ଭୁବନେଶ୍ବର: ସ୍ବେଚ୍ଛାକୃତ ରକ୍ତଦାନ କ୍ଷେତ୍ରରେ ‘ଆମ ଓଡ଼ିଶା’ ସଂଗଠନ ଚଳିତ ବର୍ଷ ପୁଣିଥରେ ରେକର୍ଡ ସଂଖ୍ୟକ ୟୁନିଟ୍ ରକ୍ତ ସଂଗ୍ରହ କରିଛି। ହଜାର ହଜାର ରକ୍ତଦାତାଙ୍କ ସହଯୋଗରେ ‘ଆମ ଓଡ଼ିଶା’ ୨୦୨୫ରେ ପୁଣି ୬୮ ହଜାର ୟୁନିଟ୍ରୁ ଅଧିକ ରକ୍ତ ସଂଗ୍ରହ କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ‘ଆମ ଓଡ଼ିଶା’ ରାଜ୍ୟର ୩୧୪ଟି ବ୍ଲକ୍ର ଅଗମ୍ୟ ଅଞ୍ଚଳଗୁଡ଼ିକରେ ମଧ୍ୟ ରକ୍ତଦାନ ଶିବିର ଆୟୋଜନ କରି ରୋଗୀଙ୍କର ଜରୁରୀ ଆବଶ୍ୟକତାକୁ ମେଣ୍ଟାଇପାରିଛି। ଦୀର୍ଘ ୨୦ ବର୍ଷ ଧରି ସବୁ ବର୍ଗର ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଚାଲିଥିବା ‘ଆମ ଓଡ଼ିଶା’ ୨୦୨୫ରେ ସାରା ରାଜ୍ୟରେ ୧୩୫୮ଟି ଶିବିର ଆୟୋଜନ କରି ୬୮,୩୩୦ ୟୁନିଟ୍ ରକ୍ତ ସଂଗ୍ରହ କରିଛି। ୨୦୦୬ରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ୨୦ ବର୍ଷ ମଧ୍ୟରେ ୧୮,୮୦୬ଟି ଶିବିର ଆୟୋଜିତ ହୋଇଛି। ଏଥିରୁ ୯ ଲକ୍ଷ ୩୩ ହଜାର ୫୫୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି।
୨୦ ବର୍ଷରେ ୧୮,୮୦୬ ଶିବିର, ୯.୩୩ ଲକ୍ଷ ୟୁନିଟ୍ ରକ୍ତ ସଂଗ୍ରହ
ରାଜ୍ୟର ୩୦ଟି ଜିଲ୍ଲାକୁ ୯ଟି ଜୋନ୍ରେ ବିଭକ୍ତ କରି ଏହି ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବାଲେଶ୍ବର ଜୋନ୍ରେ ସର୍ବାଧିକ ୧୬,୧୦୧ ୟୁନିଟ୍ ସ˚ଗୃହୀତ ହୋଇଥିବାବେଳେ କଟକ ଜୋନ୍ରେ ୧୩,୪୩୫, ସମ୍ବଲପୁର ଜୋନ୍ରେ ୧୧,୬୮୩, ବ୍ରହ୍ମପୁର ଜୋନ୍ରେ ୬,୧୨୦, ଅନୁଗୁଳ ଜୋନ୍ରେ ୫୬୯୦, ଭୁବନେଶ୍ବର ଜୋନ୍ରେ ୪,୭୭୪, ଯାଜପୁର ଜୋନ୍ରେ ୪,୬୫୮, ଜୟପୁର ଜୋନ୍ରେ ୩,୮୭୭ ଓ ରାଉରକେଲା ଜୋନ୍ରେ ୧,୯୯୧ ୟୁନିଟ୍ ରକ୍ତ ସ˚ଗ୍ରହ ହୋଇଥିଲା। ବାଲେଶ୍ବର ଜିଲ୍ଲା ୧୨,୦୭୯ ୟୁନିଟ୍ ରକ୍ତ ସଂଗ୍ରହ କରି ଜିଲ୍ଲାମାନଙ୍କ ମଧ୍ୟରେ ସର୍ବାଗ୍ରେ ରହିଛି।
Accident: ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ; ଅଧୁରା ରହିଲା ଜଗାଦର୍ଶନ, ବାହାଘର
ମୟୂରଭଞ୍ଜରୁ ମାଲକାନଗିରି, କେନ୍ଦ୍ରାପଡ଼ାରୁ ନୂଆପଡ଼ା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ୩୧୪ଟି ବ୍ଲକ୍, ପୌରାଞ୍ଚଳ ଓ ସହରାଞ୍ଚଳରେ ଶିବିର ଆୟୋଜନ କରି ‘ଆମ ଓଡ଼ିଶା’ ଏହି କାର୍ଯ୍ୟକ୍ରମକୁ ତୃଣମୂଳସ୍ତରରେ ପହଞ୍ଚାଇଛି। ସାରା ଓଡ଼ିଶାର ସହରାଞ୍ଚଳ ଓ ପୁରପଲ୍ଲୀରେ ‘ଆମ ଓଡ଼ିଶା’ର ଏହି ଜନକଲ୍ୟାଣ କାର୍ଯ୍ୟକ୍ରମକୁ ଅକୁଣ୍ଠ ଶ୍ରଦ୍ଧା ଓ ସମର୍ଥନ ମିଳିଛି, ତଥା ରାଜ୍ୟର କୋଣ ଅନୁକୋଣରୁ ଅଗଣିତ ରକ୍ତଦାତା ଓ ସହଯୋଗୀ ଅନୁଷ୍ଠାନ ଏହି କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ଆଗେଇ ଆସିଛନ୍ତି। ‘ଆମ ଓଡ଼ିଶା’ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ‘ଆମ ଓଡ଼ିଶା’ର ସମସ୍ତ ସଦସ୍ୟା ସଦସ୍ୟ, ସ୍ବେଚ୍ଛାସେବୀ, ସହଯୋଗୀ ଅନୁଷ୍ଠାନ, ପୃଷ୍ଠପୋଷକ, ଶୁଭେଚ୍ଛୁ ତଥା ରାଜ୍ୟର ଅଗଣିତ ରକ୍ତଦାତାଙ୍କୁ ନବବର୍ଷ ୨୦୨୬ର ଅଭିନନ୍ଦନ ଜଣାଇବା ସହ ହାର୍ଦ୍ଦିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ଏହା ସହ ଆଗାମୀ ଦିନରେ ସ୍ବେଚ୍ଛାକୃତ ରକ୍ତଦାନ କ୍ଷେତ୍ରରେ ଏହିପରି ସହଯୋଗ ଜାରି ରଖିବାକୁ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/01/daddggdvcz-2026-01-01-01-28-53.jpg)