବିଭିପି ପକ୍ଷରୁ ପ୍ରକାଶିତ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି।
ଏବିଭିପିର ଜାତୀୟ ସାଧାରଣ ସମ୍ପାଦକ ଡକ୍ଟର ବୀରେନ୍ଦ୍ର ସିଂହ ସୋଲାଙ୍କି ଦାବି କରିଛନ୍ତି, ଏବିଭିପି ଏହି ସମ୍ପୂର୍ଣ୍ଣ ଘଟଣାର ଏକ ନିରପେକ୍ଷ ଏବଂ ବ୍ୟାପକ ତଦନ୍ତ ଚାହୁଁଛି। ତଦନ୍ତର କେନ୍ଦ୍ରବିନ୍ଦୁ କେବଳ ଘଟଣା ପର୍ଯ୍ୟନ୍ତ ସୀମିତ ନ ରହିବା ଉଚିତ୍ ବରଂ ଛାତ୍ରୀଙ୍କୁ ନିଜ ଜୀବନ ନେବା ଭଳି କଠୋର ପଦକ୍ଷେପ ନେବାକୁ ବାଧ୍ୟ କରିଥିବା ମାନସିକ ଏବଂ ସାଂଗଠନିକ କାରଣଗୁଡ଼ିକ ଉପରେ ରହିବା ଉଚିତ୍। ଚରିତ୍ର ହନନ ଏବଂ ମାନସିକ ନିର୍ଯାତନାର ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍। ଅଭିଯୁକ୍ତ ଯେକୌଣସି ପଦବୀ କିମ୍ବା ସଂଗଠନରେ ଥାଆନ୍ତୁ ନା କାହିଁକି, ଯାହା ଦ୍ୱାରା ପୀଡ଼ିତା ନ୍ୟାୟ ପାଇପାରିବେ ଏବଂ ଏପରି ଘଟଣାର ପୁନରାବୃତ୍ତିକୁ ରୋକାଯାଇପାରିବ।
ଏବିଭିପି ଓଡ଼ିଶା ପୂର୍ବ ରାଜ୍ୟ ରାଜ୍ୟ ସମ୍ପାଦକ ଦୀପ୍ତିମୟୀ ପ୍ରତିହାରୀ କହିଛନ୍ତି, ଏବିଭିପି ଏହି ମାମଲାରେ ପୁଲିସକୁ ପୂର୍ଣ୍ଣ ସହଯୋଗ କରିବାକୁ ପ୍ରସ୍ତୁତ, କିନ୍ତୁ ଯଦି ଏବିଭିପି କର୍ମୀମାନଙ୍କୁ ହଇରାଣ କରାଯାଏ ଏବଂ ନିର୍ଦ୍ଦୋଷଙ୍କୁ ଫସାଇବା ପାଇଁ ଚେଷ୍ଟା ଜାରି ରହେ, ତେବେ ବିଦ୍ୟାର୍ଥୀ ପରିଷଦ ଚୁପ୍ ରହିବ ନାହିଁ। ଏବିଭିପିକର୍ମୀମାନଙ୍କୁ ମାନସିକ ଏବଂ ଶାରୀରିକ ଭାବରେ ହଇରାଣ କରିବା ପାଇଁ ଓଡ଼ିଶା ପୁଲିସର ପ୍ରୟାସକୁ ଦୃଢ଼ ବିରୋଧ କରାଯିବ।
ଏବିଭିପି ସ୍ପଷ୍ଟ କରିଛି ଯେ, ପୀଡିତାଙ୍କ ନ୍ୟାୟ ପାଇଁ ଲଢ଼େଇ ଜାରି ରଖିବ, କିନ୍ତୁ ଯଦି ପୁଲିସ ଦଳୀୟ ମନୋଭାବ ଅବଲମ୍ବନ କରେ, ତେବେ ପରିଷଦ ଏହାକୁ କୌଣସି ପରିସ୍ଥିତିରେ ସହ୍ୟ କରିବ ନାହିଁ। ପୀଡିତାଙ୍କୁ ରକ୍ଷା କରିବାକୁ ଆଗକୁ ଆସିଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଯଦି ଏପରି ମାମଲାରେ, ସହପାଠୀମାନଙ୍କୁ ଅପରାଧୀ ବୋଲି କୁହାଯାଏ, ତେବେ ଭବିଷ୍ୟତରେ ପୀଡିତାଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସିବାକୁ ସହପାଠୀ ପଛାଇବେ ବୋଲି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି।
ଅଧିକ ପଢ଼ନ୍ତୁ: ୫ମ ଟେଷ୍ଟ : ରୋମାଞ୍ଚକର ମ୍ୟାଚରେ ଇଂଲଣ୍ଡକୁ ୬ ରନରେ ହରାଇଲା ଭାରତ, ସିରିଜ ଡ୍ର
Fakir Mohan College
Follow Us