କୋଇଡ଼ା/ବଡ଼ଗାଁ: ସୁନ୍ଦରଗଡ଼ କେ.ବଲାଙ୍ଗ ଥାନା ଚୁନାଘାଟିରେ ଗତକାଲି ରାତି ଦେଢ଼ଟାବେଳେ ଭୟଙ୍କର ଦୁର୍ଘଟଣା ଘଟିଛି। ଡିଭାଇଡର୍ ଡେଇଁ ଅପରପାର୍ଶ୍ବରେ ଯାଉଥିବା ଟ୍ରକ୍କୁ ମୁହାଁମୁହିଁ ଧକ୍କା ଦେଇଛି ହାଇୱା। ଦୁଇଗାଡ଼ିର କ୍ୟାବିନ୍ ଚୂର୍ମାର୍ ହୋଇ ଯାଇଥିବାବେଳେ ହାଇୱା ଚାଳକ ମାନସ ଲୋହାର (୨୬) ଓ ଟ୍ରକ୍ ଚାଳକ ସତୱନ୍ତ କୁମାର ଗୌତମ (୩୮)ଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଦୁଇ ଗାଡ଼ି ଜଳିଯାଇଛି। କେ.ବଲାଙ୍ଗ ପୁଲିସ ଓ କୋଇଡ଼ା ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କଲା ପରେ କ୍ୟାବିନ୍କୁ କଟର ଦ୍ବାରା କାଟି ଦୁଇ ମୃତ ଚାଳକଙ୍କୁ ବାହାର କରାଯାଇଥିଲା। ଦୁର୍ଘଟଣା ପରେ ରାସ୍ତାର ଉଭୟ ପାର୍ଶ୍ବରେ ଗାଡ଼ିର ଲମ୍ବା ଲାଇନ୍ ଲାଗିଥିଲା। ଦୁର୍ଘଟଣାଗ୍ରସ୍ତ ଗାଡ଼ି ହଟିବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା।
Aravali Case : ସୋମବାର ଆରାବଳୀ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ
କୋଇଡ଼ାରୁ ହାଇୱା (ଓଡି୦୯ପି-୩୦୭୧) ଘାଟିରେ ଗଡ଼ୁଥିବାବେଳେ ହଠାତ ବ୍ରେକ୍ ଫେଲ୍ ହୋଇଥିଲା। ହାଇୱା ଡିଭାଇଡର୍ ଡେଇଁ କୁନ୍ଦୁରୁପାଣି ଛକ ନିକଟରେ ଅପରପାର୍ଶ୍ୱରେ ବ୍ରଜରାଜନଗରରୁ ଆସୁଥିବା କୋଇଲା ବୋଝେଇ ଟ୍ରକ୍ (ଓଡି୨୩ଆର୍-୩୭୮୬)କୁ ଧକ୍କା ଦେଇଥିଲା। ସେହିପରି ବଡ଼ଗାଁ ଥାନା ଲ୍ୟାମ୍ପ୍ସ ଛକ ନିକଟରେ ଶନିବାର ମଧ୍ୟାହ୍ନରେ ଦୁର୍ଘଟଣା ଘଟି ସ୍କୁଟି ଚାଳକ ସାହାଜବାହାଲ ବନ୍ଧୁପଡ଼ାର ଆସିମ ବାର୍ଲା (୨୪)ଙ୍କର ମୃତ୍ୟୁ ହୋଇଛି। ସ୍କୁଟିରେ ଥିବା ତାଙ୍କ ସାଥୀ ଅନୁରାଗ ବାର୍ଲା (୨୪) ଆହତ ହୋଇଛନ୍ତି। ଉଭୟ ସ୍କୁଟିରେ ଯାଉଥିବାବେଳେ ଗୋଟିଏ ଗାଡ଼ିକୁ ଅତିକ୍ରମ କରିବା ସମୟରେ ଆଗରେ ଗାଡ଼ିଥିବା ଯୋଗୁ ବ୍ରେକ୍ ମାରିଥିଲେ। ଫଳରେ ପଛରୁ ଆସୁଥିବା ଗାଡ଼ି ସ୍କୁଟିକୁ ଧକ୍କା ଦେବାରୁ ଆସିମ ଓ ଅନୁରାଗ ଛିଟିକି ପଡ଼ିଥିଲେ। ଆସିମଙ୍କୁ ଗୁରୁତର ଅବସ୍ଥାରେ ପୁଲିସ ଉଦ୍ଧାର କରି ବଡ଼ଗାଁ ଡାକ୍ତରଖାନା ନେଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ଅନୁସାରେ, ଏହି ଦୁଇଜଣ ଚେନ୍ନାଇରେ କାମ କରନ୍ତି। ଶନିବାର ସକାଳେ ଦୁହେଁ ଘରକୁ ଫେରିଥିଲେ। ବଡ଼ଗାଁକୁ ଖିଅର ହେବାକୁ ଆସିଥିଲାବେଳେ ଏହି ଦୁର୍ଘଟଣା ଘଟିଥିଲା।
Operation Sindoor : ହଁ ! ଆମେ ଯୁଦ୍ଧବିରତି ପାଇଁ ଭାରତକୁ ଅନୁରୋଧ କରିଥିଲୁ : ପାକ୍ ଉପ-ପ୍ରଧାନମନ୍ତ୍ରୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/28/fshsfhfsxvbbvbv-2025-12-28-00-06-21.jpg)