ମାଲକାନଗିରି: ମାଓବାଦୀଙ୍କ ଆନ୍ଧ୍ର-ଓଡ଼ିଶା ବର୍ଡର ଡିଭିଜନ୍କୁ ଲାଗିଛି ଝଟକା। ଆଜି ଏହି ଡିଭିଜନ୍ର ୨୬ଜଣ ସଦସ୍ୟ ଛତିଶଗଡ଼ର ସୁକମା ଜିଲ୍ଲା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଏସ୍ପି କିରଣ ଚୌହାନଙ୍କ ଉପସ୍ଥିତିରେ ମାଓବାଦୀମାନେ ମୁଖ୍ୟସ୍ରୋତକୁ ଫେରିଛନ୍ତି। ଆଜି ୧୦ଲକ୍ଷ ପୁରସ୍କାର ଘୋଷିତ ସିଆର୍ସି କମ୍ପାନିର ଡେପୁଟି କମାଣ୍ଡର ଲାଲି ଓରଫ ମୁଚାକି ଆୟତେ ଆତ୍ମସମର୍ପଣ କରିଛି। ସେହିପରି ଆତ୍ମସମର୍ପଣ କରିଥିବା ପ୍ଲାଟୁନ୍ କମାଣ୍ଡର ହେମଲା ଲାଖମାଙ୍କ ନାଁରେ ୮ଲକ୍ଷ, ୭ନମ୍ବର କଂପାନିର ସଦସ୍ୟ ଅସମତି ଓରଫ କମଲୁ ନାଁରେ ୮ଲକ୍ଷ, ପାର୍ଟି ସଦସ୍ୟା ରାବତୀ ଓ ପିଏଲ୍ଜିଏ ସଦସ୍ୟ ସୁଣ୍ଡାମ ପାଲେ ନାଁରେ ୮ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା।
Scam: ଦୁର୍ନୀତି ଗନ୍ଧ: ନିର୍ମାଣ ହେବାର ଦିନକ ପରେ ଉଠିଗଲା ପିଚୁ
ଏଲ୍ଓସି କମାଣ୍ଡର ସନ୍ଦୀପ, ଏସିଏମ୍ ମାଡ଼କମ ଚେତ ଓରଫ ମଙ୍ଗଲି, କୃଷି ଟିମ୍ କମାଣ୍ଡର ନିଲେଶ ନାଁରେ ୫ଲକ୍ଷ ଟଙ୍କା ଲେଖାଏଁ, ମିଲିସିଆ କମାଣ୍ଡର ତାତି ସୋମଡ଼ୁ ନାଁରେ ୩ଲକ୍ଷ, ଡିଏକେଏମ୍ଏସ୍ ସଦସ୍ୟ ମୁଚାକି ଦେବା ନାଁରେ ୨ଲକ୍ଷ, ପାର୍ଟି ସଦସ୍ୟା ସରିତା, ଗାର୍ଡ ସଦସ୍ୟ ପେଟ୍ଟି ମାସା ଓ ହେମଲା ଦସରୁ ନାଁରେ ୧ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରହିଥିଲା। ଏମାନଙ୍କ ବ୍ୟତୀତ ସିଏନ୍ଏମ୍ ସଦସ୍ୟ ବିଜୟ ମୁଚାକି, ମିଲିସିଆ ସଦସ୍ୟ ମାଡକମ ମୁଚାକି, ଆକାଶ ମୁଚାକି, ମିଡିୟମ ସୁରେଶ, ମୁଚାକି ବୁଦରା, ମୁଚାକି ମୁଡ଼ା, ମାଡବୀ ହିଡ଼ମା, ମାଡ଼ବି ସୁକ୍କା, ମାଡ଼କମ ହୁଙ୍ଗା, ସୁମଡମ ରାଜୁ, ବେଟ୍ଟି ବୁଧୁ, ମାଡ଼କମ ଗୋଚେ ଓ ମାଡ଼ବି ଭୀମା ପ୍ରମୁଖ ମୁଖ୍ୟସ୍ରୋତକୁ ଫେରିଛନ୍ତି। ବଡ଼ଧରଣର ଆତ୍ମସମର୍ପଣ ପରେ ଆନ୍ଧ୍ର-ଓଡ଼ିଶା ବର୍ଡର ଡିଭିଜନ୍କୁ ଶକ୍ତ ଝଟ୍କା ଲାଗିଛି। ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ୫୦ହଜାର ଲେଖାଏଁ ଆର୍ଥିକ ସହାୟତା ସହ ଆତ୍ମନିର୍ଭରଶୀଳ କରାଯିବ। ଏଥିସହ ମାସିକ ୧୦ହଜାର ଟଙ୍କା ଲେଖାଏଁ ୩ ବର୍ଷ ପର୍ଯ୍ୟନ୍ତ ଦିଆଯିବ। ସରକାରଙ୍କ ଅନ୍ୟ ସୁବିଧା ସୁଯୋଗ ମିଳିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
Follow Us