AI camera: ବନାଗ୍ନି ରୋକିବ ଏଆଇ କ୍ୟାମେରା: ୩୩୪ଟି ସୁରକ୍ଷା ଦଳ ନିୟୋଜିତ, ୫ହଜାର ଲିଫ୍‌ ବ୍ଲୋଅର ଓ ସାମଗ୍ରୀ ପ୍ରସ୍ତୁତ

Advertisment

ଓଡ଼ିଶାରେ ବନାଗ୍ନି  ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି। ପୂର୍ବବର୍ଷର ଅଭିଜ୍ଞତାକୁ ଆଧାର କରି ବନ ବିଭାଗ ଏବର୍ଷ ପାଇଁ ପାଇଁ ଅଗ୍ନି ନିର୍ବାପନ ପ୍ରସ୍ତୁତିକୁ ସୁଦୃଢ଼ କରିଛି।

ଓଡ଼ିଶାରେ ବନାଗ୍ନି  ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି। ପୂର୍ବବର୍ଷର ଅଭିଜ୍ଞତାକୁ ଆଧାର କରି ବନ ବିଭାଗ ଏବର୍ଷ ପାଇଁ ପାଇଁ ଅଗ୍ନି ନିର୍ବାପନ ପ୍ରସ୍ତୁତିକୁ ସୁଦୃଢ଼ କରିଛି।

fshfshfsxbvbv

ଭୁବନେଶ୍ବର: ଓଡ଼ିଶାରେ ବନାଗ୍ନି  ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି। ପୂର୍ବବର୍ଷର ଅଭିଜ୍ଞତାକୁ ଆଧାର କରି ବନ ବିଭାଗ ଏବର୍ଷ ପାଇଁ ପାଇଁ ଅଗ୍ନି ନିର୍ବାପନ ପ୍ରସ୍ତୁତିକୁ ସୁଦୃଢ଼ କରିଛି। ସମସ୍ତ ଜିଲ୍ଲାରେ ଜିଲ୍ଲା କାର୍ଯ୍ୟ ପରିକଳ୍ପନା ପ୍ରସ୍ତୁତ ହୋଇଛି ଏବଂ ବନାଗ୍ନି ପ୍ରବଣ ଅଞ୍ଚଳରେ ପ୍ରାୟ ୨୦,୪୬୧ କିମି ଲମ୍ବା ଅଗ୍ନିରୋଧକ ରେଖା ସୃଷ୍ଟି ଓ ରକ୍ଷଣାବେକ୍ଷଣ କରାଯାଇଛି। ଏଥିସହ ବିଭାଗ,‌ ରେଞ୍ଜ ଓ ବିଟ୍‌ ସ୍ତରରେ ୩୩୪ଟି ବନାଗ୍ନି ସୁରକ୍ଷା ଦଳ ନିଯୁକ୍ତ ହୋଇଛନ୍ତି। ଯେଉଁମାନେ କି ପ୍ରାୟ ୫ହଜାର ଲିଫ୍‌ ବ୍ଲୋଅର ଓ ଅଗ୍ନି ସୁରକ୍ଷା ସାମଗ୍ରୀ ସହ ପ୍ରସ୍ତୁତ ରହିଛନ୍ତି ବୋଲି ପିସିସିଏଫ୍‌ କେ ମୁରୁଗେସନ୍‌ କହିଛନ୍ତି।
ପିସିସିଏଫ୍‌ଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମୁରୁଗେସନ୍‌ କହିଲେ ପ୍ରାରମ୍ଭିକ ସତର୍କତା ଓ ପ୍ରତିକ୍ରିୟା ପ୍ରଣାଳୀକୁ କୃତ୍ରିମ ବୁଦ୍ଧିମତା(ଏଆଇ) କ୍ୟାମେରା ଓ ଡ୍ରୋନ୍‌ ବ୍ୟବହାର ମାଧ୍ୟମରେ ଅଧିକ ସୁଦୃଢ଼ ହୋଇଛି।

Electric: ବିଜୁଳି ଆଲୁଅରୁ ବଞ୍ଚିତ ଟିକରପଡ଼ାର ୨୦ ପରିବାର

ଶିମିଳିପାଳ ଓ ରାଉରକେଲା ବନଖଣ୍ଡରେ ଏଆଇ କ୍ୟାମେରା ନିୟୋଜନ ଦ୍ବାରା ୨୦୨୫ରେ ବନାଗ୍ନିକୁ ବହୁ ପରିମାଣରେ ନିୟନ୍ତ୍ରଣ କରାଯାଇଛି। ଓଡ଼ିଶାରେ ମାତ୍ର ୨୯,୭୦୯ଟି ବନାଗ୍ନି ଚିହ୍ନଟ ହୋଇଥିଲା। ଶୁଷ୍କ ପାଗ, ଶୁଷ୍କ ବାୟୋମାସର ସଞ୍ଚୟ ଓ ମାନବଜନିତ କାରଣ ପାଇଁ ବନାଗ୍ନିର ପ୍ରମୁଖ କାରଣ ଥିଲା। ତଥାପି ଉପଗ୍ରହ ଆଧାରିତ ବନାଗ୍ନି ସତର୍କତା ବ୍ୟବସ୍ଥା ମାଧ୍ୟମରେ ସଫଳତାର ସହ ମୁକାବିଲା କରାଯାଇଥିଲା। ଏବର୍ଷ ବନ ସୁରକ୍ଷା ସମିତି, ଇକୋ-ଡେଭଲପମେଣ୍ଟ କମିଟି ଓ ସ୍ଥାନୀୟ ସମୁଦାୟଙ୍କ ସକ୍ରିୟ ଅଂଶଗ୍ରହଣ ସୁନିଶ୍ଚିତ ହୋଇଛି। ପ୍ରାୟ ୩୩୬ଟି ଗାଁରେ ସଚେତନତା କାର୍ଯ୍ୟକ୍ରମ ସହ ୬୩୧ରୁ ଅଧିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବାକୁ ପରିକଳ୍ପନା କରାଯାଇଛି। ପ୍ରାୟ ୨୦୦ ଜଣ ଏନ୍‌ଡିଆରଏଫ୍‌ କର୍ମଚାରୀଙ୍କୁ ବନାଗ୍ନି ପ୍ରତିରୋଧ ଓ ନିୟନ୍ତ୍ରଣ ପାଇଁ ବିଶେଷ ପ୍ରଶିକ୍ଷଣ ଦିଆଯାଇଛି।

Scam: ଭଦ୍ରକ ଜିଲ୍ଲାରେ ହାଇମାଷ୍ଟ ଲାଇଟ ଲଗାରେ ଦୁର୍ନୀତିକୁ ନେଇ ତଦନ୍ତ ବାଟବଣା

ବିଭାଗ ପକ୍ଷରୁ ସାଧାରଣ ଜନତା, ବନ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଅଗ୍ନି ପ୍ରଜ୍ବଳନ ନ କରିବାକୁ ଅନୁରୋଧ କରାଯାଉଛି ବୋଲି ସେ କହିଥିଲେ। ଅସାବଧାନ କିମ୍ବା ଅବହେଳାଜନିତ ଅଗ୍ନି ବ୍ୟବହାର ବନ ଓ ବନପ୍ରାଣୀ ପାଇଁ ଗୁରୁତର ଓ ଅପରିବର୍ତ୍ତନୀୟ କ୍ଷତି ସୃଷ୍ଟି କରିପାରେ। ତେଣୁ ବନାଗ୍ନି ନଜରକୁ ଆସିବା କ୍ଷଣି ଟୋଲ୍‌ ଫି ନମ୍ବର ୧୮୦୦-୩୪୫୭୧୫୮ ମାଧ୍ୟମରେ ଜଣାଇବାକୁ ଶ୍ରୀ ମୁରୁଗେସନ୍‌ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସିଏଫ୍‌ କାର୍ତ୍ତିକ ଭି ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe