ପୁରୀ: ପୁରୀ ବଡ଼ଦାଣ୍ଡରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ୫ ବର୍ଷ ଶିଶୁର ମୃତ୍ୟୁ ଘଟିଛି। ଟିଉସନ୍ ସରିବା ପରେ ଜେଜେଙ୍କ ସହିତ ସ୍କୁଟିରେ ଯିବା ବେଳେ ଏକ ବୋଲେରୋ ଧକ୍କା ଦେବାରୁ ଶିଶୁଟିର ମୃତ୍ୟୁ ହୋଇଥିଲା। ଏଥିରେ ଜେଜେ ଓ ପଡ଼ିଶା ଘରର ଜଣେ ନାବାଳକ ମଧ୍ୟ ଗୁରୁତର ହୋଇଛନ୍ତି।
Paddy: କଟନି ଛଟନି ବିବାଦକୁ ନେଇ ମଣ୍ଡିରୁ ୨ରୁ ୩ଦିନ ପରେ ଉଠୁଛି ଧାନ
ଶୁକ୍ରବାର ପୂର୍ବାହ୍ଣ ପ୍ରାୟ ସାଢ଼େ ୧୦ଟା ବେଳେ କୁମୁଟି ସାହି ଭାଗବତ କ୍ଲବ୍ ନିକଟର ଶ୍ରେୟଶ ଦେ (୫ ବର୍ଷ)ଙ୍କୁ ତାଙ୍କ ଜେଜେ ନୀଳକଣ୍ଠ ଦେ (ଓଡି୧୩ଏକ୍ସ-୭୫୨୨) ସ୍କୁଟିରେ ବସାଇ ମାର୍କେଟ୍ ଛକ ଆଡ଼କୁ ଯାଉଥିଲେ। ତାଙ୍କ ସହିତ ପଡ଼ିଶା ଘରର ୧୦ ବର୍ଷର ନାବାଳକ ରାଜା ମଧ୍ୟ ସ୍କୁଟିରେ ବସିଥିଲେ। ଏହି ସମୟରେ ଡାକ୍ତରଖାନା ଛକରୁ ମାର୍କେଟ୍ ଛକକୁ ଯାଉଥିବା (ଓଡି୨୨ଏସି-୩୦୪୮) ବୋଲେରୋ ସ୍କୁଟିକୁ ପଛପଟୁ ଧକ୍କା ଦେଇ ତିନି ଜଣଙ୍କୁ ଘୋଷାଡ଼ି ନେଇଥିଲା। ଘଟଣାସ୍ଥଳରେ ଶ୍ରେୟସଙ୍କ ପ୍ରାଣବାୟୁ ଉଡ଼ିଯାଇଥିବା ବେଳେ ନୀଳକଣ୍ଠ ଓ ରାଜା ଗୁରୁତର ଆହତ ହୋଇଥିଲେ। ଏହି ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ବୋଲେରୋ ଚାଳକ ଭଦ୍ରକର ସଞ୍ଜୟ ନାଏକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ପୁଲିସ ଜିମା ଦେଇଥିଲେ।
୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Indian Railways: ମୁମ୍ବାଇରୁ ଅହମଦାବାଦକୁ ବୁଲେଟ୍ ଟ୍ରେନରେ ୧ ଘଣ୍ଟା ୫୮ ମିନିଟ୍ ସମୟ ଲାଗିବ: କେନ୍ଦ୍ରମନ୍ତ୍ରୀ
ମୃତ ଶ୍ରେୟସଙ୍କ ବାପା ନିରଞ୍ଜନ ଦେଙ୍କ ଅଭିଯୋଗ ଆଧାରରେ ପୁଲିସ ୪/୨୬ ନମ୍ବରରେ ଏକ ମାମଲା ରୁଜୁ କରିଛି। ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବାବେଳେ ପରିବାରବର୍ଗ ଶ୍ରେୟସଙ୍କ ଶବକୁ ଡାକ୍ତରଖାନା ଛକରେ ରଖି ରାସ୍ତାରୋକ କରିଥିଲେ। ଖବର ପାଇ ଏସ୍ପି ପ୍ରତୀକ ସିଂ, ତହସିଲଦାର ଅଭିଷେକ ଦାସଙ୍କ ସମେତ ବରିଷ୍ଠ ପଦାଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ। ମୃତ ଶିଶୁର ପରିବାରକୁ କ୍ଷତିପୂରଣ ଦାବି କରିଥିଲେ। ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ସେହିପରି ଜିଲ୍ଲା ରେଡ୍କ୍ରସ୍ ପାଣ୍ଠିରୁ ଶବ ସଂସ୍କାର ପାଇଁ ୩୦ ହଜାର ଟଙ୍କା ଓ ଆହତଙ୍କୁ ୨୦ ହଜାର ଟଙ୍କା ଦିଆଯାଇଥିବା ନେଇ ତହସିଲଦାର ଅଭିଷେକ ଦାସ ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/03/fsfhfshf-2026-01-03-01-58-38.jpg)