Advertisment

Accident: ଅଶୁଭ ଶୁକ୍ରବାର ! ସକାଳୁ ସକାଳୁ ଦୁର୍ଘଟଣା ନେଲାଣି ଏକାଧିକ ଜୀବନ...

Advertisment
New Project (1)

accident Photograph: (sambad.in)

ଭୁବନେଶ୍ବର: ସକାଳୁ ସକାଳୁ ବଡ଼ ଦୁର୍ଘଟଣା । ପିପିଲିରେ ଦୁର୍ଘଟଣା ନେଲା ୨ ଜୀବନ । ପିପିଲି ଦାଣ୍ଡମୁକୁନ୍ଦପୁର ନିକଟରେ ବାଇକକୁ ଧକ୍କା ଦେଲା ହାଇୱା । ଜାତୀୟ ରାଜପଥର ଚାଲିଗଲା ଦୁଇ ଜଣଙ୍କ ଜୀବନ । ଜଣେ ଗୁରୁତର ମେଡିକାଲରେ ଭର୍ତ୍ତି ।

WhatsApp Image 2026-03-06 at 09.06.09
pipili accident

ସେହିପରି ୧୬ ନଂ ଜାତୀୟ ରାଜପଥ ଚଣ୍ଡୀ ଢ଼ାବା ନିକଟ ଗୁଡ଼ିଢ଼ିପ ନିକଟରେ ବାଇକ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ । ମୃତକ ଜଣକର ପରିଚୟ ମିଳିପାରି ନାହିଁ । ମୃତକ ଜଣକ ସାଙ୍ଗରେ ରମ୍ଭା ନିକଟରୁ ବାରାହା ମାଂସ ନେଇ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ପଡ଼ିଛି ବଡ଼ ବଡ଼ ବାରାହା ମାଂସ ଖଣ୍ଡ । ଯୁବକ ଜଣକୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି ପରେ ମୃତ ଘୋଷଣା କରିଥିଲେ ଡାକ୍ତର । ଘଟଣାସ୍ଥଳରେ ଖଲ୍ଲିକୋଟ ପୁଲିସ୍ ଓ ଏନଏଚଆଇ ପେଟ୍ରୋଲିଂ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଯୁବକ ଜଣକ କେଉଁଠୁ ବାରାହା ମାଂସ ଆଣିଲେ ଓ କେଉଁଠିକୁ ନେଇ ଯାଇଥିଲେ ତାହା ସ୍ପଷ୍ଟ ହୋଇ ନାହିଁ । 

ଆହୁରି ପଢନ୍ତୁ- Wedding ceremony: କିମାଶ୍ଚର୍ଯ୍ୟମ୍‌: ବିବାହ ଉତ୍ସବରେ ମୃତ ପରିଜନ

ସେପଟେ ଓଲଟିଲା ପଥର ବୋଝେଇ ଟିପ୍ପର, ଚାଳକ ଗୁରୁତର । ନୀଳଗିରି ଥାନା ଅଧୀନ କେନ୍ଦୁଖୁଣ୍ଟା ଛକ ନିକଟରେ ଏଭଳି ଏକ ଦୁର୍ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଭୋର ପ୍ରାୟ ୪ ଟା ସମୟରେ ବେଆଇନ ଭାବରେ ପଥର ଚୋରା ଚାଲଣ କରୁଥିବା କାରଣରୁ ଗାଡିଟି ଦ୍ରୁତ ଗତିରେ ଯାଉଥିଲା । ଫଳରେ ଭାରସାମ୍ୟ ହରାଇ ଟିପ୍ପରଟି ରାସ୍ତା ପାର୍ଶ୍ବକୁ ଓଲଟି ପଡିଥିଲା । ଯେଉଁଥିରେ ଗାଡି ଚାଳକ ଜଣକ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନୀଳଗିରି ମେଡ଼ିକାଲକୁ ନେଇଛନ୍ତି ।

ଆହୁରି ପଢନ୍ତୁ-  Jagatpur: ଜଗତପୁର ନୂତନ ଶିଳ୍ପାଞ୍ଚଳ ଉନ୍ନତୀକରଣ ଦିଗହରା: ଧୂଳିରେ ଉଡ଼ିଗଲାଣି ୪୫ କୋଟି!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe