Advertisment

Advance : ସହିଦନଗରର ବିଳାସପୂର୍ଣ୍ଣ ଫ୍ଲାଟ୍‌ ପାଇଁ ଅଗ୍ରିମ କୋଟିଏ

Advertisment

କଟକ ସର୍କଲ୍‌ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ସମ୍ପତ୍ତି ଆକଳନ ଆହୁରି ସରିନାହିଁ। ଏଣେ ବାବୁଙ୍କ କଳା ସାମ୍ରାଜ୍ୟର ଯେତେ‌ ଖୋଳତାଡ଼ କରୁଛି, ଭିଜିଲାନ୍‌ସ ସେତିକି...

କଟକ ସର୍କଲ୍‌ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ସମ୍ପତ୍ତି ଆକଳନ ଆହୁରି ସରିନାହିଁ। ଏଣେ ବାବୁଙ୍କ କଳା ସାମ୍ରାଜ୍ୟର ଯେତେ‌ ଖୋଳତାଡ଼ କରୁଛି, ଭିଜିଲାନ୍‌ସ ସେତିକି...

Untitled-17

ଭୁବନେଶ୍ବର: କଟକ ସର୍କଲ୍‌ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ସମ୍ପତ୍ତି ଆକଳନ ଆହୁରି ସରିନାହିଁ। ଏଣେ ବାବୁଙ୍କ କଳା ସାମ୍ରାଜ୍ୟର ଯେତେ‌ ଖୋଳତାଡ଼ କରୁଛି, ଭିଜିଲାନ୍‌ସ ସେତିକି ଅଚଳାଚଳ ସମ୍ପତ୍ତିର ହିସାବ ମିଳୁଛି। ବାବୁ ସିନା ମଳିମୁଣ୍ଡିଆ ଭଳି ଚଳୁଥିଲେ, ହେଲେ ଅବସର ପରେ ବିଳାସପୂର୍ଣ୍ଣ ଜୀବନଯାପନ ପାଇଁ ସବୁ ଯୋଜନା କରି ରଖିଥିଲେ। ବାବୁଙ୍କ ଅବସରକୁ ଆଉ ଦୁଇ ବର୍ଷ ବାକି ଥିବାବେଳେ ଅବସର ପରେ ସହିଦନଗର ଅଞ୍ଚଳରେ ନିର୍ମାଣାଧୀନ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟର ଆଲିସାନ୍‌ ଫ୍ଲାଟ୍‌ରେ ସମୟ କାଟିଥାଆନ୍ତେ।

BMC: ବେଆଇନ ହୋର୍ଡିଂକୁ ପ୍ରଶ୍ରୟ ଦେଉଛି ବିଏମ୍‌ସି

ଏହି ଆପାର୍ଟମେଣ୍ଟରେ ବାବୁ ଗୋଟିଏ ସାଢ଼େ ୫କୋଟି ଟଙ୍କାର ଫ୍ଲାଟ୍‌ରେ ରହିବାକୁ ପସନ୍ଦ କରି ସବୁ ଯୋଜନା ସାରିଥିଲେ। ଏଥିପାଇଁ ବିଲ୍‌ଡର୍‌ ସଂସ୍ଥାକୁ ଅଗ୍ରୀମ କୋଟିଏ ଟଙ୍କା ଦେଇସାରିଥିଲେ, ଯାହାର ତଥ୍ୟ ଭିଜିଲାନ୍ସ ହାତରେ ଲାଗିଛି। ତଥ୍ୟ ହାତେଇବା ପରେ ଭିଜିଲାନ୍ସ ଟିମ୍‌ ଅଧିକ ଖୋଳତାଡ଼ ଚଳାଇଛି। ହେଲେ ଦେବବ୍ରତଙ୍କ ସମ୍ପତ୍ତି ତାଲିକା ଏ ଯାଏ ଚୂଡ଼ାନ୍ତ କରିପାରୁନି ଭିଜିଲାନସ୍‌। ତେଣୁ ତାଙ୍କୁ ୭ଦିନିଆ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରାଯାଇଛି। ଗତ ୨୪ ତାରିଖ ରାତିରେ  ଖଣି ଉପନିର୍ଦ୍ଦେଶକ ମହାନ୍ତି ଜଣେ କୋଇଲା ବ୍ୟବସାୟୀଙ୍କ ଠାରୁ ୩୦ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ମାଡ଼ିବସିଥିଲା। ପରେ ପଟିଆ, କଟକ, କନ୍ଧମାଳ ଓ ଭଦ୍ରକରେ ଚଢ଼ଉ କରି ଓଡ଼ିଶା ଭିଜିଲାନସ୍‌ ଇତିହାସରେ ସର୍ବାଧିକ ନଗଦ ୪.୨୮କୋଟି ଟଙ୍କା ଜବତ କରିଥିଲା।

2 members: ଲୁଟେରା ଗ୍ୟାଙ୍ଗ୍‌ର ୨ ଗିରଫ

 ସେହିପରି ୩୦୬ ଗ୍ରାମ ସୁନା ଓ ୬୦୦ ଗ୍ରାମ ରୁପା ଏବଂ ପାହାଳରେ ୨୪୦୦ ବର୍ଗଫୁଟରେ ନିର୍ମାଣାଧୀନ ଦୁଇ ମହଲା କୋଠା ଠାବ ହୋଇଥିଲା। ଠାବ ସମ୍ପତ୍ତି ୬କୋଟିରୁ ଊର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଉଥିଲା। ହେଲେ ବାବୁଙ୍କର ବ୍ୟାଙ୍କ ଜମା, ବୀମା, ବଣ୍ଡ୍‌, ମ୍ୟୁଚୁଆଲ୍‌ ଫଣ୍ଡ, ସେୟାରମାର୍କେଟ୍‌ ଆଦିରେ ପୁଞ୍ଜି ନିବେଶ ବି ରହିଛି। ସେ ସବୁର ହିସାବ ପାଇଁ ଏନ୍‌ଏସ୍‌ଡିଏଲ୍‌(ନ୍ୟାସନାଲ୍‌ ସିକ୍ୟୁରିଟି ଡିପୋଜିଟାରି ଲିମିଟେଡ୍‌) ଓ ସିଡିଏସ୍‌ଏଲ୍‌ (ସେଣ୍ଟ୍ରାଲ୍‌ ଡିପୋଜିଟାରି ସର୍ଭିସେସ୍‌ ଲିମିଟେଡ୍‌)କୁ ଚିଠି ଲେଖିଛି। ଏହାଛଡ଼ା ବାବୁଙ୍କର ଏସ୍‌ବିଆଇରେ ଥିବା ଏକ ଲକ୍‌ରକୁ ଠାବ କରାଯାଇଛି। ସେହିପରି କନ୍ଧମାଳରେ ମଧ୍ୟ ତାଙ୍କର କିଛି ସ୍ଥାବର ସମ୍ପତ୍ତି ଠାବ ହୋଇଛି। ପାହାଳରେ ଥିବା ଜମି ଓ ନିର୍ମାଣାଧୀନ ଘରର ହିସାବନିକାଶ ସରିନି। ଏହାଛଡ଼ା ଆହୁରି ଅଚଳାଚଳ ସ୍ଥାବର, ଅସ୍ଥାବର ସମ୍ପତ୍ତିର ସୂଚନା ଗୋଟେ ପରେ ଗୋଟେ ମିଳୁଛି। ଏଣୁ ପ୍ରକୃତରେ ମହାନ୍ତି ବାବୁଙ୍କ କଳାଧନର ଚୂଡ଼ାନ୍ତ ହିସାବ କେତେରେ ପହଞ୍ଚିବ ଭିଜିଲାନ୍ସ 
ବିଭାଗର ଆଖି ପାଉନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe