ସର୍ବନିମ୍ନ ମଜୁରି ନେଇ ଅଖିଳ ଭାରତ ଟ୍ରେଡ ୟୁନିୟନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଅଖିଳ ଭାରତ ଟ୍ରେଡ ୟୁନିୟନ ପକ୍ଷରୁ ସର୍ବନିମ୍ନ ମଜୁରି ପ୍ରଦାନ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଭିନ୍ନ ସଂଗଠନ ପକ୍ଷରୁ ଶତାଧିକ ମହିଳା ପୁରୁଷ ଏକତ୍ରିତ ହୋଇ ସ୍ଥାନୀୟ ବସଷ୍ଟାଣ୍ଡ ଠାରୁ ରାଲିରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ...

All India trade union protest against minimum wage

All India trade union protest against minimum wage Photograph: (sambad.in)

ମାଲକାନଗିରି: ଅଖିଳ ଭାରତ ଟ୍ରେଡ ୟୁନିୟନ ପକ୍ଷରୁ ସର୍ବନିମ୍ନ ମଜୁରି ପ୍ରଦାନ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଭିନ୍ନ ସଂଗଠନ ପକ୍ଷରୁ ଶତାଧିକ ମହିଳା ପୁରୁଷ ଏକତ୍ରିତ ହୋଇ ସ୍ଥାନୀୟ ବସଷ୍ଟାଣ୍ଡ  ଠାରୁ ରାଲିରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ।

ପରେ ମୁଖ୍ୟ ଶାସନ ସଚିବଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଜଣେ ଶ୍ରମିକ ନିମନ୍ତେ ଆଇନ ସମ୍ମତ ସର୍ବନିମ୍ନ ମଜୁରି ପ୍ରଦାନ ଏକ ବଡ ପ୍ରଶ୍ନ।

ପ୍ରତିଦିନ ଦରଦାମ ହୁ ହୁ ହୋଇ ବଢୁଥିବା ବେଳେ ମଜୁରି କିନ୍ତୁ ସେହି ଅନୁପାତରେ ବଢୁନାହିଁ। ଯାହାଫଳରେ ସାଧାରଣ ଲୋକ, ଶ୍ରମିକ ଶ୍ରେଣୀର ଲୋକେ ଏବଂ ତାଙ୍କର ପରିବାର ଦୁର୍ଦ୍ଦିନରେ ଗତି କରୁଛନ୍ତି। 

ସର୍ବନିମ୍ନ ମଜୁରି ବୈଜ୍ଞାନିକ ପଦ୍ଧତିରେ ଏବଂ ଦେଶର ବୈଧାନିକ ବ୍ୟବସ୍ଥାର ନିୟମ ଅନୁସାରେ ଧାର୍ଯ୍ୟ କରିବା ଉଚିତ୍। ୪୫ତମ ଓ ୪୬ ତମ ଜାତୀୟ ଶ୍ରମ ସମ୍ମିଳନୀର ସୁପାରିଶ ଅନୁଯାୟୀ ଅଙ୍ଗନବାଡି,ଆଶା, ମଧ୍ୟାହ୍ନଭୋଜନ ପାଚିକା ତଥା ଅନ୍ୟ କର୍ମଚାରୀଙ୍କୁ ସ୍କିଲ୍ କର୍ମଚାରୀ ମାନ୍ୟତା ପ୍ରଦାନ କରାଯାଉ।

ଅଧିକ ପଢ଼ନ୍ତୁ: ପ୍ରେସର ବୋମା ବିସ୍ଫୋରଣ: ୨ ଜଣ ଯବାନ ଆହତ

ଗ୍ରାମପଞ୍ଚାୟତ କର୍ମଚାରୀ,ରାତ୍ରି ଜଗୁଆଳି,ଝାଡୁଦାର ଓ ପିଅନଙ୍କୁ ସର୍ବନିମ୍ନ ମଜୁରିର ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରାଯାଉ। ଏମଜିଏନଆରଜିଏସର ୨୦୨୫-୨୬ରେ ଅନୁଦାନ ବନ୍ଦ ହେବା ଫଳରେ ଉଦ୍ୟାନ ବିଭାଗର ବିଭିନ୍ନ ବ୍ଲକରେ ଛଟେଇ ହୋଇଥିବା ଉଦ୍ୟାନ ସାଥୀମାନଙ୍କୁ ଥଇଥାନ କରିବା ସହ ତୁରନ୍ତ ଅନୁଦାନ ପ୍ରଦାନ କରାଯାଉ ବୋଲି ଦାବି କରାଯାଇଛି।

ଅଧିକ ପଢ଼ନ୍ତୁ: ଖାଦ୍ୟ ଅନ୍ବେଷଣରେ ସହରରେ ପଶିଲା ଅଜଗର

 Malkangiri 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe