Advertisment

Road: ନିର୍ମାଣର ୬ମାସ ପୁରିନି, ରାସ୍ତାରୁ ଉଠିଗଲାଣି ପିଚୁ

Advertisment

ରାଜ୍ୟ ସରକାର ଅର୍ଥ ବ୍ୟୟ କରୁଛନ୍ତି ସାଧାରଣ ଲୋକଙ୍କ ଗମନାଗମନର ସୁବିଧା ପାଇଁ ରାସ୍ତା ନିର୍ମାଣ ହେଉ କି ମରାମତି।ତାର ଦାୟିତ୍ୱ ବିଭାଗୀୟ ଅଧିକାରୀଙ୍କ।ବାଡ଼ ଯଦି ଫସଲ ଖାଇବ ତାହାହେଲେ ଫସଲ ଜଗିବ କିଏ।

ରାଜ୍ୟ ସରକାର ଅର୍ଥ ବ୍ୟୟ କରୁଛନ୍ତି ସାଧାରଣ ଲୋକଙ୍କ ଗମନାଗମନର ସୁବିଧା ପାଇଁ ରାସ୍ତା ନିର୍ମାଣ ହେଉ କି ମରାମତି।ତାର ଦାୟିତ୍ୱ ବିଭାଗୀୟ ଅଧିକାରୀଙ୍କ।ବାଡ଼ ଯଦି ଫସଲ ଖାଇବ ତାହାହେଲେ ଫସଲ ଜଗିବ କିଏ।

k

ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ରାଜ୍ୟ ସରକାର ଅର୍ଥ ବ୍ୟୟ କରୁଛନ୍ତି ସାଧାରଣ ଲୋକଙ୍କ ଗମନାଗମନର ସୁବିଧା ପାଇଁ ରାସ୍ତା ନିର୍ମାଣ ହେଉ କି ମରାମତି। ତାର ଦାୟିତ୍ୱ ବିଭାଗୀୟ ଅଧିକାରୀଙ୍କ। ବାଡ଼ ଯଦି ଫସଲ ଖାଇବ ତାହାହେଲେ ଫସଲ ଜଗିବ କିଏ। ସେଇଭଳି ବିଭାଗୀୟ ଅଧିକାରୀମାନେ ଯଦି ଠିକାଦାରଙ୍କ ସହ ମଧୁଚନ୍ଦ୍ରିକା ସମ୍ପର୍କ ରଖି ନିଜ ପକେଟ ଗରମ କରିବେ ତାହାହେଲେ ସରକାରୀ ଅର୍ଥ ବାଟମାରଣା ହେବା ସୁନିଶ୍ଚିତ। ସରକାରୀ ଅର୍ଥର ଅପବ୍ୟୟ କରି ଅର୍ଥ ଆତ୍ମସାତ କରିବା ଉଦ୍ଧେଶ୍ୟରେ ରାଜ୍ୟ ରାଜପଥ ପିଚୁ ରାସ୍ତାରେ ଯଦି ତାଳିପକା କାର୍ଯ୍ୟ କରାଯିବ ତାହାହେଲେ ଲୋକ କେତେ ଉପକୃତ ହେବେ ବୋଲି ସାଧରଣରେ ପ୍ରଶ୍ନ ଉଠିଛି।

ଏହିଭଳି ଏକ କାର୍ଯ୍ୟ ୬ମାସ ତଳେ କଳିଙ୍ଗା ଠାରୁ କ ନୂଆଗାଁ ପର୍ଯ୍ୟନ୍ତ ରାଜ୍ୟ ରାଜପଥର ରାସ୍ତା ମରାମତି ସହ ପିଚୁ ପକା କାର୍ଯ୍ୟ ଆରମ୍ଭ ହୋଇଥିଲା। କାର୍ଯ୍ୟ ସମୟରେ ନିମ୍ନ ମାନର କାର୍ଯ୍ୟ ହେଉଥିବା ନେଇ କଳିଙ୍ଗା, ନନ୍ଦଗିରି ଏବଂ ଘୁ.ଉଦୟଗିରି ଅଞ୍ଚଳବାସୀ ଅଭିଯୋଗ କରିବା ସହ କାର୍ଯ୍ୟ ବନ୍ଦ କରିଥିଲେ।ପରବର୍ତ୍ତୀ ସମୟରେ ପୁଣି କାର୍ଯ୍ୟ ତରବରିଆ ଭାବେ କରି ସମାପ୍ତ କରାଗଲା। ଆଗକୁ କାର୍ଯ୍ୟ ଚାଲିଥିବା ବେଳେ ପଛପଟ କାର୍ଯ୍ୟରୁ ପିଚୁ ଉଠିବାରେ ଲାଗିଲାଣି।କଳିଙ୍ଗା ଘୁ.ଉଦୟଗିରି ମୁଖ୍ୟ ସଡ଼କ ରାଜ୍ୟ ରାଜପଥ ନନ୍ଦଗିରୀ ନିକଟରେ ଆଜକୁ ମାତ୍ର ୬ ମାସ ପୂର୍ବରୁ ନିର୍ମାଣ ହୋଇଥିବା କଳିଙ୍ଗା ଠାରୁ ନୂଆଁ ଗାଁ ରାଜପଥର ଅବସ୍ଥା। କଳିଙ୍ଗା ଠାରୁ ଘୁ.ଉଦୟଗିରି ମଧ୍ୟରେ ଅନେକ ସ୍ଥାନରେ ଏପରି ପିଛୁ ଛାଡ଼ିଥିବା  ଦେଖିବାକୁ ମିଳୁଛି। ଏହି କାର୍ଯ୍ୟ ପୂର୍ତ୍ତ ବିଭାଗ ବିଭାଗ ଦ୍ୱାରା ନିର୍ମାଣ କରାଯାଉଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: Supporter of Khemeini: କରାଚିରେ ଖେମିନିଙ୍କ ସମର୍ଥକଙ୍କ ଉପରେ ଆମେରିକା ସୈନ୍ୟଙ୍କ ଗୁଳିମାଡ଼: ୧୨ ମୃତ

ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ଏମିତି ପିଚୁ ଉଠି ଯାଉଛି ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି ଏହିଭଳି ନିମ୍ନମାନର କାର୍ଯ୍ୟକୁ କିଭଳି ଅନୁମତି ମିଳିଛି ସେଇ ଠିକା ସାଂସ୍ଥାର ବିଲ କିଭଳି ପୈଠ ହୋଇଛି କିଏ ଏହି କାର୍ଯ୍ୟ ଦାୟିତ୍ୱରେ ଅଛନ୍ତି ଏକ ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe