Andhra is gathering support in Raipahaad: ରାଇପାହାଡ଼ରେ ସମର୍ଥନ ଜୁଟାଉଛି ଆନ୍ଧ୍ର: ମାଗଣା ଯୋଜନା ଆଗରେ ତାଗିଦା ବିଫଳ

Advertisment

କୋଟିଆ ପରେ ସୀମାନ୍ତ ଗାଁ ରାଇପାହାଡ଼ରେ ସମର୍ଥନ ଜୁଟାଇ ଚାଲିଛି ଆନ୍ଧ୍ର। ମାଗଣା ଯୋଜନାକୁ ଢାଲ କରି ଗୋଟିଏ ପରେ ଗୋଟିଏ ପରିବାରକୁ ନିଜ ସପକ୍ଷରେ ଟାଣିବାରେ ଲାଗିଛି।

କୋଟିଆ ପରେ ସୀମାନ୍ତ ଗାଁ ରାଇପାହାଡ଼ରେ ସମର୍ଥନ ଜୁଟାଇ ଚାଲିଛି ଆନ୍ଧ୍ର। ମାଗଣା ଯୋଜନାକୁ ଢାଲ କରି ଗୋଟିଏ ପରେ ଗୋଟିଏ ପରିବାରକୁ ନିଜ ସପକ୍ଷରେ ଟାଣିବାରେ ଲାଗିଛି।

sfhshhfsbxvbxv

କୋରାପୁଟ: କୋଟିଆ ପରେ ସୀମାନ୍ତ ଗାଁ ରାଇପାହାଡ଼ରେ ସମର୍ଥନ ଜୁଟାଇ ଚାଲିଛି ଆନ୍ଧ୍ର। ମାଗଣା ଯୋଜନାକୁ ଢାଲ କରି ଗୋଟିଏ ପରେ ଗୋଟିଏ ପରିବାରକୁ ନିଜ ସପକ୍ଷରେ ଟାଣିବାରେ ଲାଗିଛି। ଗ୍ରାମବାସୀଙ୍କୁ ଆନ୍ଧ୍ର ଭତ୍ତା, ମାଗଣାରେ ବିଦ୍ୟୁତ୍, ପାନୀୟଜଳ ଓ ଆବାସ ଯୋଗାଇ ଦେଇଥିବାରୁ ବାରମ୍ବାର ଓଡ଼ିଶାର ତାଗିଦା କୌଣସି ଫରକ ପକାଉନି। 

NH: କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ୬ ଲେନ୍‌ କରିବା ନେଇ ହେବ ସର୍ଭେ

  ନନ୍ଦପୁର ବ୍ଲକ ଗୋଲୁରୁ ପଞ୍ଚାୟତରେ ରହିଛି ରାଇପାହାଡ଼ ଗାଁ। ଆନ୍ଧ୍ର ସୀମାନ୍ତକୁ ଲାଗିଥିବା ଏହି ଗାଁରେ ବସବାସ କରୁଛନ୍ତି ୧୭ ପରିବାର। ଲୋକସଂଖ୍ୟା ୮୨। ବ୍ଲକ ସଦର ମହକୁମାରୁ ୪୫ କିମି ଦୂର ଏବଂ ଯୋଗାଯୋଗ ପାଇଁ ନିତିଦିନିଆ ରାସ୍ତା ନଥିବାରୁ ଜୀବନ ଜୀବିକା ପାଇଁ ଗ୍ରାମବାସୀ ଆନ୍ଧ୍ର ଉପରେ ନିର୍ଭରଶୀଳ। ସମସ୍ତ ପରିବାରକୁ ଆନ୍ଧ୍ର ରାସନକାର୍ଡ, ଭୋଟର କାର୍ଡ, ଆଧାରକାର୍ଡ ଦେଇ ପିଡିଏସ୍‌ ଚାଉଳ, ରନ୍ଧା ତେଲ, ଡାଲି, ସାବୁନ ଓ ଦିଆସିଲି ସାମଗ୍ରୀ ଯୋଗାଉଛି। ୫ଟି ପରିବାରକୁ ଆବାସ ଯୋଜନାରେ ଘର ଓ ମାସିକ ୩୫୦୦ ଟଙ୍କା ଭତ୍ତା ଏବଂ ପ୍ରତି ଘରକୁ ପାଇପ୍‌ ଯୋଗେ ପାନୀୟ ଜଳ ସହ ମାଗଣାରେ ସ୍ଥାୟୀ ବିଦ୍ୟୁତ୍‌ ସଂଯୋଗ ଯୋଗାଇଛି। ଆନ୍ଧ୍ରର ବାଇଲୁଗୁଡ଼ା ଓ ଆରକୁ ଭ୍ୟାଲି ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଆନ୍ଧ୍ର ଆମ୍ମାବାଡ଼ି ଯୋଜନାରେ ୧୦ ହଜାର ଟଙ୍କା, ପୋଷାକ, ବହି, ବ୍ୟାଗ, ପ୍ରୋତ୍ସାହନ ରାଶି ଦେଉଛି। ଏତେ ସବୁ ମନଲୋଭା ଯୋଜନା ରାଇପାହାଡ଼ବାସୀଙ୍କୁ ଆନ୍ଧ୍ରମୁହାଁ କରିବାର ପ୍ରମୁଖ ମାଧ୍ୟମ ସାଜିଛି। ଫଳରେ ଆନ୍ଧ୍ର ଏହି ଗାଁକୁ ନିଜର ଦର୍ଶାଇ ଡୁମ୍ବୁରିଗୁଡ଼ା ମଣ୍ଡଳରେ ଅନ୍ତର୍ଭୁକ୍ତ କରି ରାଇପାଡ଼ୁ ନାମକରଣ କରିଛି। 

ଆନ୍ଧ୍ରର ତତ୍ପରତା ପରେ ଗତ ୩ବର୍ଷ ହେଲା କୋରାପୁଟ ଜିଲ୍ଲା ପ୍ରଶାସନ ରାଇପାହାଡ଼ରେ ପହଞ୍ଚି ଗ୍ରାମବାସୀଙ୍କ ଦୁଃଖ ବୁଝିବା ଆରମ୍ଭ କରିଛି। ସୋଲାର ମାଧ୍ୟମରେ ବିଦ୍ୟୁତ୍‌ ଓ ପାନୀୟ ଜଳଯୋଗାଣ ହୋଇଥିବା ବେଳେ ଅନେକ ସମୟରେ ସୋଲାର ପ୍ରକଳ୍ପ ଅଚଳ ରହୁଛି। ୧୩ଟି ପରିବାରକୁ ବ୍ଲକ ପ୍ରଶାସନ ଆବାସ କାର୍ଯ୍ୟାଦେଶ ଦେଇଛି। ସେଥି ମଧ୍ୟରୁ ମାତ୍ର ଦୁଇଟିର ନିର୍ମାଣ ସରିଛି। ପକ୍କା ରାସ୍ତା ନ ଥିବାରୁ ରୋଗୀ, ଗର୍ଭବତୀଙ୍କୁ ଗ୍ରାମବାସୀ ଭାର କରି ଚାଟୁଆ ପାହାଡ଼ ଓ ନଦୀ ‌ଡେଇଁ ଆନ୍ଧ୍ରର ବାଇଲୁଗୁଡା ମେଡିକାଲକୁ ନେଉଛନ୍ତି। ଗାଁରୁ ୭କିମି ଦୂର ଗୋଲୁରୁରେ ସରକାରୀ ଉଚ୍ଚବିଦ୍ୟାଳୟ ଥିଲେ ମଧ୍ୟ ଆନ୍ଧ୍ରରେ ହିଁ ପିଲାଙ୍କୁ ପଢ଼ାଉଛନ୍ତି ଗ୍ରାମବାସୀ। 

Horoscope 2026 February 10 : ଜାଣନ୍ତୁ ଆଜିର ରାଶିଫଳ

ସୀମାନ୍ତ ଗାଁ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ପ୍ରତିକ୍ରିୟାଶୀଳ ହେବା ପରେ ୩ ଦିନ ପୂର୍ବେ ଜିଲ୍ଲା ଓ ବ୍ଲକ ପ୍ରଶାସନ ଗାଁରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଥିଲେ। ଜୀବନ ଜୀବିକା ଯୋଗାଇବା ପାଇଁ କଫି ଚାରାରୋପଣ ସହ ହିତାଧିକାରୀଙ୍କୁ କଫିଚାଷ ପାଇଁ ଜମି ପଟ୍ଟା ପ୍ରଦାନ, କ୍ଲଷ୍ଟର ଗୃହ ନିର୍ମାଣ, ଡୁମୁରିଗୁଡାରୁ ରାଇପାହାଡ଼ ପର୍ଯ୍ୟନ୍ତ ପିଏମ୍‌ଜିଏସ୍‌ୱାଇରେ ରାସ୍ତା ନିର୍ମାଣ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe