ବିଧାନସଭାରେ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ

Advertisment

ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ୧୨,୧୫୫ କୋଟି ୭୩ ଲକ୍ଷ ୫୧ ହଜାର ଟଙ୍କାର ପ୍ରଥମ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ବିଧାନସଭାରେ ପାରିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାରାଷ୍ଟ୍ର ଗ୍ରସ୍ତରେ ଥିବାରୁ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅତିରିକ୍ତ ବଜେଟ ଉପସ୍ଥାପନ କରିଥିଲେ ...

Updated On

ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ୧୨,୧୫୫ କୋଟି ୭୩ ଲକ୍ଷ ୫୧ ହଜାର ଟଙ୍କାର ପ୍ରଥମ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ବିଧାନସଭାରେ ପାରିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାରାଷ୍ଟ୍ର ଗ୍ରସ୍ତରେ ଥିବାରୁ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅତିରିକ୍ତ ବଜେଟ ଉପସ୍ଥାପନ କରିଥିଲେ ...

ଅଦ୍ୟତନ ହୋଇଛି
5amnnzpa

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ୧୨,୧୫୫ କୋଟି ୭୩ ଲକ୍ଷ ୫୧ ହଜାର ଟଙ୍କାର ପ୍ରଥମ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ବିଧାନସଭାରେ ପାରିତ ହୋଇଛି । ରାଜ୍ୟ ସରକାର ଏଥିରୁ ବିଭିନ୍ନ ଯୋଜନା ପାଇଁ ଅର୍ଥ ଖର୍ଚ୍ଚ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାରାଷ୍ଟ୍ର ଗ୍ରସ୍ତରେ ଥିବାରୁ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅତିରିକ୍ତ ବଜେଟ ଉପସ୍ଥାପନ କରିଥିଲେ । 

ରାଜ୍ୟରେ ମୁଣ୍ଡ ପିଛା ଋଣ ୨୦,୧୭୭ ଟଙ୍କା ରହିଛି। ମୁଣ୍ଡ ପିଛା ଋଣ ୨୫ ହଜାର, ୨୭ ଟଙ୍କାକୁ ବୃଦ୍ଧି ପାଇଥିବା ନେଇ ବିରୋଧୀଙ୍କ ପକ୍ଷରୁ ଯାହା କୁହାଯାଉଥିଲା ସେସବୁ ମିଥ୍ୟା ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ମୁଣ୍ଡ ପିଛା ଋଣ କମ୍ ରହିଛି । ଗତ ବର୍ଷ ଶେଷ ତୁଳନାରେ ଚଳିତ ବର୍ଷ ଅକ୍ଟୋବର ମାସରେ ରାଜ୍ୟରେ ମୁଣ୍ଡପିଛା ଋଣ କମିଥିବା ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି। 

ନିର୍ବାଚନ ମଣ୍ଡଳୀ ଅନୁଯାୟୀ ଆବଣ୍ଟନକୁ (ସିଡବ୍ଲ୍ୟୁଏ) ୧୪୨କୋଟି ଟଙ୍କା ଏହି ବଜେଟରେ ବରାଦ କରାଯାଇଛି । ପୂର୍ବରୁ ଏହା ସର୍ବାଧିକ ୨୮କୋଟି ଟଙ୍କା ରହିଥିଲା। ଏହା ଫଳରେ ରାଜ୍ୟର ବିଧାୟକମାନେ ନିଜ ନିଜର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଅତିରିକ୍ତ ପ୍ରାୟ ୧କୋଟି ଟଙ୍କା ଲେଖାଏଁ ଖର୍ଚ୍ଚ କରିପାରିବେ।

ଅଧିକ ପଢ଼ନ୍ତୁ: ପୁଣି ଫେରିବ ଶୀତ: ରବିବାର-ସୋମବାର ବର୍ଷା ସମ୍ଭାବନା

ସାଧାରଣ ନିର୍ବାଚନ ପାଇଁ ଲାଗିଥିବା ଆଦର୍ଶ ଆଚରଣ ବିଧି ଯୋଗୁ ବିଭିନ୍ନ ପ୍ରକଳ୍ପ ପାଇଁ ଟେଣ୍ଡର ହୋଇପାରି ନ ଥିଲା ।  ନିର୍ବାଚନ ପରେ ଏବେ ଟେଣ୍ଡର ହୋଇଛି ଓ ବିଭିନ୍ନ ପ୍ରକଳ୍ପ ବାବଦକୁ ଅର୍ଥ ଖର୍ଚ୍ଚ ବିଳମ୍ବ ହୋଇଥିବା ମନ୍ତ୍ରୀ କହିଛନ୍ତି। ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ପୂର୍ବ ସରକାରଙ୍କ ତୁଳନାରେ ଅଧିକ ଅର୍ଥ ଖର୍ଚ୍ଚ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।

ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ର, ମହିଳା ଓ ଶିଶୁ କଲ୍ୟାଣ, ଗୃହ ଓ ନଗର ଉନ୍ନୟନ କ୍ଷେତ୍ର, ପୁଞ୍ଜି ନିବେଶ, ନିରାପତ୍ତା, ଶିକ୍ଷା ଓ ଦକ୍ଷତା ବିକାଶ, ଆଦିବାସୀ ଓ ଜନଜାତି କଲ୍ୟାଣ, ଗ୍ରାମୀଣ ବିକାଶ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଓଡ଼ିଆ ଭାଷା ଓ ସଂସ୍କୃତି ଉପରେ ଗୁରୁତ୍ୱ ଦିଆଯାଇଛି ।

ଅଧିକ ପଢ଼ନ୍ତୁ: କନଷ୍ଟେବଳ ନିଯୁକ୍ତିରେ ବୟସ ସୀମା ୬ ବର୍ଷ କୋହଳ: ଓଡ଼ିଶା ହାଇକୋର୍ଟଙ୍କ ରାୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe